ବଜାରକୁ ଆସିଲା ସବୁଠୁ ଶସ୍ତା ଲାପଟପ୍! କେଉଁ କମ୍ପାନି ଦେଉଛି ଏପରି ଶସ୍ତା ଲାପଟପ୍ ଆସନ୍ତୁ ଜାଣିବା

ଏବେ ବଜାରକୁ ଆସିଛି ସବୁଠୁ ଶସ୍ତା ଲାପଟପ୍‌। ଆଜିର ମହଙ୍ଗା ବଜାରରେ ଏପରି ଶସ୍ତା ଲାପଟପ୍ ନିଶ୍ଚିତ ଭାବେ ଲାପଟପ୍‌ କିଣିବାକୁ ଚାହୁଁଥିବା ଗ୍ରାହକମାନଙ୍କ ପାଇଁ ଖୁସି ଖବର। ଆଜିର ଦିନରେ ଲାପଟପର ବ୍ୟବହାର ଛାତ୍ରଛାତ୍ରୀଙ୍କଠାରୁ ଆରମ୍ଭ କରି କାମଦାମ କରୁଥିବା ଲୋକମାନଙ୍କ ପାଇଁ ଏକ ଅତ୍ୟାବଶ୍ୟକୀୟ ଜିନିଷ ପାଲଟିଗଲାଣି । ଯାହାର ମୁଖ୍ୟ କାରଣ ହେଲା ଲାପଟପକୁ ଆପଣ ଯେତେବେଳେ ଚାହୁଁବେ, ଯେଉଁଠିକୁ ଚାହିଁବେ ନେଇପାରିବେ ଏବଂ ନିଜର ଜରୁରୀରୁ ଅତି ଜରୁରୀ କାମକୁ ଅତି ସହଜରେ କରିପାରିବେ । ମୋଟ୍ ଉପରେ କହିବାକୁ ଗଲେ ଲାପଟପ ମଧ୍ୟ ସ୍ମାର୍ଟଫୋନ ଭଳି ଆମ ପାଇଁ ଏକ ଜରୁରୀ ଦସ୍ତାବିଜ ପାଲଟିଯାଇଛି । ସେହିପରି ଆଜିର ଏହି ମହଙ୍ଗା ବଜାରରେ ବି ଶସ୍ତାରେ ଲାପଟପ ଉପଲବ୍ଧ । ଯଦି ଆପଣ ଶସ୍ତାରେ ଲାପଟପ କିଣିବାକୁ ଚାହୁଁଛନ୍ତି ତେବେ ଆଜି ଆମେ ଆପଣଙ୍କୁ  ୪ଟି ଲାପଟପ ସଂପର୍କରେ ଜଣାଇବୁ, ଯାହାକି ଆପଣଙ୍କ ପୂରା ବଜେଟ୍ ଭିତରେ ହିଁ ରହିବ।

ଆଇବଲ ଏକ୍ସିଲେନ୍ସ

ଏହି ଲାପଟପର ଦାମ ରହିଛି ମାତ୍ର ୯,୯୯୯ ଟଙ୍କା । ଏହି ଭାରତୀୟ ବ୍ରାଣ୍ଡର ଲାପଟପର ଲୁକ୍ ଏବଂ ଏହାର ଡିଜାଇନ ବହୁତ ଉନ୍ନତମାନ ଅଟେ। ଏହି ଲାପଟପ ଜରିଆରେ ଆପଣ ଜରୁରୀ କାମ ଅତି ସହଜରେ ସମାଧାନ କରିପାରିବେ।

Micromax Canvas Lapbook

ସ୍ମାର୍ଟଫୋନ ନିର୍ମାଣ କରୁଥିବା କଂପାନୀ ଭାବରେ ପରିଚିତ ମାଇକ୍ରୋମାକ୍ସର ଏହି ଲାପବୁକର ଦାମ ରହିଛି ମାତ୍ର ୧୦,୪୯୯ଟଙ୍କା । ଏହି ଲାପଟପର ଦାମ କମ ହେବା କରାଣରୁ ବି ଉନ୍ନତମାନର ଫିଚର୍ସ ଦିଆଯାଇଛି । ଯେଉଁଥିରେ ଏଚଡି ଡିସପ୍ଲେ ସହିତ ହିଁ ରାମ ଏବଂ ହାଇ ଡ୍ରାଇଭର ଷ୍ଟୋରେଜ ମଧ୍ୟ ଉନ୍ନତ ମାନର ରହିଛି ।

iBall Exemplaire CompBook

ଏହି ଲାପଟପର ଦାମ ହେଉଛି ୧୩,୯୯୯ ଟଙ୍କା । ଏଥିରେ ଫୁଲ ଏଚଡି ପ୍ଲେସ ଡିସପ୍ଲେ ଦିଆଯାଇଛି । ଶସ୍ତା ହେବା ପରେ ବି ଏଥିରେ ଅନେକ ଜବରଦସ୍ତ ଫଚର୍ସ ଦିଆଯାଇଛି ।

XOLO Chromebook

ଏହି ଲାପଟପର ଦାମ ରହିଛି ୧୨,୪୯୯ ଟଙ୍କା । ଏହି ଲାପଟପରେ ରାମ ଏବଂ ଷ୍ଟୋରେଜର କାପାସିଟି ସଠିକ୍ ହେବା ସହିତ ଇନଟେଲ ପ୍ରୋସେସର ଦିଆଯାଇଛି ।

ସମ୍ବନ୍ଧିତ ଖବର