ରାସ୍ତାରେ ଯାଉଯାଉ ୯ଟି ସିଂହକୁ ଏକାଠି ଯାଉଥିବାର ଦେଖିଲେ ପର୍ଯ୍ୟଟକ, କ୍ୟାମେରାରେ କୈଦ କଲେ ସେହି ଦୃଶ୍ୟକୁ

ଗାନ୍ଧିନଗର: ଗିର ଫରେଷ୍ଟ ନ୍ୟାସନାଲ ପାର୍କ ଓ ବନ୍ୟଜୀବ ଅଭୟାରଣ୍ୟରେ ସିଂହମାନଙ୍କ ରାଜୁତି ଚାଲେ ବୋଲି କହିଲେ ଚଳେ। ଏହି ଅଭୟାରଣ୍ୟକୁ ସାସନ୍‌ ଗିର ନାମରେ ବି ଲୋକମାନେ ଜାଣି ଥାଆନ୍ତି। ଏଠାରେ ବହୁ ସଂଖ୍ୟାରେ ସିଂହ ଥିବାର ଦେଖିବାକୁ ମିଳିଥାଏ। ସାସନ୍‌ ଗିରରେ ପର୍ଯ୍ୟଟକମାନେ ସିଂହମାନଙ୍କୁ ସିଧାସଳଖ ରାସ୍ତାରେ ଯିବା ଆସିବା କରୁଥିବା ଅତି ନିକଟରୁ ଦେଖିବାର ସୁଯୋଗ ପାଇ ଥାଆନ୍ତି। ଏହି ଦୃଶ୍ୟ ଦେଖିବା ପାଇଁ ଯେତିକି ଭଲ ଲାଗେ ଯେତିକି ଭୟ ମଧ୍ୟ ଲାଗିଥାଏ ବୋଲି ପର୍ଯ୍ୟଟକମାନେ କହିଥାଆନ୍ତି।

ନିକଟରେ ଜଣେ ପର୍ଯ୍ୟଟକ ଏହି ରାସ୍ତା ଦେଇ ଯାଉଥିବା ସମୟରେ ଗୁଜୁରାଟର ସାସନ୍‌ ଗିର ରାସ୍ତା ଦେଇ ୯ଟି ସିଂହ ପାର ହେଉଥିବାର ଦେଖିବାକୁ ପାଇଥିଲେ। ସେ ସଙ୍ଗେସଙ୍ଗେ ସମୟ ବିଳମ୍ବ ନକରି ଏହି ଦୃଶ୍ୟକୁ ନିଜ କ୍ୟାମେରାରେ କୈଦ୍‌ କରି ନେଇଥିଲେ। ଭିଡିଓରେ ଦେଖିବାକୁ ମିଳୁଛି ରାସ୍ତା ଅତିକ୍ରମ କରୁଥିବା ୯ଟି ସିଂହ ମଧ୍ୟରୁ ୬ଟି ସିଂହୀ ଓ ୩ଟି ଶାବକ ଅଛନ୍ତି। ସିଂହୀ ଆଗରେ ଯାଉଥିବା ବେଳେ ତାର ଛୁଆମାନେ ମା’ ପଛେପଛେ ଯାଉଛନ୍ତି। କୁହାଯାଏ କି ସିଂହୀ ତାର ଛୁଆକୁ ଖୁବ କଷ୍ଟରେ ବଡ଼ କରିଥାଏ।

ସମ୍ବନ୍ଧିତ ଖବର