ନିର୍ବାଚନ କମିସନଙ୍କ ନିର୍ଦ୍ଦେଶ : ଫେସ୍ବୁକ୍, ଟୁଇଟ୍ର ଏବଂ ୟୁଟ୍ୟୁବ୍ ସହ ଜଡ଼ିତ ଏହି ୫ଟି କଥାର ପାଳନ କରିବାକୁ ବାଧ୍ୟ ପ୍ରାର୍ଥୀ ଏବଂ ରାଜନୈତିକ ଦଳ
ନୂଆଦିଲ୍ଲୀ : ଗତକାଲି ମୁଖ୍ୟ ନିର୍ବାଚନ କମିସନର ସୁନୀଲ ଆରୋରା ନିର୍ବାଚନର ତାରିଖ ଘୋଷଣା କରିବା ସହ ୭ଟି ପର୍ଯ୍ୟାୟରେ ନିର୍ବାଚନ ହେବ ବୋଲି କହିଥିଲେ । ଏପ୍ରିଲ ୧୧ତାରିଖରୁ ମତଦାନ ଆରମ୍ଭ ହୋଇ ମେ ୧୯ତାରିଖ ପର୍ଯ୍ୟନ୍ତ ୭ଟି ପର୍ଯ୍ୟାୟରେ ମତଦାନ ହେବ ବୋଲି ଘୋଷଣା କରିଥିଲେ। ତେବେ ନିର୍ବାଚନ ପୂର୍ବରୁ ନିର୍ବାଚନ କମିସନର ପ୍ରାର୍ଥୀ ଏବଂ ରାଜନୈତିକ ଦଳଗୁଡ଼ିକୁ ସାମାଜିକ ଗଣମାଧ୍ୟମ ସହ ଜଡ଼ିତ କିଛି ନିୟମର ପାଳନ କରିବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି । ଆସନ୍ତୁ ଜାଣିବା ସେ ବିଷୟରେ….
Sambad is now on WhatsApp
Join and get latest news updates delivered to you via WhatsApp
୧. ଲୋକସଭା ନିର୍ବାଚନ ଲଢ଼ିବାକୁ ଯାଉଥିବା ସମସ୍ତ ପ୍ରାର୍ଥୀଙ୍କୁ ନାମାଙ୍କନ ପତ୍ର ଦାଖଲ କରିବା ପୂର୍ବରୁ ନିଜ ଫେସ୍ବୁକ୍ ଏବଂ ଟୁଇଟ୍ର ଆକାଉଣ୍ଟର ସମସ୍ତ ବିବରଣୀ ଦେବାକୁ ନିର୍ଦ୍ଦେଶ ଦିଆଯାଇଛି ।
୨. ଫେସ୍ବୁକ୍ ଏବଂ ଟୁଇଟ୍ରରେ ପୋଷ୍ଟ କରାଯିବାକୁ ଥିବା କୌଣସି ରାଜନୈତିକ ବିଜ୍ଞାପନକୁ ପ୍ରଥମେ ନିର୍ବାଚନ କମିସନଙ୍କ ଦ୍ୱାରା ଯାଞ୍ଚ କରାଯିବା ପରେ ହିଁ, ତା’କୁ ପୋଷ୍ଟ କରାଯାଇ ପାରିବ ।
୩.ଲୋକସଭା ନିର୍ବାଚନ ଲଢ଼ୁଥିବା ସମସ୍ତ ପ୍ରାର୍ଥୀ ନିଜର ସମ୍ପୂର୍ଣ୍ଣ ନିର୍ବାଚନ ଖର୍ଚ୍ଚ ସହ ସୋସିଆଲ ମିଡିଆରେ ବିଜ୍ଞାପନ ପାଇଁ ହୋଇଥିବା ଖର୍ଚ୍ଚକୁ ସାମିଲ କରିବେ ।
୪.କୌଣସି ରାଜନୈତିକ ଦଳ ବା ପ୍ରାର୍ଥୀ ସୋସିଆଲ ମିଡିଆରେ ପ୍ରଚାର ପାଇଁ ସେନା ବା ସୁରକ୍ଷାବଳର ଯବାନମାନଙ୍କ ଫଟୋ ବ୍ୟବହାର କରି ପାରିବେ ନାହିଁ । ଯଦି କେହି ଏହି ନିୟମର ଉଲ୍ଲଂଘନ କରେ ତେବେ ତାହାର ଅଭିଯୋଗ କରିବା ପାଇଁ ଜଣେ ଅଭିଯୋଗ ଅଧିକାରୀ ନିଯୁକ୍ତ କରାଯାଇଛି ।
୫.କୌଣସି ପ୍ରକାରର ମିଛ ଖବର ବା ଲୋକମାନଙ୍କୁ ଉତ୍ତେଜିତ କଲା ଭଳି ଭାଷଣ ସୋସିଆଲ ମିଡିଆରେ ପୋଷ୍ଟ କରାଯାଇ ପାରିବ ନାହିଁ । ଏଭଳି କଲେ କରିଥିବା ଲୋକ ଉପରେ ଫେସ୍ବୁକ୍, ଟୁଇଟ୍ର ଏବଂ ଗୁଗଲ୍ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବ ବୋଲି ପ୍ରତିଶ୍ରୁତି ଦେଇଛନ୍ତି।