ମାଆ କୋଳରୁ ଶିଶୁ କନ୍ୟାକୁ ଛଡ଼ାଇନେଇ ମାରିଦେଲା ବାଘ

ଅଲ୍ଲୀପୁରଦ୍ୱାର: ପଶ୍ଚିମବଙ୍ଗର ଅଲ୍ଲୀପୁରଦ୍ୱାର ଜିଲ୍ଲାରେ ସେତେବେଳେ ଚାଞ୍ଚଲ୍ୟ ଖେଳିଗଲା,ଯେତେବେଳେ ଏକ କଲରାପତରିଆ ବାଘ ଜଣେ ମାଆ କୋଳରୁ ତିନି ବର୍ଷର ଛୁଆକୁ ଟାଣି ନେଇ ମାରି ଦେଇଥିଲା। ମିଳିଥିବା ସୂଚନା ଅନୁଯାୟୀ ମଙ୍ଗଳବାର ରାତିରେ ଏକ ଚାହା ବଗିଚାରେ ସେହି ବାଘ ପଶିଥିଲା। ସେହି ଚାହା ବଗିଚାରେ ଶ୍ରମିକମାନେ କାମ କରୁଥିବା ବେଳେ ହଠାତ୍‌ କଲରା ପତରିଆ ବାଘଟି ପଶିଥିଲା।

ବାଘକୁ ଦେଖି ଶ୍ରମିକମାନେ ଭୟଭୀତ ହୋଇ ଇତସ୍ତତ ହୋଇ ପଳାଇ ଯାଇଥିଲେ, ମାତ୍ର ପୂଜା ଓରାମ୍‌ ନାମକ ଏକ ମହିଳା ସେଠାରୁ ଖସି ପାରି ନଥିଲେ, କାରଣ ତାଙ୍କ କୋଳରେ ଥିଲା ଏକ ତିନି ବର୍ଷର ଶିଶୁ ସନ୍ତାନ। ସେହି ଶିଶୁ କନ୍ୟାର ନାଆଁ ହେଲା ପ୍ରଣୀତା। ଶିଶୁଟି ମାଆ କୋଳରେ ଖେଳୁଥିବା ବେଳେ ବାଘ ତା’ ଉପରକୁ ଝାଂପି ନେଇ ପଳାଇଥିଲା। ଏହି ଭୟାନକ ଘଟଣା ଯୋଗୁଁ ମାନସିକ ଦୁର୍ଦ୍ଦଶାଗସ୍ତ ମାଆ ପୂଜା ଓରାମ୍‌ କହିଛନ୍ତି ଯେ ସେ ନିଜର ଶିଶୁ କନ୍ୟାକୁ ବାଘ ପାଖରୁ ରକ୍ଷା କରିବା ଲାଗି ବାଘ ସହିତ ମଧ୍ୟ ଲଢେଇ କରିଥିଲେ, କିନ୍ତୁ ଛୁଆକୁ ନେଇ ଦୌଡି ଦୌଡି ପଳାଇଥିଲା।

ସମ୍ବନ୍ଧିତ ଖବର