ମହିଳା ଭାବେ ଆଠବର୍ଷ ଚାକିରି କରିବା ପରେ ଏବେ ପୁରୁଷ ବନିବାକୁ ଯାଉଛନ୍ତି ଏହି କନେଷ୍ଟବଳ

ନୂଆଦିଲ୍ଲୀ: ମହାରାଷ୍ଟ୍ର ପୁଲିସ କନେଷ୍ଟବଳ ପଦରେ ଚାକରି କରୁଥିବା ଲଲିତା ସଲଭେ ଏବେ ମହିଳାରୁ ପୁରୁଷ ହେବାକୁ ଯାଉଛନ୍ତି। ମହାରାଷ୍ଟ୍ର ସରକାର ଏଥିପାଇଁ ସବୁଜ ସଙ୍କେତ ଦେଇ ସାରିଛନ୍ତି। ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ପଡର୍ଣ୍ଣାବିସ୍‌ ବୁଧବାର ଲଲିତାଙ୍କ ଲିଙ୍ଗ ପରିବର୍ତ୍ତନଠାରୁ ନେଇ ସର୍ଜରି ପର୍ଯ୍ୟନ୍ତ ଦେଇଥିବା ଆବେଦନକୁ ମଞ୍ଜୁରି ଦେଇଛନ୍ତି।

ସୂଚନାଯୋଗ୍ୟ, ସଲଭେ ୨୦୧୦ରେ ମହିଳା କନେଷ୍ଟବଳ ଭାବେ ମହାରାଷ୍ଟ୍ର ପୁଲିସରେ ଭର୍ତ୍ତି ହୋଇଥିଲେ। ୨୦୧୭ରେ ସେ ଲିଙ୍ଗ ପରିବର୍ତ୍ତନ କରିବାକୁ ଚାହାନ୍ତି ବୋଲି ଏକ ମାସର ଛୁଟି ମାଗିଥିଲେ। କିନ୍ତୁ ଏହାକୁ ପୁଲିସ ମୁଖ୍ୟାଳୟ ଖାରଜ କରି ଦେଇଥିଲା। ସେ ନିଜକୁ ଲିଲିତା ବଦଳରେ ଲଲିତ ଭାବେ ପରିଚୟ ଦେବାକୁ ପସନ୍ଦ କରନ୍ତି। ଅନେକ ବର୍ଷ ପରେ ତାଙ୍କୁ ଜଣା ପଡ଼ିଲା କି ତାଙ୍କ ଶରୀରରେ ଅବିକାଶିତ ପୁରୁଷ ଅଙ୍ଗ ରହିଛି, ଏହାପରେ ସେ ଲିଙ୍ଗ ପରିବର୍ତ୍ତନ କରିବା ପାଇଁ ସ୍ଥିର କରି ସରକାରଙ୍କୁ ଏହାର ଅନୁମତି ଦେବା ପାଇଁ ଆବେଦନ କରିଥିଲେ।

ସମ୍ବନ୍ଧିତ ଖବର