ପୌରାଣିକ ରାମାୟଣର ନାୟିକା ସୀତା ଚରିତ୍ର ଆଦର୍ଶ ଉପରେ ଆଧାରିତ। କିନ୍ତୁ ସେହି ତ୍ୟାଗପୂତ ନାରୀ ଚରିତ୍ରରୁ ମୁକ୍ତି ପାଇଁ ଅନେ୍ଵଷଣ କରୁଛି ଆଜିର ନାରୀ। ଲିଟେରାରି ମିଟ୍ର ଏକ ସ୍ୱତନ୍ତ୍ର ଆଳାପ ଆଲୋଚନା ବେଳେ ଏଭଳି ପୌରାଣିକ ଉପାଖ୍ୟାନର ପ୍ରାସଙ୍ଗିକତାର ସ୍ୱର ଶୁଭିଛି।
Sambad is now on WhatsApp
Join and get latest news updates delivered to you via WhatsApp
‘ସୀତାଙ୍କ ମାଧ୍ୟମରେ ମୁକ୍ତିଦାନ’ ଶୀର୍ଷକ ଏହି ଆଲୋଚନାରେ ତେଲୁଗୁ କବିୟିତ୍ରୀ ଲଳିିତା କୁମାରୀ(ଭଲ୍ଗା), ଶାସ୍ତ୍ରୀୟ ନୃତ୍ୟାଙ୍ଗନା ତଥା ନିର୍ଦେଶିକା ଅନିତା ରତ୍ନମ, ଲେଖିକା ସଂହିତା ଅର୍ଣ୍ଣି ଭାଗ ନେଇଥିଲେ। ଅନିତା କହିଥିଲେ ଯେ ଅଗ୍ନିପରୀକ୍ଷା, ଲକ୍ଷ୍ମଣରେଖା ଭଳି ଦୁଇଟି ଶବ୍ଦ ସୀତାଙ୍କ ଜୀବନକୁ ହତାଶାରେ ଭରି ଦେଇଥିଲା। ବାଲ୍ମିକୀ ରାମାୟଣରେ ସେ ସନ୍ନ୍ୟାସୀ ହୋଇ ସୁଦ୍ଧା କାହିଁକି ଶସ୍ତ୍ର ଧାରଣ କରିଛନ୍ତିି ବୋଲି ସୀତା ପଚାରିଥିବା ସଂହିତା କହିଥିଲେ। ଭଲ୍ଗା ତାଙ୍କ ନୃତ୍ୟ ନାଟିକା ‘ଓ୍ଵାର ଆଣ୍ଡ ପିସ୍’ରେ ସୀତା ଓ ସୂପର୍ଣଖା ଚରିତ୍ରର ତୁଳନା କରିଛନ୍ତି। ସୂପର୍ଣଖା ଜଙ୍ଗଲ କନ୍ୟା ହୋଇଥିବା ବେଳେ ସୀତା ବଗିଚାର କନ୍ୟା। କିନ୍ତୁ ସୂପର୍ଣଖାଙ୍କର କୌଣସି ଭୁଲ ନଥିଲା ବୋଲି ସେ ଦର୍ଶାଇଥିଲେ। ଅନିତା କହିଥିଲେ ଯେ ଅହଲ୍ୟାଙ୍କର କୌଣସି ଦୋଷ ନ ଥିବା ସତ୍ତ୍ୱେ ତାଙ୍କୁ ଯେପରି କଳଙ୍କିତ କରାଗଲା, ସେଥିପାଇଁ ସେ ପୁନର୍ବାର ପାଷାଣମୂର୍ତି ହେବାକୁ ଚାହିଁଥିଲେ।
ଏଭଳି ଆଲୋଚନାର ସଂଯୋଜନା କରି ଜୟଶ୍ରୀ ତ୍ରିପାଠୀ ମିଶ୍ର ପଚାରିଥିଲେ ଯେ, ସୀତା ଭଳି ଚରିତ୍ର ହେବାକୁ କିଏ ପସନ୍ଦ କରିବେ। ଏହାର ଉତ୍ତରରେ ଭଲ୍ଗା କହିଥିଲେ ସେ ସେହି ସୀତା ହେବାକୁ ଚାହିଁବେ, ଯିଏ ରାମଚନ୍ଦ୍ରଙ୍କଠାରୁ ମୁକ୍ତି ଖୋଜି ନିଜ ମା’ ବସୁଧା କୋଳକୁ ଫେରିଯିବାକୁ ଚାହିଁଛନ୍ତି। ନାରୀ କାହିଁକି ସବୁବେଳେ କ୍ଷମାଶୀଳା ବୋଲି ପଚାରିଥିଲେ ଅନିତା। ଶେଷରେ ସମସ୍ତେ ଏକମତ ହୋଇଥିଲେ ଯେ ନାରୀଙ୍କ ବିନା ରାମାୟଣ ହେଉ ବା ମହାଭାରତ, କୌଣସି କାହାଣୀ ସମ୍ଭବ ନୁହେଁ।
ମହାଭାରତର କଥାବସ୍ତୁ ଏବେବି ରୋମାଞ୍ଚ ଆଣିଥାଏ
ମହାଭାରତ ଯୁଦ୍ଧରେ ଘଟିଥିବା ଯୁଦ୍ଧର ଘମାଘୋଟ ଯୁଗ ଯୁଗ ହେବ ରୋମାଞ୍ଚ ଆଣୁଛି। ମନ୍ଦିରକୁ ନେଇ ରହିଥିବା ରହସ୍ୟ ମଧ୍ୟ ଏକ ବିଶେଷ ଆକର୍ଷଣର କେନ୍ଦ୍ରବସ୍ତୁ। ‘ସମ୍ବାଦ’ ସହଯୋଗରେ ଅନୁଷ୍ଠିତ ଟାଟା ଷ୍ଟିଲ୍ ଭୁବନେଶ୍ୱର ଲିଟେରାରି ମିଟ୍ର ଅନ୍ତିମ ଦିବସରେ ଜଣାଶୁଣା ସାମ୍ବାଦିକା ଯାଜ୍ଞସେନୀ ଚକ୍ରବର୍ତ୍ତୀ ଯୁବ ଔପନାସିକ ତଥା ବ୍ଲଗର୍ ଅର୍ଣ୍ଣବ ରାୟ ଏବଂ ପେସାରେ ବ୍ୟାଙ୍କର୍ ଥିବା ରହସ୍ୟ ଲେଖକ ରବି ସୁବ୍ରମଣ୍ୟମ୍ ଏହି ବିଷୟରେ ଆଲୋଚନା କରିଥିଲେ। ଆଧୁନିକ ସମୟରେ ମଧ୍ୟ ରହସ୍ୟ ଓ ରୋମାଞ୍ଚର ଗ୍ରହଣୀୟତା ରହିଛି ବୋଲିଏହି ଆଲୋଚନାବେଳେ ମତ ପ୍ରକାଶ ପାଇଥିଲା।