ଦିନକ ପାଇଁ ଦୁନିଆ ଯାକର ଅଳସୁଆ ଲୋକ ଏଠାରେ ଏକାଠି ହୁଅନ୍ତି, ରାସ୍ତା ଉପରେ ଶୁଅନ୍ତି

ଆପଣ ରାସ୍ତାରେ ଯାଉଥିବା ସମୟରେ ଦେଖିବେ ରାସ୍ତା ମଝିରେ କେହି ଜଣେ ଖଟ ପକାଇ ଶୋଇଛି ତା’ହେଲେ ଆପଣ କ’ଣ ଭାବିବେ ? ନିଶ୍ଚିତ ଏହି ଦୃଶ୍ୟ ଆପଣଙ୍କୁ ଆଶ୍ଚର୍ଯ୍ୟ ଲାଗିବ । କିନ୍ତୁ ଆଜି ଆମେ ଅପଣଙ୍କୁ ଏପରି ଦେଶ ବିଷୟରେ କହିବାକୁ ଯାଉଛୁ ଯେଉଁଠାରେ ୧ ଦିନ ପାଇଁ ବିଭିନ୍ନ ଦେଶରୁ ଲୋକେ ଆସନ୍ତି ଓ ରାସ୍ତା ମଝିରେ ଖଟ ପକାଇ ଶୋଇଯାଆନ୍ତି ।

ଏହି ଦିନଟିକୁ ‘ବିଶ୍ୱ ଆଳସ୍ୟ ଦିବସ’ ଭାବେ ଲୋକେ ପାଳନ କରନ୍ତି । ଏହି ଦିନ ଆପଣଙ୍କୁ ନିଆରା ଲାଗୁଥିବ ସତ, କିନ୍ତୁ ଏହି ଦିବସକୁ ପାଳନ କରିବା ପାଇଁ ସାରା ଦୁନିଆରୁ ଅଳସୁଆ ଲୋକେ ଆସିଥାନ୍ତି । ଏଥର ରବିବାର ଦିନ କଲମ୍ବିଆର ଇଟଗୁଇ ସହରରେ ଲୋକେ ଧୁମ୍‌ଧାମରେ ‘ଆଳସ୍ୟ ଦିବସ’ ପାଳନ କରିଛନ୍ତି । ଲୋକେ ଏହି ଦିବସକୁ ପାଳନ କରିବା ପାଇଁ ସାଥିରେ ତକିଆ, ବେଡ୍‌ସିଟ, ଖଟ ଧରି ରାସ୍ତାରେ ନିଜ ଖଟକୁ ସଜାଇ ଆରାମରେ ଶୋଇଥାନ୍ତି । ଏହି ସମୟରେ ଇଟଗୁଇ ସହର ପୂରା ଜନ ସମୁଦ୍ର ପାଲଟି ଯାଏ। ପୂରା ଦିନ ରାସ୍ତାରେ ଶୋଇ ଲୋକେ ଏହି ଦିବସକୁ ଉପଭୋଗ କରିଥାନ୍ତି । ଆପଣ ଯଦି ଏହି ଦିନକୁ ଉପଭୋଗ କରିବାକୁ ଚାହାନ୍ତି ତା’ହେଲେ ଏହି ତାରିଖକୁ ମନେ ରଖନ୍ତୁ ଆସନ୍ତା ବର୍ଷ ଏହି ପର୍ବକୁ ଉପଭୋଗ କରିବା ପାଇଁ କଲମ୍ବିଆ ଚାଲିିଆସନ୍ତୁ ।

Reader’s Digest

ଏହି ଦିବସ ପାଳନ କରିବା ପଛରେ ଏକ ରୋଚକ କାହାଣୀ ଅଛି । କଲମ୍ବିଆର ଲୋକେ ଚିନ୍ତାରୁ ମୁକ୍ତି ପାଇବା ପାଇଁ ଏହି ଦିବସକୁ ପାଳନ କରିଥାନ୍ତି । ‘ବିଶ୍ୱ ଆଳସ୍ୟ ଦିବସ’ ନୂଆ ନୁହେଁ, ଏହା ୧୯୮୫ ମସିହାରୁ ଅଗଷ୍ଟ ୧୧ ତାରିଖରୁ ପାଳନ କରାଯାଇ ଆସୁଅଛି ।

ସମ୍ବନ୍ଧିତ ଖବର