ସୋସିଆଲ୍‌ ମିଡିଆରେ ଛାଇଲା କୁନି ଝିଅର ‘ଗ୍ରାଉଣ୍ଡ୍‌ ରିପୋର୍ଟ’, ଭିଡିଓକୁ ଗ୍ରହଣୀୟତା ମିଳିବାରେ ଲାଗିଛି

ଚଣ୍ଡିଗଡ଼: ହରିଆଣାର ଏକ କୁନି ଝିଅ ଏବେ ସୋସିଆଲ୍‌ ମିଡିଆରେ ଭାଇରାଲ୍‌ ହେବାରେ ଲାଗିଛି। ପ୍ରବଳ ବର୍ଷା ହେବା ପରେ ରାଜ୍ୟର କୁରୁକ୍ଷେତ୍ର ଅଞ୍ଚଳରେ ପାଣି ଜମି ବନ୍ୟା ପରିସ୍ଥିତି ଉପୁଜିଥିବା ବେଳେ କୁନି ଝିଅ ସେହି ପରିସ୍ଥିତିକୁ ନେଇ ‘ଗ୍ରାଉଣ୍ଡ୍‌ ରିପୋର୍ଟ’ କରି ଚର୍ଚ୍ଚା ପାଲଟିବାରେ ଲାଗିଛି। କୁନି ଝିଅଟି ରିପୋର୍ଟି କରୁଥିବା ବେଳେ ଜଣେ ପଡ଼ୋଶୀ ଏହାକୁ ସୁଟିଂ କରି ମାଇାକ୍ରୋବ୍ଲଗିଂ ସାଇଟ୍‌ରେ ଅପ୍‌ଲୋଡ କରିବା ପରେ ଏହି ଭିଡିଓଟି ଏବେ ଭାଇରାଲ୍‌ ହେବାରେ ଲାଗିଛି।

ଝିଅଟି ହିନ୍ଦୀରେ ରିପୋର୍ଟି କରୁଥିବାର ଶୁଣିବାକୁ ମିଳିଛି। ସେ ପାଣି ଭିତରେ ପଶି ଚାଲି ଚାଲି ଏକଦମ ରିପୋର୍ଟରଙ୍କ ଶୈଳୀରେ ସୂଚନା ପ୍ରଦାନ କରୁଥିବା ଭିଡିଓରେ ଦେଖିବାକୁ ମିଳିଛି। ଏହି ଭିଡିଓଟି ଏବେ ଟ୍ଵିଟର୍‌ରୁ ଫେସ୍‌ବୁକ୍‌ ଓ ହ୍ଵାଟ୍‌ସଆପ ଆଦି ଚାରିଆଡ଼େ ବ୍ୟାପିବାରେ ଲାଗିଛି। ଏହି ଭିଡିଓକୁ ବହୁ ଗ୍ରହଣୀୟତା ମିଳି ଚାଲିଛି।

ସମ୍ବନ୍ଧିତ ଖବର