ବସ୍ତିରେ ରହୁଥିବା ସାଧାରଣ ଝିଅରୁ ଏମିତି ଥିଲା କର୍କଟ ବିଶେଷଜ୍ଞ ହେବା ପର୍ଯ୍ୟନ୍ତ ଡକ୍ଟର ରେଖାଙ୍କ ଯାତ୍ରା

ମୁମ୍ବାଇ: ଜଣେ ମାଆର ଅନାବିଳ ସ୍ନେହ, ପ୍ରେମ ଓ ପ୍ରେରଣା ହିଁ ତା’ ପିଲାକୁ ସଫଳ ହେବା ପାଇଁ ବାଧ୍ୟ କରିପକାଏ। ଉଚ୍ଚତମ ଶୃଙ୍ଘ ଚଢ଼ିବାରୁ ନେଇ ଗଭୀରତମ ସମୁଦ୍ର ଭିତରକୁ ଯିବା ଆଦି କିଛି ବି ସହଜ ହୋଇପାରେ ଜଣେ ମାଆର ଆଶୀର୍ବାଦ ରହିଲେ। ଏହି କଥାଟି ସତ ପ୍ରମାଣିତ ହୋଇଛି ଡକ୍ଟର ରେଖାଙ୍କ କ୍ଷେତ୍ରରେ। ତାଙ୍କ ମାଆଙ୍କ ପ୍ରୋତ୍ସାହନା ହିଁ ତାଙ୍କୁ ମୁମ୍ବାଇର ବସ୍ତିରେ ରହୁଥିବା ଜଣେ ସାଧାରଣ ଝିଅରୁ କର୍କଟ ବିଶେଷଜ୍ଞ ହେବା ପର୍ଯ୍ୟନ୍ତ ସହାୟ ହୋଇଛି।

ଗଣମାଧ୍ୟମରେ ସାକ୍ଷାତ୍‌କାର ଜରିଆରେ ରେଖା କହନ୍ତି କି ତାଙ୍କ ପରିବାର ମୁମ୍ବାଇକୁ ସ୍ଥାନାନ୍ତରିତ ହୋଇ ଆସିଥିଲେ। ୭ ଜଣ ସଦସ୍ୟ ବିଶିଷ୍ଟ ପରିବାର ଗୋଟାଏ ବଖରା ଘର ଥିବା ଏକ ଫ୍ଲାଟ୍‌ରେ ରହୁଥିଲେ। ତାଙ୍କ ବିଧବ ମାଆ ତାଙ୍କୁ ଶିକ୍ଷା ଦେବା ପାଇଁ ଅସମର୍ଥ ଥିଲେ ବି ସବୁବେଳେ ଚାହୁଁଥିଲେ କି ତାଙ୍କ ପିଲାମାନେ ସଫଳ ହୁଅନ୍ତୁ, ଖୁସିରେ ଜୀବନ ଜିଅନ୍ତୁ। ନିଜ ମାଆଙ୍କୁ ଡକ୍ଟର ରେଖା ତାଙ୍କର ମେରୁଦଣ୍ଡ ବୋଲି କହନ୍ତି। ପ୍ରତ୍ୟେକ ପରିସ୍ଥିତିରେ ସେ ତାଙ୍କ ପଛେ ପଛେ ରହି ତାଙ୍କ ପ୍ରେରଣା ହୁଅନ୍ତି। ରେଖାଙ୍କୁ ପାଠ ପଢ଼ିବା ପାଇଁ ସେ ପ୍ରୋତ୍ସାହିତ କରନ୍ତିି।

ଏପରିକି ଗତ ବର୍ଷ ଟାଇଫଏଡ୍‌ରେ ପଡ଼ିଥିବା ହେତୁ ରେଖାଙ୍କୁ ଡାକ୍ତର ଗୋଟିଏ ବର୍ଷ ପରୀକ୍ଷା ନଦେଇ ବିଶ୍ରାମ ନେବାକୁ ପରାମର୍ଶ ଦେଇଥିଲେ ବି ରେଖା କିନ୍ତୁ ପରୀକ୍ଷା ଦେଇଥିଲେ। ରେଖା ନିଜର ପାରଦର୍ଶିତା ସଂପୂର୍ଣ୍ଣ ଭାବେ ଦେଖାଇଛନ୍ତି କି ନାହିଁ ଯେତେବଳେ ପରୀକ୍ଷାରେ ଫେରିବା ପରେ ତାଙ୍କ ମାଆ ପ୍ରଶ୍ନ କରିଥିଲେ ସେ ହଁ ବୋଲି କହି କାନ୍ଦିବାରେ ଲାଗିଥିଲେ।

ରେଖା ନିଜ ସଫଳତାର ସବୁତକ ଶ୍ରେୟ ନିଜ ମାଆକୁ ଦେଇ ଫେସ୍‌ବୁକ୍‌ରେ ଏକ ପୋଷ୍ଟ୍‍ ଜରିଆରେ କହିଛନ୍ତି, ‘ମୋ ମାଆ ଜୀବନର ଦୁଇଟି ମନ୍ତ୍ର ସର୍ବଦା ଶିକ୍ଷା ଦିଅନ୍ତି। ପ୍ରଥମ ମନ୍ତ୍ରଟି ହେଉଛି, ପ୍ରତ୍ୟେକ ପରିସ୍ଥିତିରେ ପରିବାର ଆଗ। ଦ୍ୱିତୀୟଟି ହେଉଛି, ଯଦି ତୁମେ ସମାଜ ପାଇଁ କିଛି ଭଲ କରୁଛ ତେବେ ତାହାର ଫଳାଫଳା କେଉଁ ବି ଉପାୟରେ ଫେରିକରି ତୁମ ପାଖକୁ ହିଁ ଆସିବ।

ସମ୍ବନ୍ଧିତ ଖବର