ପୁରୁଷର ଶରୀରର କେଉଁ ଅଙ୍ଗରେ ଝିଟିପିଟି ପଡ଼ିଲେ କ’ଣ ସୂଚନା ମିଳିଥାଏ ?

ଝିଟିପିଟିକୁ ଅନେକ ସମୟରେ ଲୋକେ ଅନ୍ଧବିଶ୍ୱାସରେ ରହିଥାନ୍ତି। ଆସନ୍ତୁ ଜାଣିବା ଶରୀରର କେଉଁ ଅଙ୍ଗରେ ଝିଟିପିଟି ପଡ଼ିଲେ କ’ଣ ସୂଚନା ଦେଇଥାଏ।
ବ୍ୟକ୍ତିର ମୁଣ୍ଡ ଉପରେ ଝିଟିପିଟି ପଡ଼ିଲେ ତାଙ୍କର ସଂପତ୍ତି ପ୍ରାପ୍ତ ହେବାର ସମ୍ଭାବନା ରହିଥାଏ ।
କିନ୍ତୁ ଝିଟିପିଟି ମୁଣ୍ଡର ପଶ୍ଚାତ୍‌ ଭାଗରେ ପଡ଼ିଲେ, ଏହା ମାମୁଙ୍କର ଦୁର୍ଭାଗ୍ୟର ସୂଚନା ବୋଲି ବୁଝିବାକୁ ପଡ଼ିବ।
ଯଦି କାହା ମୁଣ୍ଡର ମଝିରେ ଝିଟିପିଟି ପଡ଼ିଲା, ଜାଣ ସେ ବ୍ୟକ୍ତି ଅସୁସ୍ଥ ହେବେ।
ଝିଟିପିଟି ମୁଣ୍ଡର ଠିକ୍‌ ଭଅଁର ଉପରେ ପଡ଼ିଲେ ମୃତ୍ୟୁ ଯୋଗ ବୋଲି କୁହାଯାଏ।
ଝିଟିପିଟି ଯଦି ଭଅଁର ତଳକୁ ପଡ଼େ, ତାହା ସୌଭାଗ୍ୟ ଆସିବାର ଆଭାସ ବୋଲି ଜାଣ।

ଯଦି ଝିଟିପିଟି କେବଳ କେଶ ଉପରେ ପଡ଼େ, ହଇରାଣ ଯୋଗ ଅଛି ବୋଲି ଜାଣନ୍ତୁ।
ପୁରୁଷର ଦକ୍ଷିଣ ପାର୍ଶ୍ୱରେ ଝିଟିପିଟି ପଡ଼ିଲେ ଶୁଭ ଫଳ ମିଳେ। ବାମ ପାର୍ଶ୍ୱରେ ପଡ଼ିବା ଦୁର୍ଦ୍ଦଶାର ସୂଚନା।

ବେକ ଉପରେ ଝିଟିପିଟି ପଡ଼େ ତାହାଲେ ଜାଣି ନିଅନ୍ତୁ ଯେ, ସେହି ବ୍ୟକ୍ତିଙ୍କୁ ନିକଟର ଯଶ ପ୍ରାପ୍ତ ହେବ।
ଶରୀରର ବାମ କିମ୍ବା ଡାହାଣ ପାର୍ଶ୍ୱ କାନରେ ଝିଟିପିଟି ପଡ଼ିଲେ ବ୍ୟକ୍ତିଙ୍କର ଆୟୁ ବୃଦ୍ଧି ହୋଇଥାଏ।
ବାମ ପାର୍ଶ୍ୱ ଗାଲ ଉପରେ ଝିଟିପିଟି ପଡ଼ିଲେ ଯଥାଶୀଘ୍ର ଆପଣଙ୍କ ପୁରୁଣା ବନ୍ଧୁଙ୍କ ସହିତ ଭେଟ ହେବାର ସମ୍ଭାବନା ଥାଏ।
ମୁହଁରେ ଝିଟିପିଟି ପଡ଼ିଲେ ଯଥାଶୀଘ୍ର ଆପଣଙ୍କୁ ମଧୂର ଭୋଜନ ପ୍ରାପ୍ତ ହେଇଥାଏ।

photo-youtube

କାନ୍ଧ ଉପରେ ଝିଟିପିଟି ପଡ଼ିଲେ ବହୁତ ଶୀଘ୍ର ଆପଣଙ୍କ ଶତ୍ରୁର ବିନାଶ ହେବାର ସମ୍ଭାବନା ରହିଥାଏ।
ଅଣ୍ଟା ଉପରେ ଝିଟିପିଟି ପଡ଼ିଲେ ଧନ ପ୍ରାପ୍ତି ହୋଇଥାଏ।
ନାହି ଉପରେ ଝିଟିପିଟି ପଡ଼ିଲେ ଯଥାଶୀଘ୍ର ଆପଣଙ୍କର ମନୋକାମନା ପୂର୍ଣ୍ଣ ହେବାକୁ ଥାଏ।
ଡାହାଣ ହାତରେ ଝିଟିପିଟି ପଡ଼ିଲେ ନୂତନ ବସ୍ତ୍ର ପ୍ରାପ୍ତ ହୁଏ।

ସମ୍ବନ୍ଧିତ ଖବର