ମୁମ୍ବାଇର ଅନ୍ଧେରୀ ଅଞ୍ଚଳରେ କଲରପତରିଆ ବାଘ, ଟ୍ଵିଟ୍‌ କରି ଭିଡିଓ ଜାରି କଲେ ସ୍ଥାନୀୟ ବାସିନ୍ଦା

ମୁମ୍ବାଇ: ମୁମ୍ବାଇର ଅନ୍ଧେରୀସ୍ଥିତ ଏକ ଜନସମାଗମ ଅଞ୍ଚଳରେ ସୋମବାର ଏକ କଲରପତରିଆ ବାଘ ଦେଖିବାକୁ ମିଳିଛି। କଲରପତରିଆ ବାଘଟିକୁ ଦେଖିବା ପରେ ସ୍ଥାନୀୟ ଅଞ୍ଚଳରେ ଭୟର ଆତଙ୍କ ଖେଳି ଯାଇଛି। ଅନ୍ଧେରୀ ଅଞ୍ଚଳର ଜଣେ ବାସିନ୍ଦା ବାଘଟିର ଭିଡିଓ ଟ୍ଵିଟ୍‌ କରିଛନ୍ତି। ସେ ଟ୍ଵିଟ୍‌ କରି ଲେଖିଛନ୍ତି, ‘ଅନ୍ଧେରୀର ପୂର୍ବ ଇଲାକାର ମାରୋଲ ବିଜୟନଗରରେ ଉଡ୍‌ଲାଣ୍ଡ୍‌ କ୍ରସ ଅଞ୍ଚଳରେ ଏକ କଲରପତରିଆ ଜଣେ ଲୋକଙ୍କ ଘରେ ପଶିଗଲା।’

ରିପୋର୍ଟରୁ ଜାଣିବାକୁ ମିଳିଛି କଲରପତରିଆ ବାଘଟିକୁ ଖୋଜୁ ଖୋଜୁ ସଂପୃକ୍ତ ଅଞ୍ଚଳରେ ଏକ କାର୍‌ ତଳେ ଏକ ବଡ଼ ବିରାଡ଼ି ଶୋଇ ଥିବାର ଦେଖିବାକୁ ମିଳିଥିଲା। ଏଏନ୍‌ଆଇ ପକ୍ଷରୁ ହୋଇଥିବା ଟ୍ଵିଟ୍‌ ଅନୁସାର, ଜଙ୍ଗଲ ବିଭାଗର ଏକ ଦଳ ମିଶି ଉକ୍ତ କଲରପତରିଆ ବାଘଟିକୁ ଖୋଜିବା ପାଇଁ ଅପରେସନ ଆରମ୍ଭ କରିଛନ୍ତି।

 

ଅନ୍ଧେରୀରେ କଲରପତରିଆ ବାଘ ଦିଶିବା କିଛି ନୂଆ କଥା ନୁହେଁ। ପୂର୍ବରୁ ବି ଅନେକ ଥର ଅନ୍ଧେରୀ ଅଞ୍ଚଳର ରାସ୍ତା ଓ କଲେନିମାନଙ୍କରରେ କଲରପତରିଆ ବାଘ ଠାବ କରାଯାଇଛି। ଉଲ୍ଲେଖଯୋଗ୍ୟ, ଗତ କିଛି ମାସ ତଳେ ଓଡ଼ିଶାର ଏୟାର୍‌ପୋର୍ଟ ଅଞ୍ଚଳରେ ମଧ୍ୟ ଏକ କଲରପତରିଆ ବାଘ ଦେଖା ଦେବା ଘଟଣା ସମଗ୍ର ରାଜ୍ୟରେ ଚାଞ୍ଚଲ୍ୟ ଖେଳାଇଥିଲା। ପରବର୍ତ୍ତୀ ମୁହୂର୍ତ୍ତରେ ବାଘଟିକୁ ମଧ୍ୟ ରାତ୍ରରେ ଧରାଯାଇଥିଲା।

ସମ୍ବନ୍ଧିତ ଖବର