ଗଣେଶଙ୍କୁ ଏକତରଫା ଭଲପାଇ ବସିଥିଲେ ତୁଳସୀ, ମାତ୍ର ଏମିତି ହେଲା ଗଜାନନଙ୍କ ପାଖ ନପଶିବାକୁ ମିଳିଲା ଅଭିଶାପ

ରାମ-ସୀତା, ରାଧା-କୃଷ୍ଣ, ଶିବ-ପାର୍ବତୀ ଆଦି ଯୁଗଳ ନାମ ପରି ଅବଶ୍ୟ କେବେ ଦେଖିବାକୁ ମିଳିନାହିଁ ଗଣେଶ ଓ ତୁଳସୀଙ୍କ ନାମ। ମାତ୍ର ଗଣେଶଙ୍କୁ ତୁଳସୀ ଯେ ଏକତରଫା ଭାବେ ଭଲପାଇ ବସିଥିଲେ ତାହା ହୁଏତ ଆପଣ ଜାଣିଥିବେ। ଆଜି ଆମେ ଆଲୋଚନା କରିବା ସେହି ଅଭୁଲା ଏକତରଫା ପ୍ରେମ କାହାଣୀ ସଂପର୍କରେ।

ଧର୍ମରାଜଙ୍କ ଝିଅ ତୁଳସୀ ବିଷ୍ଣୁଙ୍କର ପରମ ଭକ୍ତ ଥିଲେ। ସେ ଗଙ୍ଗାନଦୀ କୂଳରେ ଏକ ଗୃହରେ ରହି ବିଷ୍ଣୁଙ୍କ ପୂଜା କରୁଥିଲେ। ଦିନେ ଶିବଙ୍କ ପୁତ୍ର ଗଣେଶ ସେଇ ବାଟ ଦେଇ ଅତିକ୍ରମ କଲେ। ଗଣେଶଙ୍କୁ ଦେଖି ତୁଳସୀ ତାଙ୍କୁ ପ୍ରେମ କରି ବସିଲେ। ସେ ଗଣେଶଙ୍କୁ ଯାଇ ପ୍ରେମ ନିବେଦନ କରିବା ସହ ତାଙ୍କୁ ବିବାହ କରିବାକୁ ଚାହାନ୍ତି ବୋଲି କହିଲେ। ମାତ୍ର ଗଣେଷ ବିନମ୍ରର ସହ ତୁଳସୀଙ୍କ ପ୍ରସ୍ତାବକୁ ପତ୍ୟାଖ୍ୟାନ କରି ସେ ତାଙ୍କ ମାଆ ପାର୍ବତୀଙ୍କ ପରି ଜୀବନସାଥୀ ଚାହାନ୍ତି ବୋଲି କହିଲେ।

ଗଣେଶଙ୍କର ଏପରି ସିଧାସଳଖ ପ୍ରାତ୍ୟାଖ୍ୟାନ ଟିକେ ତୁଳସୀଙ୍କୁ ଲଜ୍ଜିତ କଲା। ସେ ଗଣେଶଙ୍କୁ ଏକ ଅଭିଶାପ ଦେଲେ। କହିଲେ ଯେ ତୁମେ ତୁମ ଇଚ୍ଛା ବିରୋଧରେ ବିବାହ କରିବ। ଗଣେଶ ତୁଳସୀଙ୍କ ଅଭିଶାପ ଶୁଣି କ୍ଷୁବ୍ଧ ହୋଇଗଲେ। ସେ ତାଙ୍କୁ ଓଲଟା ଅଭିଶାପ ଦେଇ କହିଲେ, ତୁମେ ଜଣେ ଅସୁରକୁ ବିବାହ କରିବ। ତୁଳସୀ ଗଣେଶଙ୍କୁ ନିଜ ଅଭିଶାପ ପାଇଁ କ୍ଷମା ମାଗିବା ସହ ତାଙ୍କ ଅଭିଶାପ ଫେରାଇ ନେବାକୁ ପ୍ରାର୍ଥନା କଲେ। ଗଣେଶ କହିଲେ ଯେ କେବଳ ବିଷ୍ଣୁ ଚାହିଁଲେ ତୁମକୁ ଏହି ଅଭିଶାପରୁ ମୁକ୍ତ କରିପାରିବେ। ତୁମେ ତାଙ୍କ ପୂଜାରେ ଲାଗିବ, ଏକ ଗଛ ହୋଇ। ମାତ୍ର ମୋ ପୂଜାରେ ତୁମେ କେବେ ବି ଲାଗିବ ନାହିଁ। ସେବେଠାରୁ ତୁଳସୀ ଅନ୍ୟ ସମସ୍ତ ଠାକୁରଙ୍କ ଦେହରେ ଲଗି ହେଉଥିବା ବେଳେ ଗଣେଶଙ୍କ ପାଖେ ହୋଇନଥାଏ।

ସମ୍ବନ୍ଧିତ ଖବର