ଏକ ସେକେଣ୍ଡ୍‌ରୁ ମଧ୍ୟ କମ୍‌ ସମୟରେ ହୋଇଥାଏ ପ୍ରେମ, ଏକ ବିଶେଷ ଅନୁସନ୍ଧାନରୁ ଜଣାପଡ଼ିଛି

ପ୍ରଥମ ନଜରରେ ପ୍ରେମ ହେବା ତ ଆପଣ ବହୁ ସ୍ଥାନରେ ଶୁଣିଥିବେ। କିନ୍ତୁ ଆଉ ଏକ ଅନୁସନ୍ଧାନରୁ ଜଣାପଡ଼ିଛି ଯେ, ଆଖି ମିଟିକା ମାରିବା ଠାରୁ ଆହୁରି ଶୀଘ୍ର ଆପଣ କାହାର ପ୍ରେମରେ ପଡ଼ି ପାରିବେ। କାହା ପ୍ରତି ଆକର୍ଷିତ ହେବା ପାଇଁ ୧ ସେକେଣ୍ଡର ଏକ ତୃତୀୟାଂଶ ସମୟ ଲାଗିଥାଏ।

 

କେମିତି ହୋଇଥାଏ ଏତେ କମ୍‌ ସମୟରେ ପ୍ରେମ

 

ସୌନ୍ଦର୍ଯ୍ୟ ଆଡ଼କୁ ପ୍ରଥମେ ଯାଇଥାଏ ଧ୍ୟାନ
କୌଣସି ବ୍ୟକ୍ତି ୨୪୪ ମିଲିସେକେଣ୍ଡ୍‌ (୦.୨ ସେକେଣ୍ଡ୍‌) ସମୟ ମଧ୍ୟରେ ହିଁ ସାମନାରେ ଥିବା ଜେଣ୍ଡର୍‌କୁ ଜାଣି ଯାଇଥାଏ ଓ ୫୯ ମିଲିସେକେଣ୍ଡ୍‌ ପରେ ତା’ ପ୍ରତି ଆକର୍ଷିତ ହୋଇ ପ୍ରେମରେ ପଡ଼ିଯାଇ ଥାଏ। ଏହି ଧାରା ବର୍ତ୍ତମାନ ସୋସିଆଲ୍‌ ମିଡିଆରେ ଖୁବ୍‌ ଚାଲିଛି। ଏହା ଯୋଗୁଁ ଫେସ୍‌ବୁକ୍‌ ଭଳି େଓ୍ଵବ୍‌ସାଇଟ୍‌ରେ ଲୋକେ ଖୁବ୍‌ ପ୍ରୋଫାଇଲ୍‌ ଖୋଜିଥା’ନ୍ତି। ଏଥିରୁ ଏହା ସ୍ପଷ୍ଟ ଯେ ପ୍ରେମକୁ ଖୋଜିବାରେ ସୁନ୍ଦର ଚେହେରା ପ୍ରତି ପ୍ରଥମ ଧ୍ୟାନ ଯାଇଥାଏ।

 

ମାନସିକ ଗତିବିଧିର ସମୀକ୍ଷା
ଜର୍ମାନୀର ବୈମ୍‌ବର୍ଗ ବିଶ୍ୱବିଦ୍ୟାଳୟର ମନୋବୈଜ୍ଞାନିକ ପ୍ରଫେସର୍‌ ଓ ତାଙ୍କ ଟିମ୍‌ଙ୍କ ଅନୁସନ୍ଧାନରୁ ଏହା ଜଣାପଡ଼ିଛି। ଏମାନେ ସ୍ନାତକୋତ୍ତର ଛାତ୍ରଙ୍କ ମସ୍ତିଷ୍କର ଗତିବିଧି ଉପରେ ଦୃଷ୍ଟି ରଖିଲେ। ଛାତ୍ରମାନଙ୍କୁ ୧୦୦ଟି ଫଟୋ ଦେଖାଗଲା ଓ ଏହା ସମୀକ୍ଷା କରି ଦେଖାଗଲା ଯେ ଏହି ଛାତ୍ରମାନେ ଫଟୋଗୁଡ଼ିକୁ ଦେଖି ଆକର୍ଷିତ ହେଲେ ନା ନାହିଁ।

 

ଆକର୍ଷଣୀୟ ବ୍ୟକ୍ତି ଅଧିକ ଦକ୍ଷ ଥାଆନ୍ତି
ସମୀକ୍ଷା ସମୟରେ କ୍ଷଣିକରେ ଛାତ୍ରମାନେ ଲିଙ୍ଗ ଚିହ୍ନି ପାରିଲେ। ଏହି ଆଧାରରେ ସାମନାରେ ଥିବା ବ୍ୟକ୍ତିଙ୍କ ପ୍ରତି ଆକର୍ଷିତ ବୋଲି ମାନିଲେ। ଏହାକୁ ଅନୁଚିତ କୁହାଗଲେ ମଧ୍ୟ, ଚେହେରାର ଆକର୍ଷଣ ହୃଦୟରୁ କାମ କରୁଥାଏ। ଆକର୍ଷୀୟ ଲୋକଙ୍କୁ ଅଧିକ ଦକ୍ଷ ମନାଯାଏ ଓ ସେମାନେ ଅଧିକ ଖୁସି ରୁହନ୍ତି।

 

ଲୋକେ ଏମିତି ହୋଇଥା’ନ୍ତି ଆକର୍ଷିତ
ଅନୁସନ୍ଧାନର ତଥ୍ୟରୁ ଜଣାପଡ଼ିଛି ଯେ, କାହା ପ୍ରତି ଆକର୍ଷିତ ହେବା ପୂର୍ବରୁ ବ୍ୟକ୍ତି ତାଙ୍କର ଜେଣ୍ଡର୍‌(ଲିଙ୍ଗ) ଚିହ୍ନଟ କରିଥାଏ। ଏହାପରେ ହିଁ ସେ ତାଙ୍କ ପ୍ରତି ଆକର୍ଷିତ ହୋଇଥାଏ।

ସମ୍ବନ୍ଧିତ ଖବର