ଏହି ଜେଲରେ କଏଦୀଙ୍କ ଜୀବନ ଅଭିଶାପଠାରୁ କମ୍ ନୁହେଁ !

ଫିଲିଫିନ୍ସରେ ରହିଛି ଏମିତି ଏକ ଜେଲ୍ ଯେଉଁଠି କଏଦୀମାନଙ୍କ ଜୀବନ ଏକ ଅଭିଶାପଠାରୁ କମ୍ ନୁହେଁ । ୬୦ ବର୍ଷ ତଳର ଏହି ଜେଲ୍ଟିର ନାମ ଫିୟୁଜନ୍ । ଏଠାରେ ୮୦୦ କଏଦୀ ରହିବାର ବ୍ୟବସ୍ଥା ରହିଛି । ମାତ୍ର ଏଠାରେ ରହନ୍ତି ୩,୮୦୦ ଜଣ କଏଦୀ । ଯେଉଁ କୋଠରୀରେ ୩୦ ଜଣ କଏଦୀ ରହିବା କଥା ସେଠାରେ ରହନ୍ତି ପ୍ରାୟ ୧୩୦ରୁ ୨୦୦ ଜଣ କଏଦୀ।

ତେବେ ଖାଦ୍ୟ ପାଣିର ଅସୁବିଧା ତ ନ କହିବା ଭଲ ।ମାତ୍ର ତାଙ୍କ ଶୋଇବା ବ୍ୟବସ୍ଥା ସଂପର୍କରେ ଜାଣିଲେ ଯେ କେହି ବି ଲୋକ ଆଖିରେ ଲୁହ ଭରିଯିବ। ଏତେ ଭିଡ଼ରେ ସେମାନେ ଶୁଅନ୍ତି ଯେ ଥରେ ଶୋଇଲେ ଆଉ ଥରେ କଡ଼ ଲେଉଟେଇବାକୁ ମଧ୍ୟ ଜାଗା ବଞ୍ଚି ନ ଥାଏ । ଫଳରେ ରାତିକ ସାରା ଗୋଟାଏ ଅବସ୍ଥା ଶୋଇବାକୁ ପଡ଼ିଥାଏ ସେମାନଙ୍କୁ । ଆବଶ୍ୟକ ପଡ଼ିଲେ ଚିରା କମ୍ବଳକୁ ଦୋଳି ପରି ଝୁଲେଇ ସେଠାରେ କାମ ଚଳେଇବାକୁ ପଡ଼ିଥାଏ।

ସମ୍ବନ୍ଧିତ ଖବର