ଅାଘ୍ରାଣ କରନ୍ତୁ ଚନ୍ଦନ ତେଲ: ଓଜନ କମିବା ସହ ପେଟର ଗ୍ୟାସ୍‌ ସମସ୍ୟା ଦୂର ହେବ

ଚନ୍ଦନ ତେଲ ଶରୀର ଲାଗି ଉପକାରୀ।   ଚନ୍ଦନକାଠରୁ ପାତନ ପ୍ରଣାଳୀରେ ଏହା ପ୍ରସ୍ତୁତି କରାଯାଏ। ସୁବାସିତ ଚନ୍ଦନ ତେଲ ମାଟିଆ ମାଟିଆ ବାସିଲେ ବି ଅତି ଉଗ୍ର ଗନ୍ଧ ହୁଏ ନାହିଁ। ଏଥିରେ ପ୍ରାକୃତିକ ଭାବେ ସୃଷ୍ଟି ହୋଇଥିବା ସେସ୍‌କ୍ୟୁଇତାର୍ପିନ୍ସ୍‌ ଉପାଦାନ ସ୍ୱାସ୍ଥ୍ୟ ପାଇଁ ଖୁବ୍‌ ଉପାଦେୟ। ଆଣ୍ଟିସେପ୍‌ଟିକ୍‌ ଏବଂ ଆଣ୍ଟିଇନ୍‌ଫ୍ଲାମେଟରି ଗୁଣ ଥିବା ସେସ୍‌ପ୍ୟୁଇତାର୍ପିନ୍‌ସ୍‌ ଶରୀର ଗ୍ରନ୍ଥିକୁ ଉତ୍ତେଜିତ କରିବା ସହ ମସ୍ତିଷ୍କକୁ ପ୍ରବାହିତ ରକ୍ତ ସ୍ରୋତକୁ ଟପିଯାଇ ପାରେ। ଅର୍ଥାତ୍‌ ମସ୍ତିଷ୍କକୁ ଏହା ଅଧିକ ଅମ୍ଳଜାନ ଯୋଗାଇ ପାରେ।

ଓଜନ ହ୍ରାସ କରାଇବା ସହ ଚନ୍ଦନ ସୁବାସ ତେଲ ଶରୀର ପାଇଁ ଅନେକ ଉପକାରୀ। ଏହା ପାକସ୍ଥଳୀ ଓ ଅନ୍ତଃଳନୀର କାର୍ଯ୍ୟ ଦକ୍ଷତାକୁ ଉନ୍ନତ କରି ହଜମକ୍ରିୟା ଉପରେ ସୁପ୍ରଭାବ ପକାଏ। ଗ୍ୟାସ୍‌ଷ୍ଟିକ୍‌ ଜନିତ କଷ୍ଟ ଲାଘବ କରେ। ମସ୍ତିଷ୍କର କାର୍ଯ୍ୟକଳାପ ପାଇଁ ମଧ୍ୟ ଚନ୍ଦନ ସୁବାସ ତେଲ ଖୁବ୍‌ ଫଳପ୍ରଦ।

କିନ୍ତୁ, ଓଜନ ହ୍ରାସ ଉପରେ ଚନ୍ଦନ ତେଲର ପ୍ରଭାବ ଜଣଙ୍କର ଆବେଗ ଉପରେ ନିର୍ଭର କରେ। ଅର୍ଥାତ୍‌ ଏହା ଆନନ୍ଦ, କ୍ଷମତା ଏବଂ ଭୋକ ଆଦି ଆବେଗକୁ ନିୟନ୍ତ୍ରଣ କରୁଥିବା ମସ୍ତିଷ୍କର ଭାଗକୁ ଶାନ୍ତ କରିଥାଏ। ଫଳରେ ମାତ୍ରାଧିକ ଖାଦ୍ୟ ଖାଉଥିବା ଲୋକେ ଖାଦ୍ୟ ପ୍ରତି ନକାରାତ୍ମକ ମନୋଭାବ ପୋଷଣ କରନ୍ତି।

ମାତ୍ରାଧିକ ଖାଇବା ହିଁ ଓଜନ ବଢ଼ିବାର ଅନ୍ୟତମ କାରଣ। ଏଥିଯୋଗୁଁ ଓଜନ ହ୍ରାସ ପାଇଁ ହେଉଥିବା ସମସ୍ତ ଉଦ୍ୟମ ବୃଥା ହୋଇଥାଏ। ଉଚ୍ଚ କ୍ୟାଲୋରି ସମ୍ପନ୍ନ ଖାଦ୍ୟ, ମିଠା ଏବଂ ଚର୍ବିଜାତୀୟ ଖାଦ୍ୟ ଅଧିକ ଖାଇ ହୋଇଯାଇଥାଏ।

ଓଜନ ବୃଦ୍ଧିକାରୀ ଏଭଳି ଖାଦ୍ୟ ତଥା ଅତ୍ୟଧିକ ଖାଦ୍ୟ ଗ୍ରହଣରୁ ଦୂରେଇ ରହିବା ପାଇଁ ଚନ୍ଦନ ସୁବାସ ତେଲ ବ୍ୟବହାର କରିବା ବିଧେୟ।
ସେଥିପାଇଁ ବୋତଲ କିଂବା ତୁଳାରେ କେତେ ଟୋପା ଚନ୍ଦନତେଲ ପକାଇ ତାହାକୁ ଶୁଙ୍ଘନ୍ତୁ। ଏହାକୁ ମଣିବନ୍ଧରେ ଲଗାନ୍ତୁ କି, ଘରେ ଥିବା ଡିଫ୍ୟୁର୍‌ରେ କେଇ ଟୋପା ପକାନ୍ତୁ।

କିଛି ଦିନ ମଧ୍ୟରେ ମାତ୍ରାଧିକ ଖାଦ୍ୟ ଲୋଭ ଏବଂ ପେଟରେ ଗ୍ୟାସ୍‌ ସମସ୍ୟା ଦୂରେଇ ଯାଇଥିବା କଥା ଲକ୍ଷ୍ୟ କରି ପାରିବେ।

ସମ୍ବନ୍ଧିତ ଖବର