ପୁରୀ ସ୍ବର୍ଗଦ୍ବାରଠାରେ ପଞ୍ଚଭୂତରେ ‌ଲୀନ ହେଲା ଅମିୟ ରଂଜନ ପଟ୍ଟନାୟକଙ୍କର ପାର୍ଥିବ ଶରୀର

ପୁରୀ : ଅମିୟ ରଂଜନ ପଟ୍ଟନାୟକଙ୍କର ପାର୍ଥିବ ଶରୀର ଆଜି ପଞ୍ଚଭୂତରେ ଲୀନ ହୋଇଛି। ଶନିବାର ଅପରାହ୍ନରେ ପୁରୀ ସ୍ବର୍ଗଦ୍ବାରଠାରେ ଶେଷକୃତ୍ୟ ସଂପନ୍ନ ହୋଇଥିବା ବେଳେ ପୁଅ ଅନୁପମ ପଟ୍ଟନାୟକ ମୁଖାଗ୍ନି ଦେଇଥିଲେ। ସ୍ବର୍ଗଦ୍ବାରଠାରେ ବହୁସଂଖ୍ୟାରେ ଲୋକେ ଉପସ୍ଥିତ ରହି ତାଙ୍କର ଶେଷ ଦର୍ଶନ କରିବା ସହ ଦିବଂଗତ ଆତ୍ମାର ସଦ୍‌ଗତି କାମନା କରିଥିଲେ। ଅନ୍ତିମ ସଂସ୍କାର ସମୟରେ ସ୍ବର୍ଗତ ପଟ୍ଟନାୟକଙ୍କ ଚାରି ଭାଇ ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ, ବିଶ୍ବରଂଜନ ପଟ୍ଟନାୟକ, ଦୀପ୍ତିରଂଜନ ପଟ୍ଟନାୟକ, ‘ସମ୍ବାଦ’ର ସଂପାଦକ ତଥା ସାଂସଦ ସୌମ୍ୟରଂଜନ ପଟ୍ଟନାୟକଙ୍କ ସମେତ ବନ୍ଧୁ ଓ ଆତ୍ମୀୟସ୍ବଜନ ଉପସ୍ଥିତ ଥିଲେ। ଅପରାହ୍ନ ପ୍ରାୟ ସାଢ଼େ ୩ଟାରେ ସ୍ବର୍ଗତ ପଟ୍ଟନାୟକଙ୍କ ମରଶରୀର ଭୁବନେଶ୍ବରରୁ ଏକ ସୁସଜ୍ଜିତ ଗାଡ଼ିରେ ପୁରୀ ସ୍ବର୍ଗଦ୍ବାରଠାରେ ପହଞ୍ଚିବା ପରେ ଅମୀୟ ପଟ୍ଟନାୟକ ଅମର ରହେ ଧ୍ବନିରେ କମ୍ପି ଉଠିଥିଲା। ସ୍ବର୍ଗଦ୍ବାରରେ ମନୋରଂଜନ ପଟ୍ଟନାୟକ, ତାରାରଂଜନ ପଟ୍ଟନାୟକ, ରବିରଂଜନ ପଟ୍ଟନାୟକ, ଶଶୀରଂଜନ ପଟ୍ଟନାୟକ, ପ୍ରଭାରଂଜନ ପଟ୍ଟନାୟକ, ମହିରଂଜନ ପଟ୍ଟନାୟକ, ନବରଂଜନ ପଟ୍ଟନାୟକ, ଜ୍ଞାନରଂଜନ ପଟ୍ଟନାୟକ, ହରିରଂଜନ ପଟ୍ଟନାୟକ, ସୁରଂଜନ ପଟ୍ଟନାୟକ, ନବଜ୍ୟୋତି ପଟ୍ଟନାୟକ, ଦିବ୍ୟଜ୍ୟୋତି ପଟ୍ଟନାୟକ, ଧର୍ମଜ୍ୟୋତି ପଟ୍ଟନାୟକ, ଦିବ୍ୟାଲୋକ ପଟ୍ଟନାୟକ, ‘ସମ୍ବାଦ’ର ସିଓଓ କମଳାକାନ୍ତ ମହାପାତ୍ର, ‘ସମ୍ବାଦ’ର ପ୍ରକାଶକ ବିଜୟ ପଟ୍ଟନାୟକ, ସିଜିଏମ୍‌ (ନ୍ୟୁଜ୍‌) ଅରବିନ୍ଦ ଦାସ, ‘ଆମ ଓଡ଼ିଶା’ର ସଂପାଦକ ସ୍ବରାଜ ମିଶ୍ର, ସ୍ଥାନୀୟ କଂଗ୍ରେସ ନେତା ଉମାବଲ୍ଲଭ ରଥ, ସତ୍ୟବ୍ରତ ପାତ୍ର, ଚଣ୍ଡିପ୍ରସାଦ ସିଂହ ପ୍ରମୁଖ ଉପସ୍ଥିତ ଥିଲେ।

ସମ୍ବନ୍ଧିତ ଖବର