ଅବିବାହିତାମାନଙ୍କ ପାଇଁ ଶିବପୂଜା ଅଧିକ ଲାଭପ୍ରଦ କାହିଁକି ?

ଅବିବାହିତାମାନେ କ୍ରମାଗତ ଭାବେ ଷୋହଳ ସୋମବାର ଯାଏଁ ଷୋହଳ ସୋମବାର ବ୍ରତ ଧାରଣ କରିଥାଆନ୍ତି । ସୋମବାର ହେଉଛି ଭଗବାନ ଶିବଙ୍କର ବାର । ଏଣୁ ସେହି ଦିନ ଅବିବାହିତାମାନେ ଉପବାସ ରହି ଭଗବାନ ଶିବଙ୍କ ଭଳି ସ୍ୱାମୀ ପ୍ରାପ୍ତ କରିବା ପାଇଁ ବିବେଚନା କରାଯାଏ । ଠିକ୍‌ ସେହିପରି ଶ୍ରାବଣ ମାସର ସୋମବାରରେ ଏଭଳି ପ୍ରାର୍ଥନା କରିଲେ, ତାହା ଅବିବାହିତାମାନଙ୍କ ପାଇଁ ଅଧିକ ଲାଭପ୍ରଦ ବୋଲି କୁହାଯାଏ ।

‘ଶିବ ପୂଜନ’ର ପଂରପରା ମଧ୍ୟ ବିଭିନ୍ନ ଅଞ୍ଚଳରେ ଭିନ୍ନ ଭିନ୍ନ । ଭାରତରେ ଲକ୍ଷ ଲକ୍ଷ ମହିଳା ମନ୍ଦିରରେ ଶିବ ଲିଙ୍ଗକୁ ପୂଜାର୍ଚ୍ଚନା କରିଥାଆନ୍ତି । ଅପରପକ୍ଷରେ ଦକ୍ଷିଣ ଭାରତରେ ପୁରୁଷମାନେ ଘରେ ଶିବଲଙ୍ଗମ୍‌ର ଅଭିଷେକମ୍‌ କରିଥାଆନ୍ତି । ସେମାନଙ୍କୁ ଏଥିରେ ମହିଳାମାନେ ସହାୟତା କରିଥାଆନ୍ତି ।

ଭଗବାନ ଶିବ ଧ୍ୟାନ ମଗ୍ନ ରହିଥାଆନ୍ତି, ଏଣୁ ଅବିବାହିତା ମାନେ ଶିବ ଲିଙ୍ଗ ପାଖକୁ ମଧ୍ୟ ଯିବାକୁ ମନା କରାଯାଇଥାଏ । ମହାଦେବ ଧ୍ୟାନ କରୁଥିବା ବେଳେ ଦେବୀ ଓ ଅପସରାମାନେ ତାଙ୍କର ବିଶେଷ ଯନ୍ତ୍ର ନେଇଥାଆନ୍ତି । ଅବିବାହିତାମାନେ କେବଳ ଶିବଙ୍କୁ ନୁହେଁ ବରଂ ଉଭୟ ଶିବ-ପାର୍ବତୀଙ୍କୁ ଏକତ୍ର ପୂଜା କରିବାର ପରଂପରା ରହିଛି ।

ସମ୍ବନ୍ଧିତ ଖବର