ଜାଣନ୍ତି କି ଭଗବାନ ଶିବଙ୍କର କେଉଁ ଫୁଲ ଅତି ପ୍ରିୟ ଏବଂ କାହିଁକି

ଭଗବାନ ମହାଦେବ ହେଉଛନ୍ତି ପରମ ଶାନ୍ତି ଦାତା। ଜଟାଜୁଟ ଓ ସର୍ପକୁ ଆଭୂଷଣ ଭାବେ ଧାରଣ କରିଥିବା ଭଗବାନ ଶଙ୍କର ସମସ୍ତ ପ୍ରକାର ଐଶ୍ୱର୍ଯ୍ୟର ଅଧିଷ୍ଠାତା ଦେବତା।ସେ ସମସ୍ତ ଦିଗର ସ୍ୱାମୀ,ଜଳ,ସ୍ଥଳ,ଆକାଶ ଓ ଏପରିକି ପାତାଳର ମଧ୍ୟଅଧିକାରୀ ହେଉଛନ୍ତି ଶିବ। ଭଗବାନ ଶିବଙ୍କୁ ପ୍ରସନ୍ନ କରିବା ଲାଗି ଆମେ ଅନେକ ପ୍ରକାରର ପନ୍ଥା ଅବଲମ୍ବନ କରିଥାଉ। ଏଥିମଧ୍ୟରୁ ଗୋଟିଏ ହେଲା ଭଗବାନ ଶିବଙ୍କୁ ଉପରେ ନାନା ପ୍ରକାର ପୁଷ୍ପ ଅର୍ପଣ କରିବା ।ଏବେ ଜାଣନ୍ତୁ ତାଙ୍କୁ କେଉଁ ସବୁ ଫୁଲ ଭଲ ଲାଗେ। ଶିବଙ୍କ ପ୍ରିୟ ପୁଷ୍ପ ଗୁଡ଼ିକ ହେଲା -ମନ୍ଦାର,ମାଳତୀ,ଦୁଦୁରା,ମଲ୍ଲି,କଦମ୍ବ,ଲାଲ୍‌ ଓ ନୀଳ ରଂଙ୍ଗର ପଦ୍ମ ଓ କନିଅର ଇତ୍ୟାଦି। ଉପରୋକ୍ତ ପୁଷ୍ପ ଶିବଙ୍କୁ ଅର୍ପଣ କରିଲେ ଶିବ ଶୀଘ୍ର ପ୍ରସନ୍ନ ହୋଇଥାଆନ୍ତି ବୋଲି ବିଶ୍ୱାସ ରହିଛି।


ଠିକ୍‌ ସେହିପରି ଶିବ ପୁରାଣରେ ଉଲ୍ଲେଖ ରହିଛି ଯେ ଦେବାଧିଦେବ ମହାଦେବଙ୍କ ଅଷ୍ଟମୂର୍ତ୍ତିଙ୍କ ଦ୍ୱାରା ସଞ୍ଚାଳିତ ହୋଇଥାଏ।ଅର୍ଥାତ୍‌ ଶିବଙ୍କର ଆଠ ସ୍ୱରୂପ ଆଠ ଦିଗରେ ଆପଣଙ୍କ ପ୍ରଗତିକୁ ସୁନିଶ୍ଚିତ କରିଥାଏ।ଆପଣ ନିଜର ସାର୍ବଭୌମ ପ୍ରଗତି ପାଇଁ ଭଗବାନ ଶିବଙ୍କର ପ୍ରତିମୂର୍ତ୍ତିଙ୍କୁ ଏହି ଆଠ ମନ୍ତ୍ରରେ ପୁଷ୍ପାଞ୍ଜଳି ପ୍ରଦାନ କରନ୍ତୁ।
-ଓଁ ଶର୍ବାୟ କ୍ଷତି ମୂର୍ତ୍ତର୍ୟୈ ନମଃ।ଓଁ ଭବାୟ ଜଳମୂତ୍ତର୍ୟେ ନମଃ।ଓଁ ରୁଦ୍ରାୟ ଅଗ୍ନିମୂର୍ତ୍ତୟେ ନମଃ।ଓଁ ଉଗ୍ରାୟ ବାୟୁମୂର୍ତ୍ତୟେ ନମଃ।ଓଁ ଭୀମାୟ ଆକାଶମୂର୍ତ୍ତୟେ ନମଃ।ଓଁ ପଶୁପତୟେ ଯଜମାନ ମୂର୍ତ୍ତୟେ ନମଃ।ଓଁ ମହାଦେବାୟ ସୋମମୂର୍ତ୍ତୟେ ନମଃ।ଓଁ ଇଶାନାୟ ସୂର୍ଯ୍ୟ ମୂର୍ତ୍ତୟେ ନମଃ

ସମ୍ବନ୍ଧିତ ଖବର