କ୍ୱାଲାଲମ୍‌ପୁରରେ ରହିଛି  ହିନ୍ଦୁ ଧର୍ମ ଏବଂ ସଂସ୍କୃତିର  ଏହିସବୁ ଐତିହ୍ୟ ,  ଯେଉଁ କାରଣରୁ ଭାରତୀୟ ପର୍ଯ୍ୟଟକଙ୍କ ଭିଡ଼ ଜମେ ସେଠାରେ 

ମାଲେସିଆର ରାଜଧାନୀ  ହେଲା ‘କ୍ୱାଲାଲମ୍‌ପୁର’ ।  କ୍ୱାଲାଲମ୍‌ପୁର  ଠାରେ  ରହିଛି  ବିଶ୍ୱର  ଦ୍ୱିତୀୟ ଉଚ୍ଚତମ  ଅଟ୍ଟାଳିକା ।  ଏହାର ନାମ  ହେଲା  ପେଟ୍ରୋନାସ୍‌  ଟାଓ୍ଵାର୍‌ ।  ୧୨୦ ମହଲା ବିଶିଷ୍ଟ  ଏହି ଅଟ୍ଟାଳିକାର ରାତ୍ରିକାଳୀନ  ଶୋଭା  ଦର୍ଶନୀୟ । ମାଲେସିଆ ଠିକ୍‌ ସେହିପରି   କ୍ୱାଲାଲମ୍‌ପୁରଠାରୁ  ଅନତି ଦୂରରେ ଥିବା   ବାଟୁ କେଭ୍‌ସ ମଧ୍ୟ ଦର୍ଶନୀୟ ।  ଏହି ଗୁମ୍ଫାମାନଙ୍କ ମଧ୍ୟରେ  କେତୋଟି  ହିନ୍ଦୁ ମନ୍ଦିର ପ୍ରସିଦ୍ଧ ।  ତା’ଭିତରେ  ଥିବା ଭଗବାନ ସୁବ୍ରମଣ୍ୟମ୍‌  ସ୍ୱାମୀଙ୍କ  ମନ୍ଦିର କ୍ୱାଲାଲମ୍‌ପୁରଠାରୁ  ପ୍ରାୟ ବାଇଶି କିଲୋମିଟର  ଦୂରରେ ରହିଛି । ଆଉ ଏକ  ମନୋରଞ୍ଜନ  ପାର୍କ ବି ରହିଛି ।  ଏହି ପାର୍କଟି  ଭୁଲ୍‌ଭୁଲୈୟା ଭଳି ।  ଘଞ୍ଚ ଜଙ୍ଗଲ ଭିତରେ  ଆପଣ  ହଜିଯାଇପାରନ୍ତି ।  ତା’ଭିିତରେ  ଏକ ହ୍ରଦ ଓ  ଜଳପ୍ରପାତ  ମଧ୍ୟ ରହିଛି । ସେଠାରେ  ସନ୍ତରଣର ଅନୁମତି  ମଧ୍ୟ ନିଆରା।

କ୍ୱାଲାଲମ୍‌ପୁରର  ଅନ୍ୟ ଏକ  ଉଲ୍ଲେଖନୀୟ ସ୍ଥଳ ହେଲା ଓ୍ଵାଲର୍ଡ-ହେରିଟେଜ୍‌  ସାଇଟ୍‌  ଭାବେ ବିଖ୍ୟାତ  ଗୁନୁଙ୍ଗ୍‌  ନ୍ୟାସନାଲ୍‌  ପାର୍କ ।  ଏହା ଏକ  ବିରାଟ ଗୁମ୍ଫା ।  ଏଠାକାର  ଅନ୍ୟାନ୍ୟ  ଲୋକପ୍ରିୟ  ଦର୍ଶନୀୟ  ଗୁମ୍ଫା  ହେଲା  ଡିଅର୍‌  କେଭ୍‌, କ୍ଲିଅର୍‌ ଓ୍ଵାଟର୍‌  କେଭ୍‌ ଏବଂ କେଭ୍‌ ଅଫ୍‌ ଦି  ଉଇଣ୍ଡସ୍‌ । ଏହି  ଗୁମ୍ଫା ଗୁଡିକରେ  ପ୍ରାଚୀନ  ହିନ୍ଦୁ  ସଂସ୍କୃତି ଓ  ପରଂପରାର ଝଲକ  ଦେଖିବାକୁ ମିଳେ ।

photo-alamy stock photo-

ଏଠାକାର ଅନ୍ୟତମ  ଆକର୍ଷଣ  ହେଉଛି  କୁଆଲା ଗୁଲା ପକ୍ଷୀ ଅଭୟାରଣ୍ୟ । ଏଠାରେ  ଦେଢଶହ  ପ୍ରଜାତିର  ପକ୍ଷୀ  ବାସ କରନ୍ତି ।  ଏତଦ୍‌ବ୍ୟତୀତ   ଏହି  ଅଭୟାରଣ୍ୟରେ  ଚାରିଶହ  ପ୍ରଜାତିର ପକ୍ଷୀଙ୍କର  କୃତ୍ରିମ ବାସସ୍ଥାନ  ରହିଛି, ଯେଉଁମାନେ  ଏଠାକୁ ନିର୍ଦ୍ଦିଷ୍ଟ  ଋତୁରେ ଆସି ଫେରିଯାଆନ୍ତି ।  ଏଠାରେ   ଆପଣ ସ୍କୁଦ୍‌ ଓ୍ଵାଟର, ଲମ୍ବା  ଲାଂଜର କାଉ ଓ  ରିଜ୍‌ ବୟାରି ଡଲଫିନ୍‌ ଦେଖିବାକୁ ପାଇବେ ।

ସମ୍ବନ୍ଧିତ ଖବର