ଗୁଜୁରାଟ: ଚାକିରି ଅଭାବରୁ ଇଞ୍ଜିନିୟରିଂ ଏବଂ ଏମ୍‌ବିଏ ଡିଗ୍ରିଧାରୀ କନେଷ୍ଟବଳ ହେଉଛନ୍ତି

ଗାନ୍ଧୀନଗର : ଦେଶରେ ସବୁ କ୍ଷେତ୍ରରେ ଚାକିରିର ଅଭାବ ଦେଖିବାକୁ ମିଳୁଛି । ମେଧାବୀ ଛାତ୍ର-ଛାତ୍ରୀମାନେ ମଧ୍ୟ ଚାକିରି ପାଇବାରୁ ବଞ୍ଚିତ ରହୁଛନ୍ତି । କିଛି ପିଲା ଅଧିକ ଅର୍ଥ ବ୍ୟୟ କରି ଇଞ୍ଜିନିୟରିଂ ଏବଂ ଏମ୍‌ବିଏ ଭଳି ପାଠ ପଢ଼ୁଥିଲେ ମଧ୍ୟ ସେମାନଙ୍କୁ ଯୋଗ୍ୟତା ଅନୁଯାୟୀ ଚାକିରି ମିଳୁ ନାହିଁ । ଯାହା ଫଳରେ ଏତେ ସବୁ ଜ୍ଞାନ ଥାଇ ମଧ୍ୟ ବାଧ୍ୟ ହୋଇ ସେମାନେ ଅଲଗା ପେସାରେ ପାଦ ରଖୁଛନ୍ତି । ଗୁଜୁରାଟରେ ସେଭଳି କିଛି ଘଟଣା ସାମ୍ନାକୁ ଆସୁଛି । ଇଞ୍ଜିନିୟରିଂ,ଏମ୍‌ବିଏ ଏବଂ ବିଭିନ୍ନ ପୋଷ୍ଟ ଗ୍ରାଜୁଏଟ୍‌ କୋର୍ସ କରି ଯୁବକମାନେ କନେଷ୍ଟବଳ ଚାକିରି କରିଥିବା ଜଣାପଡ଼ିଛି ।

indiatimes

ସୂଚନା ମୁତାବକ, ଗୁରୁରାଟର ନବରଙ୍ଗପୁର ପୁଲିସ ଷ୍ଟେସନରେ ଲୋକ ରକ୍ଷକ ଦଳ ଯବାନ ଭାବେ ହରିଶ୍‌ ବିଠଲ୍‌ଙ୍କୁ ପୋଷ୍ଟିଙ୍ଗ ମିଳିଛି । ଏହି ପୋଷ୍ଟ ପାଇଁ ଶିକ୍ଷାଗତ ଯୋଗ୍ୟତା ଦ୍ୱାଦଶ ଶ୍ରେଣୀ ଥିବା ବେଳେ ଏମ୍‌ବିଏ କରି ସାରିଥିବା ହରିଶ୍‌ଙ୍କୁ ଚାକିରି ନ ମିଳିବାରୁ ସେ ଏହି ବାଟ ବାଛିଥିବା ଜଣାପଡ଼ିଛି । ଏହି ପୁଲିସ ଷ୍ଟେସନରେ ଥିବା ଅନ୍ୟ ୫ଜଣ ଲୋକ ରକ୍ଷକ ଦଳ(ଏଲ୍‌ଆର୍‌ଡ଼ି)ଯବାନମାନଙ୍କ ପାଖରେ ମଧ୍ୟ ବିସିଏ, ବି.ଏ, ବିଇଡ଼ି, ପିଜିଡ଼ିସିଏ ଏବଂ ଏମ୍‌ଏସ୍‌ସିର ପ୍ରମାଣପତ୍ର । ୨୦୧୭ରେ ପାଖାପାଖି ୧,୦୦୦ଜଣ ବ୍ୟବସାୟିକ ଡ଼ିଗ୍ରିଧାରୀ ଏଲ୍‌ଆର୍‌ଡ଼ି ଭାବେ ନିଯୁକ୍ତି ପାଇଥିବା ଜଣା ପଡ଼ିଛି । ଏତେ ଅର୍ଥ ଖର୍ଚ୍ଚ କରି ମଧ୍ୟ ସେମାନେ ସ୍ୱଳ୍ପ ଦରମାରେ କାମ କରିବାକୁ ବାଧ୍ୟ ହେଉଛନ୍ତି । ଏଲ୍‌ଆର୍‌ଡ଼ି ଭାବେ କାମ କରୁଥିବା ଯୁବକମାନେ ୫ ବର୍ଷ ପର୍ଯ୍ୟନ୍ତ ବିନା ବର୍ଦ୍ଧିତ ଦରମାରେ କାମ କରିବା ପରେ ସେମାନଙ୍କୁ ସ୍ଥାୟୀ କରାଯାଇଥାଏ । ଚାକିରି ଅଭାବରୁ ସେମାନେ ବାଧ୍ୟ ହୋଇ ସ୍ୱଳ୍ପ ଦରମାରେ କାମ କରିବାକୁ ବାଧ୍ୟ ହେଉଛନ୍ତି ।

ସମ୍ବନ୍ଧିତ ଖବର