ମହାଦେବଙ୍କ ନାମ ‘ଧବଳେଶ୍ୱର’ କାହିଁକି ହେଲା ?

ଏବେ ଶ୍ରାବଣ ମାସ ଚାଲିଛି। ଅନେକ ଭକ୍ତ ଧବଳେଶ୍ୱର ପୀଠରେ ଶିବଙ୍କ ଜଳଲାଗି କରିଥାନ୍ତି। ପ୍ରଭୁ ଶିବଙ୍କର ଧବଳେଶ୍ୱର ନାମକରଣ ପଛରେ ଏକ ଚମତ୍କାର ପୌରାଣିକ କଥା ରହିଛି। ଥରେ ଜଣେ ଚୋର ଏକ କଳା ଷଣ୍ଢ ଛୁଆକୁ ଗାଆଁରୁ ଚୋରି କରି ଶିବ ମନ୍ଦିରରେ ଛାଡି ଦେଲା। ଗାଆଁ ଲୋକେ ତାକୁ ଧରିବା ପାଇଁ ଆସୁଥିବାର ଦେଖି ଚୋରଟି ସେହି ବାଛୁରୀ ସହିତ ମନ୍ଦିର ପରିସରରେ ଲୁଚିଗଲା। ଉତ୍ତ୍ୟକ୍ତ ଜନତାଙ୍କ କବଳରୁ ରକ୍ଷା ପାଇବା ନିମିତ୍ତ ସେ ଭଗବାନ ଶିବଙ୍କୁ ପ୍ରାର୍ଥନା କରିଲା। ଏଥିରେ ସନ୍ତୁଷ୍ଟ ହୋଇ ଭଗବାନ ଶିବ ସନ୍ନ୍ୟାସିନୀ ବେଶରେ ସେଠାରେ ପହଞ୍ଚି ଉତ୍ତ୍ୟକ୍ତ ଜନତାଙ୍କ କରିବା ପାଇଁ ପ୍ରୟାସ କରିଲେ, ମାତ୍ର ଲୋକେ ତାଙ୍କ କଥା ଶୁଣିବାକୁ ପ୍ରସ୍ତୁତ ହେଲେନି। ସେମାନେ କହିଲେ ଯେ ଚୋର ସେହି ବାଛୁରୀକୁ ମନ୍ଦିର ପରିସରରେ ଲୁଚାଇ ରଖିଛି।

ଏଣୁ ଉତ୍ତ୍ୟକ୍ତ ଲୋକେ ଯେତେବେଳେ ମନ୍ଦିର ପରିସର ଭିତରକୁ ଆସିଲେ,ସେତେବେଳେ ଭଗବାନ ଶିବ ସେହି ବାଛୁରୀକୁ ଧବଳ ରଙ୍ଗ କରି ଦେଇଥିଲେ। ଏହାପରେ ଲୋକମାନଙ୍କର କ୍ରୋଧ ଶାନ୍ତ ହେଲା ଏବଂ ଚୋର ମଧ୍ୟ ରକ୍ଷା ପାଇଗଲା। ସନ୍ନ୍ୟାସିନୀ ମଧ୍ୟ ଅଦୃଶ୍ୟ ହୋଇଗଲେ। ଚୋର ବୁଝିପାରିଲା ଯେ ଭଗବାନ ଶଙ୍କର ହିଁ ସନ୍ନ୍ୟାସିନୀ ରୂପ ନେଇ ତାଙ୍କୁ ସାହାଯ୍ୟ କରିଲେ।

ଏହାପରେ ଚୋରଟି ଲୋକମାନଙ୍କ ପାଖକୁ ଯାଇ ନିଜର ଭୁଲ୍‌ ମାନିଲା ଏବଂ ସେଥିଲାଗି କ୍ଷମା ପ୍ରାର୍ଥନା କରିଲା। ସେ ପ୍ରାୟଶ୍ଚିତ ସ୍ୱରୂପ ନିଜ ଜୀବନର ଅବଶିଷ୍ଟ ସମୟ ପ୍ରଭୁଙ୍କ ସେବାରେ ବିତାଇବାର ମନସ୍ଥ କରିଲେ। କଳା ବାଛୁରୀକୁ ଧବଳ ରଙ୍ଗରେ ପରିଣତ କରିଥିବା ଯୋଗୁଁ ଏଠାରେ ପୂଜିତ ମହାଦେବଙ୍କ ନାମ ‘ଧବଳେଶ୍ୱର’ ହୋଇଗଲା।

ସମ୍ବନ୍ଧିତ ଖବର