ପାଣ୍ଡାକୁ ଦେଖିବାକୁ ଯାଇଥିବା ବେଳେ ତଳକୁ ଖସି ପଡ଼ିଲେ ଶିଶୁ କନ୍ୟା, ଭିଡିଓରେ ଦେଖନ୍ତୁ କିଭଳି ଭାବରେ ବଞ୍ଚାଇଲେ ସିକ୍ୟୁରିଟି ଗାର୍ଡ
ନୂଆଦିଲ୍ଲୀ : ଚୀନ୍ର ସିଚୁଆନ୍ରେ ଘଟିଥିବା ଘଟଣାକୁ ନେଇ ଏବେ ସୋସିଆଲ ମିଡିଆରେ ଚର୍ଚ୍ଚା ଆରମ୍ଭ ହୋଇଛି । ସିଚୁଆନ୍ରେ ଥିବା ପାଣ୍ଡା ବ୍ରିଡିଙ୍ଗ ସେଣ୍ଟରରେ ଜଣେ ଶିଶୁ ସହ ଯେଉଁ ହୃଦୟ ଥରାଇବା ଭଳି ଘଟଣା ଘଟିଥିଲା ତାହାର ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହୋଇଛି ।
Sambad is now on WhatsApp
Join and get latest news updates delivered to you via WhatsApp
ସୂଚନା ମୁତାବକ, ନିଜ ପରିବାର ସହ ଶିଶୁଟି ପାଣ୍ଡାକୁ ଦେଖିବା ପାଇଁ ଯାଇଥିବା ବେଳେ ଭଲ ଭାବରେ ଦେଖିବା ପାଇଁ ସେ ଲାଗିଥିବା ଜାଲି ଉପରକୁ ଉଠିଥିଲା । ଏହି ସମୟରେ ନିୟନ୍ତ୍ରଣ ହରାଇ ତଳକୁ ଖସି ପଡ଼ିବା ପରେ ଉପସ୍ଥିତ ଥିବା ଲୋକେ ଭୟଭୀତ ହେବା ସହ ସାହାଯ୍ୟ ପାଇଁ ଚିତ୍କାର କରି ଲାଗିଥିଲେ । ଲୋକମାନଙ୍କ ପାଟି ଶୁଣି ସେଠାରେ ପହଞ୍ଚିଥିଲେ ସୁରକ୍ଷା କର୍ମୀ । ସେମାନେ ପ୍ରଥମେ ଏକ ବାଡି ସାହାଯ୍ୟରେ ଶିଶୁଟିକୁ ବାହାରକୁ ଆଣିବା ପାଇଁ ଚେଷ୍ଟା କରିଥିବା ବେଳେ ତାହା ସମ୍ଭବ ହୋଇ ନ ଥିଲା । ପରେ ଜଣେ ସୁରକ୍ଷା କର୍ମୀ ତଳକୁ ନଇଁ ଶିଶୁ କନ୍ୟାର ହାତ ଧରି ଉପରକୁ ଆଣିଥିଲେ । ଏହି ସମୟରେ ଦୃଶ୍ୟକୁ ସେଠାରେ ଥିବା ଲୋକେ ରେକର୍ଡ କରିବା ସହ ସୋସିଆଲ ମିଡିଆରେ ପୋଷ୍ଟ କରିଥିଲେ । ଏହାଏବେ ଭାଇରାଲ ହେବାରେ ଲାଗିଛି । ଉଦ୍ଧାର କରାଯାଇଥିବା ଶିଶୁଟି ସମ୍ପୂର୍ଣ୍ଣ ସୁସ୍ଥ ଥିବା ସୂଚନା ମିଳିଛି ।