ଏଣିକି ଘରେ ବସି କରିପାରିବେ ଏଲ୍‌ଆଇସି ପଲିସିକୁ ଆଧାର ସହ ସଂଯୋଗ

ନୂଆଦିଲ୍ଲୀ: ଭାରତର ସର୍ବ ବୃହତ ଜୀବନ ବୀମାକୁ ଆଧାର ଏବଂ ପ୍ୟାନରେ ସଂଯୋଗ କରିବା ପାଇଁ ୱେବସାଇଟ ପ୍ରସ୍ତୁତ କରାଯାଇଛି ବୋଲି ଲାଇଫ ଇନସ୍ୟୁରାନ୍‌ସ ପକ୍ଷରୁ କୁହାଯାଇଛି । ଏଲଆଇସିଧାରକଙ୍କ ପାଇଁ ଆଧାରକୁ ଅନଲାଇନ ଜରିଆରେ ସଂଯୋଗ କରିବା ପାଇଁ ଏକ ନୂଆ ଯୋଜନା ପ୍ରସ୍ତୁତ କରିଯାଇଛି । ଯାହାକୁ ଅତି ସହଜରେ ଜନତାମାନେ ଲାଭ ଉଠାଇପାରିବେ । କିଛି ଦିନ ପୂର୍ବେ ଆଇଆରଡିଏଆଇ ବୀମା ର୍ନିମାତା ଜୀବନ ବୀମା ସହ ଆଧାର ସଂଖ୍ୟାର ସଂଯୋଗକୁ ଅନିବାର୍ଯ୍ୟ ବୋଲି ଘୋଷଣା କରିଥିଲେ । ତେବେ କିଭଳି ଘରେ ବସି ଆପଣ ଅନଲାଇନ୍‌ ଜରିଆରେ ଆପଣଙ୍କର ବୀମାକୁ ଆଧାର ସହ ଲିଙ୍କ କରିପାରିବେ ଆସନ୍ତୁ ଜାଣିବା।

ଏଲଆଇସି ଏକ ସ୍‌ୱତନ୍ତ୍ର ୱେବସାଇଟ ପ୍ରସ୍ତୁତ କରିଛି-ଯେଉଁଥିରେ ଆଧାର ଏବଂ ପ୍ୟାନକୁ ଅନଲାଇନ ଜରିଆରେ ସଂଯୋଗ କରିବା ନିୟମାବଳୀ ଦର୍ଶା ଯାଇଛି।

୧.ଏଥିପାଇଁ ଆପଣଙ୍କୁ ପ୍ରଥମେ ଜୀବନ ବୀମା ୱେବସାଇଟକୁ ଯାଇ ତାକୁ ଲଗ୍‌ ଇନ୍‌ କରିବାକୁ ପଡିବ । ଯେଉଁଥିରେ ଆଧାର ଏବଂ ପ୍ୟାନକୁ ଆଧାର ସହ ଲିଙ୍କ ନିୟମ ଉପରେ କ୍ଲିକ୍‌ କରିବାକୁ ପଡ଼ିବ।

୨. ଏହାପରେ ଆପଣଙ୍କୁ ସେଠାରେ ଟୁ-ଡୁ ଚେକ୍‌ ନାମକ ବିକଳ୍ପ ନଜର ଆସିବ । ଯାହାକୁ ଭଲଭାବରେ ପଢି ବୁଝିବାକୁ ହେବ ।

୩.ଏହାପରେ ସେଠାରେ ୟୁଆଇଡିଏଆଇରେ ରେଜିଷ୍ଟର ଥିବା ଆପଣଙ୍କର ମୋବାଇଲ ନମ୍ବରକୁ ଭର୍ତ୍ତି କରିବାକୁ ପଡିବ । ଯେଉଁଥିରେ ଆପଣଙ୍କ ନିକଟକୁ ଏକ ଓଟିପି କୋଡ ଆସିବ। ଏହି କୋଡକୁ ସେଠାରେ ଦେବାକୁ ପଡିବ।

୪. ତେବେ ଏହି ଚେକ ଲିଷ୍ଟରେ ସମସ୍ତ ତଥ୍ୟ ଦେବା ପରେ ସେଠାରେ ଥିବା ‘ପ୍ରୋସିଡ ବଟନ’ ଉପରେ ଆପଣଙ୍କୁ କ୍ଲିକ କରିବାକୁ ପଡିବ ।

୫. ଏହାପରେ ଆପଣଙ୍କର ଆଧାର ନମ୍ବର ବୀମାରେ ଲିଙ୍କ ହୋଇଯିବ ।

ସମ୍ବନ୍ଧିତ ଖବର