ଏକଦା ବିମାନର ଟଏଲେଟ୍‌ ସଫା କରୁଥିବା ବ୍ୟକ୍ତି ଆଜି ଏହି ଏୟାରଲାଇନ୍ସର ମାଲିକ

ନୂଆଦିଲ୍ଲୀ: ବ୍ରିଟେନ୍‌ର ଜଣେ ବ୍ୟକ୍ତି ଏକଦା ବିମାନର ଟଏଲେଟ ସଫା କରୁଥିଲେ, ନିଷ୍ଠା ଓ ଆତ୍ମବିଶ୍ୱାସ ବଳରେ ଖୁବ୍‌ ଶୀଘ୍ର ସେ ନିଜର ଏୟାରଲାଇନ୍ସ ଲଞ୍ଚ କରିବାକୁ ଯାଉଛନ୍ତି। ଲଣ୍ଡନରେ ବସବାସ କରୁଥିବା ଏହି ବ୍ୟକ୍ତିଙ୍କ ନାମ କାଜି ରହମାନ। କାଜିଙ୍କ ଏୟାରଲାଇନ୍ସର ନାମ ଫିରନାସ ଏୟାରେଓ୍ଵଜ ରହିଛି। ଏହା  ବ୍ରିଟେନ୍‌ର ପ୍ରଥମ ଏୟାରଲାଇନ୍ସ ହେବ ଯାହାକି ସରିୟତ ନିୟମ ଅନୁଯାୟୀ ଉଡ଼ିବ। ଏହି ଏୟାରଲାଇନ୍ସ ଇସ୍‌ଲାମିକ୍‌ ନିୟମ ଅନୁଯାୟୀ ଆପଣଙ୍କୁ ସୁବିଧା ପ୍ରଦାନ କରିବ। ଅର୍ଥାତ୍‌ ଏହି ଏୟାରଲାଇନ୍ସରେ ଆପଣ ମଦ୍ୟପାନ କରି ପାରିବେ ନାହିଁ।

କାଜି ରହମାନଙ୍କ ଏହି ସଂଘର୍ଷମୟ ଜୀବନକୁ ନେଇ ଚ୍ୟାନଲ ୪ ଏକ ଡକ୍ୟୁମେଣ୍ଟ୍ରି ଜାରି କରିଛି। କାଜିଙ୍କ ଏହି ବିମାନ ଭବିଷ୍ୟତରେ ବ୍ରିଟେନ୍‌ରୁ ୟୁଏଇ, ପାକିସ୍ତାନ ଓ ବଙ୍ଗଳାଦେଶରେ ସେବା ପ୍ରଦାନ କରିବ। ଏହି ବିମାନରେ ଏୟାର ହଷ୍ଟେସ୍‌ ହିଜାବ ପିନ୍ଧିଥିବାର ନଜର ଆସିବେ।

୩୨ବର୍ଷର କାଜି ରହମାନ ଏକ ସନ୍ତାନର ଜନକ। ସେ ନିଜ ପରିବାର ସହିତ ୧୧ବର୍ଷ ବୟସରେ ୧୯୯୭ରେ ବ୍ରିଟେନ୍‌ ଆସିଥିଲେ। ସ୍କୁଲିଂ ଶେଷ ହେବା ପରେ କାଜି ଏୟାରପୋର୍ଟ ଓ ବିମାନରେ ଟଏଲେଟ ସଫା କରିବାର କାମ କରୁଥିଲେ। ସେ ନିଜର ଡକ୍ୟୁମେଣ୍ଟ୍ରିରେ କହିଛନ୍ତି, ମୁଁ ପ୍ରାରମ୍ଭରୁ ଉଚ୍ଚା ଆକାଂକ୍ଷା ରଖିଥିଲି। ଟଏଲେଟ ସଫା କରୁଥିବା ସମୟରେ ବି ସୁଟବୁଟ ପିନ୍ଧି କାମ କରୁଥିଲି। ପ୍ରଥମେ ମୁଁ ପରଫ୍ୟୁମ ବ୍ୟବସାୟରୁ ସଫଳତା ସ୍ୱାଦ ଚାଖିଥିଲି। ୨ ବର୍ଷ ପାଖାପାଖି  ବ୍ୟବସାୟ କରିବା ପରେ ଏୟାରଲାଇନ୍ସ ଖୋଲିବା ଯୋଜନା କରିଥିଲେ।  ଖୁବ୍‌ ଶୀଘ୍ର ଫିରନାସ ଏୟାରେଓ୍ଵଜକୁ ଲଞ୍ଚ ବିଭିନ୍ନ ଦେଶକୁ  ଉଡାଣ ଅାରମ୍ଭ କରିବାକୁ ଯାଉଛି।

ସମ୍ବନ୍ଧିତ ଖବର