ମହିଳାମାନେ ନିଜ ମୁଖର ସୌନ୍ଦର୍ଯ୍ୟ ବୃଦ୍ଧି ଲାଗି ଓଠରେ ଲିପଷ୍ଟିକ୍ ଲଗାଇଥାନ୍ତି। ଆପଣ କ’ଣ ଜାଣନ୍ତି ଯେ ଲିପଷ୍ଟିକ୍ ଲଗାଇବାକୁ ଏକ ଦେଶରେ ଲୋକେ ଭଲ ଦୃଷ୍ଟିରେ ଦେଖନ୍ତି ନାହିଁ। ଆୟାର୍ଲାଣ୍ଡରେ ମହିଳାମାନେ ଲିପଷ୍ଟିକ୍ ଲଗାଇବାକୁ ଉଚିତ ମନେ କରାଯାଏ ନାହିଁ। କାରଣ ତାହା ଭଲ କାମ ନୁହେଁ ବୋଲି ସେଠାରେ ବିବେଚନା କରାଯାଇଥାଏ। ତେବେ ଆପଣ ଜାଣନ୍ତି କି ଲିପଷ୍ଟିକ୍ ଆପଣଙ୍କର ହୃଦୟ ଓ ମସ୍ତିଷ୍କ ଉପରେ ଖରାପ ପ୍ରଭାବ ପକାଇଥାଏ।
ନିକଟରେ କାଲିଫର୍ଣ୍ଣିଆ ବିଶ୍ୱବିଦ୍ୟାଳୟ ପକ୍ଷରୁ କରାଯାଇଥିବା ଏକ ଗବେଷଣାରୁ ଜଣାଯାଇଛି ଯେ ଲିପଷ୍ଟିକ୍ରେ କାଡମିଅମ୍ ଓ କ୍ରୋମିଅମ୍ ଥିବା ହେତୁ ତାହା କର୍କଟ ରୋଗର କାରଣ ହୋଇପାରେ। ସେହି ଗବେଷଣାରେ କୁହାଯାଇଛି ଯେ ସେମାନେ ୮ଟି ଲିପଷ୍ଟିକ୍ ଓ ୨୪ଟି ଲିପ୍ଗ୍ଲସ୍ ଉପରେ ପରୀକ୍ଷା କରାଯାଇଥିଲା। ଖାଲି ସେତିକି ନୁହେଁ,ମହିଳାଙ୍କଠାରେ କିଡନି ରୋଗ ହେବାର ଧ୍ୟ ଆଶଙ୍କା ରହିଛି। ଏଣୁ ଦିନରେ ମାତ୍ର ଥରେ ବା ଦୁଇ ଥର ଏିପଷ୍ଟିକ୍ ଲଗାଇବା ଉଚିତ ବୋଲି ମତ ଦେଇଛନ୍ତି ବିଶେଷଜ୍ଞ।