ଏଣିକି ଉଚ୍ଚ ଶଦ୍ଦ ସୃଷ୍ଟି କରି ଗାଡି ଚଲାଉଥିବା ଲୋକଙ୍କୁ ଧରି ଜେଲ୍‌ ହାଜତରେ ପୁରାଇବ ପୁଲିସ!

ଦେଶରେ ଦିନକୁ ଦିନ ବାଇକ୍‌ ଚାଳକଙ୍କ ସଂଖ୍ୟା ବଢ଼ି ଚାଲିଥିବା ବେଳେ ଏହାକୁ ଦୃଷ୍ଟିରେ ରଖି କମ୍ପାନିମାନେ ଗ୍ରାହକଙ୍କୁ ଆକୃଷ୍ଟ କରିବା ଲାଗି ନୂଆ ନୂଆ ମଡେଲର ବାଇକ୍‌ ବଜାରରେ ପ୍ରବେଶ କରାଉଛନ୍ତି। କିନ୍ତୁ କେତେକ ବାଇକ ଚାଳକ ଜୋର୍‌ରେ ଶବ୍ଦ ସୃଷ୍ଟି କରି ବାଇକ୍‌ ଚଳାଇବାରେ ଲାଗିଛନ୍ତି। ଯାହା ଏବେ ବିଭିନ୍ନ ସମସ୍ୟା ସୃଷ୍ଟି କରିବାରେ ଲାଗିଛି। ଏପରି ଉଚ୍ଚ ଶବ୍ଦ ସୃଷ୍ଟିକାରୀ ବାଇକ୍‌ ଚାଳକଙ୍କୁ ସାବାଡ କରିବାକୁ ଏବେ ଅଣ୍ଟା ଭିଡିଛି ପୋଲିସ। ରାସ୍ତାରେ ଉଚ୍ଚ ଶଦ୍ଦ ସୃଷ୍ଟି କରି ଗାଡି ଚଲାଇବା ଏବେ ମହଙ୍ଗା ପଡିବ। କାରଣ ଏଭଳି ଗାଡି ଚଲାଉଥିବା ଲୋକଙ୍କୁ ଧରି ଥାନାରେ ପୁରାଇବ ପୁଲିସ।

ଅଧିକାଂଶ ଲୋକେ ରୟାଲ ଇନଫିଲ୍‌ଡକୁ ତାର ଇଂଜିନ ପାଇଁ ହିଁ ବେଶି ପସନ୍ଦ କରିଥାନ୍ତି। କିନ୍ତୁ କିଛି ଲୋକ ଏହାର Stock exhaustକୁ ଶସ୍ତା ତଥା କୌଣସି ବିକଳ୍ପ ସାଇଲେନସର ସହିତ ରିପ୍ଲେସ କରିଦେଇଥାନ୍ତି, ଯାହାଦ୍ୱାରା ଗାଡିରେ ଅଧିକ ଜୋରରେ ଶଦ୍ଦ ସୃଷ୍ଟି କରିଥାଏ। ହେଲେ ଯେଉଁମାନେ ଏଭଳି ଧରଣର ସାଇଲେନସର ଲଗାଇ ରାସ୍ତାରେ ଷ୍ଟାଇଲ ମାରୁଛନ୍ତି, ସେମାନଙ୍କୁ ଏବେ ସତର୍କ ରହିବାକୁ ପଡିବ। କାରଣ ଏଭଳି ଲୋକଙ୍କୁ ଗୋଟି ଗୋଟି କରି ଧରି ପୁଲିସ୍‌ ଏବେ ଜେଲ୍‌ ହାଜତରେ ପୁରାଇବ ବୋଲି କଡା ନିର୍ଦ୍ଦେଶ ଦେଇଛି ।

ସୂଚନା ମୁତାବକ, ଦେଶର ବିଭିନ୍ନ ସହରର ପୁଲିସ୍‌ କର୍ମଚାରୀମାନେ ଏବେ ଏଭଳି ପ୍ରକାର ବାଇକ୍‌ ଚଲାଉଥିବା ବ୍ୟକ୍ତିଙ୍କୁ ଗିରଫ କରୁଛନ୍ତି। ଯେଉଁ ସବୁ ରୟାଲ ଇନଫିଲ୍‌ଡର ମୋଟରବାଇକରେ Modified exhaust ଲଗାଯାଇଛି, ବିଶେଷ କରି ଯେଉଁ ବାଇକଗୁଡିକ ଅଧିକ ଶଦ୍ଦ ସୃଷ୍ଟି କରୁଛି ଆଉ ଏହାକୁ କେହି କେହି ଫଟାକା ବୋଲି ବି କୁହନ୍ତି ତେବେ ଏଭଳି ଗାଡି ଚଲାଉଥିବା ବ୍ୟକ୍ତିଙ୍କୁ ଏବେ ପୁଲିସ କର୍ମଚାରୀମାନେ ଧରି ଥାନାରେ ଭର୍ତ୍ତି କରୁଛନ୍ତି। ଏହି exhaustକୁ ଫଟାକା ଏଥିପାଇଁ କୁହାଯାଇଥାଏ, କାରଣ ଏଥିରେ ବାହାରୁଥିବା ଶଦ୍ଦ, କୌଣସି ବାଣରୁ ସୃଷ୍ଟି ହେଉଥିବା ଶଦ୍ଦ ଭଳି ହୋଇଥାଏ।

ଏଭଳି ସାଇଲେନସର ଅନ୍ୟମାନଙ୍କ ପାଇଁ ବିପଦର କାରଣ ହୋଇଛି। ଅଧିକାଂଶ କ୍ଷେତ୍ରରେ ଏଭଳି ଘଟିଛି କି, Modified exhaust ବିଶିଷ୍ଟ ରିୟାଲ ଇନଫିଲ୍‌ଡ ମୋଟରବାଇକ କାରଣରୁ ସ୍ଥାନୀୟ ଅଂଚଳମାନଙ୍କରେ ଶାନ୍ତି ଭଙ୍ଗ ହୋଇଥାଏ। ଏହାବ୍ୟତୀତ, ହୃଦୟ ଜନିତ ସମସ୍ୟାରେ ଆକ୍ରାନ୍ତ ରୋଗୀ, ଛୋଟ ପିଲା ଏବଂ ବରିଷ୍ଠ ନାଗରିକଙ୍କ ପାଇଁ ମଧ୍ୟ ଏହା ବିପଦଜ୍ଜନକ ପ୍ରମାଣିତ ହୋଇପାରେ। ତେଣୁ ଏହି ସମସ୍ୟାର ବାଟ ବାହାର କରିବାକୁ ଯାଇ ପୁଲିସ ପକ୍ଷରୁ ଏଭଳି ନିଷ୍ପତି ନିଆଯାଇଛି।

ସେହିପରି ଅଧିକାଂଶ ଶସ୍ତା ମୋଟରବାଇକ exhaust ଫ୍ରି ଫ୍ଲୋ ବିଶିଷ୍ଟ ତଥା Catalytic Converter ବାଲା ହୋଇଥାଏ, ଯାହାକି ଆପଣଙ୍କର ମୋଟରବାଇକରୁ ନିର୍ଗତ ହେଉଥିବା ଭୟଙ୍କର ଏମିଶନ ଦ୍ୱାରା ପରିବେଶକୁ ରକ୍ଷା କରିଥାଏ। କିନ୍ତୁ ଫ୍ରି ଫ୍ଲୋ exhaust ବାଇକରୁ ବାହାରୁଥିବା ଶଦ୍ଦକୁ ବି ଆହୁରୀ ବଢାଇଦେଇଥାଏ। ଫ୍ରି ଫ୍ଲୋ exhaust କୁ ଲଗାଇବା ଦ୍ୱାରା ସମସ୍ୟା ଅଧିକ ବଢିଯାଇଥାଏ। ତେବେ ଅଧିକ ଶଦ୍ଦ ଏବଂ ଏମିଶନ ହେବା ଉପରେ ଉଭୟ ଆରଟିଓ ଏବଂ ପୁଲିସ ଆପଣଙ୍କର ମୋଟରବାଇକକୁ ଉଠାଇ ନେଇ ଯାଇପାରନ୍ତି।

ସମ୍ବନ୍ଧିତ ଖବର