ଲକ୍ଷ୍ନୌ: ସହରର ବିଭିନ୍ନ ପ୍ରମୁଖ ବିଦ୍ୟାଳୟର ଖୋଲିବା ଓ ଛୁଟି ହେବା ସମୟରେ ଟ୍ରାଫିକ୍ ଜାମ୍ ହେଉଥିବାର ଦେଖି ଏସଏସ୍ପି ଏକ ଦୃଢ ନିଷ୍ପତ୍ତି ନେଇଛନ୍ତି। ସ୍କୁଲ ବାହାରେ ଗାଡି ଠିଆ କରିଥିଲେ ଗାଡିର ଚାଲାଣ କଟାଯାଇ ତାକୁ ଉଠାଇ ଅନ୍ୟତ୍ର ନେବାର ବନ୍ଦୋବସ୍ତ ଏଥିରେ କରାଯାଇଛି। ଏବେ କ୍ୟାମେରା ଲାଗିଥିବା ଭ୍ୟାନ୍କୁ ଏଥିପାଇଁ ନିୟୋଜିତ କରାଯାଇଛି। ଏହି ଭ୍ୟାନଗୁଡିକ ନିୟମିତ ଭାବେ ବିଭିନ୍ନ ସ୍କୁଲ ପାଖରେ ରହି କାର୍ଯ୍ୟ କରିବ।
/sambad/media/post_attachments/wp-content/uploads/2018/12/camera-van.jpg)
ଲକ୍ଷ୍ନୌର ଏସଏସପିି କଳାନିଧିଙ୍କ କହିବା ଅନୁଯାୟୀ ହାଇ ରିଜଲ୍ୟୁସନ୍ କ୍ୟାମେରା ଥିବା ଲେସ ଭ୍ୟାନ୍ ସହର ସମସ୍ତ ସ୍କୁଲ ଆଖପାଖରେ ଚକ୍କର ଲଗାଇବ। ଯେଉଁମାନେ ନୋ ପାର୍କିଂ ଜୋନ୍ରେ ଗାଡ଼ି ରଖିଥିବେ, ସେହି ଗାଡିମାଲିକ ମାନଙ୍କ ପାଖକୁ ଇ-ଚାଲାଣ୍ କଟାଯାଇ ପଠାଯିବ ବୋଲି ଜଣାଯାଇଛି। ଏହି ସମୟରେ ଯେଉଁ ଗାଡିବାଲାମାନେ ଅଭଦ୍ର ଆଚରଣ କରିବେ,ସେମାନଙ୍କ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ନିର୍ଦ୍ଦେଶକ ଦେଇଛନ୍ତି ଏସଏସପି। ଗତକାଲି ଏହି ଯୋଜନାରେ ୩୬୮ଟି ବାହନର ଚାଲାଣ୍ କରାଯାଇଛି ବୋଲି କୁହାଯାଇଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2018/12/Camera-Van-at-School-Premisess_Thumbnail.jpg)