ରାହୁଲ ଗାନ୍ଧୀଙ୍କୁ ଦେଖିବା ପାଇଁ ୫ଘଣ୍ଟା ଅପେକ୍ଷା କରି ଘରକୁ ଫେରିଗଲେ ୭ବର୍ଷୀୟ ପ୍ରଶଂସକ, ପରେ ଏଭଳି କାମ କରି ଖୁସି କରାଇଲେ ରାହୁଲ

ନୂଆଦିଲ୍ଲୀ : ବୁଧବାର କେରଳର କନ୍ନୁର ଜିଲ୍ଲାରେ କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧୀ ଏକ ଜନସଭାକୁ ସମ୍ବୋଧନ କରିବା ପାଇଁ ପହଞ୍ଚିଥିଲେ । ଏହି ସମୟରେ ରାହୁଲ ଗାନ୍ଧୀ ଆସୁଥିବା ଜାଣି ତାଙ୍କର ୭ବର୍ଷୀୟ ପ୍ରଶଂସକ ନନ୍ଦନ ତାଙ୍କୁ ଭେଟିବା ପାଇଁ ପହଞ୍ଚି ଯାଇଥିଲେ । ନନ୍ଦନଙ୍କ ସହ ଥିଲେ ତାଙ୍କ ମାତା-ପିତା । ୩ଜଣ ସକାଳ ୫ଟାରୁ ଯାଇ ସଭା ହେବାକୁ ଥିବା ସ୍ଥାନରେ ଅପେକ୍ଷା କରି ରହିଥିଲେ । କିନ୍ତୁ ୫ଘଣ୍ଟା ଅପେକ୍ଷା କରିବା ପରେ ରାହୁଲ ନ ଆସିବାରୁ ୩ଜଣ ଘରକୁ ଫେରି ଆସିଥିଲେ ।

oneindia.com

ଅନ୍ୟ ପକ୍ଷରେ, ଏ ନେଇ ରାହୁଲ ଗାନ୍ଧୀଙ୍କୁ ଖବର ମିଳିବା ପରେ ସେ ସମୟ ଅଭାବରୁ ଦେଖା ନ କରି ପାରିଲେ ମଧ୍ୟ ନନ୍ଦନଙ୍କୁ ଫୋନ କରି କଥା ହେବେ ବୋଲି ଭାବିଥିଲେ । ଯାହା ପାଇଁ ତାଙ୍କ ଘରର ନମ୍ବର ଖୋଜି ସେ ନନ୍ଦନଙ୍କ ଘରକୁ ଫୋନ କରିଥିଲେ । ଯାହା ପରେ ନନ୍ଦନଙ୍କ ମା’ ଫୋନ ଉଠାଇଥିଲେ । ରାହୁଲ ଗାନ୍ଧୀ ଫୋନ କରିଥିବା ଜାଣିବା ପରେ ନନ୍ଦନଙ୍କ ମା’ ଖୁସି ହେବା ସହ ନନ୍ଦନଙ୍କୁ ଫୋନ ଦେଇଥିଲେ । ଯାହା ପରେ ରାହୁଲ ଗାନ୍ଧୀ ନନ୍ଦନଙ୍କୁ ଅପେକ୍ଷା କରାଇବା ପାଇଁ କ୍ଷମା ମାଗିବା ସହ ତାଙ୍କ ସହ କିଛି ସମୟ କଥା ହୋଇଥିଲେ । ଜଣେ ୭ବର୍ଷୀୟ ଶିଶୁ ପାଇଁ ସମୟ ବାହାର କରି ରାହୁଲ ଗାନ୍ଧୀଙ୍କ ଏପରି କାମ କରିବା ତାଙ୍କୁ ପ୍ରଶଂସାର ପାତ୍ର ବନାଇଛି ।

ସମ୍ବନ୍ଧିତ ଖବର