ମାଆ ବଗଳାମୁଖୀଙ୍କ ପୂଜନ ବିଧି ସଂପର୍କରେ ଜାଣନ୍ତୁ
ମାଆ ବଗଳାମୁଖୀ ହେଉଛନ୍ତି ଅଷ୍ଟମ ମହାବିଦ୍ୟା।ମା’ ଦୁର୍ଗାଙ୍କର ଦଶହରା ସମୟରେ ଯେଉଁ ବେଶ ଧାରଣ କରିଥାଆନ୍ତି,ସେଥିମଧ୍ୟରୁ ଗୋଟିଏ ବେଶ ହେଲା ‘ମା’ବଗଳାମୁଖୀ’ ବେଶ।
ମାଆ ବଗଳାମୁଖୀଙ୍କର ଉତ୍ପତ୍ତିସ୍ଥଳ ଗୁଜୁରାଟର ସୌରାଟ କ୍ଷେତ୍ର ବୋଲି କୁହାଯାଏ।ହଳଦୀ ରଙ୍ଗର ଜଳରେ ମାଆ ପ୍ରକଟ ହୋଇଥିଲେ।ଏଥିପାଇଁ ହଳଦୀରଙ୍ଗର ଦେବୀ ବୋଲି ମାଆଙ୍କୁ ପୀତାମ୍ବରୀ ଦେବୀ ବୋଲି ଆଖ୍ୟା ଦିଆଯାଉଛି।ମାଆ ବଗଳାମୁଖୀଙ୍କର ଅନେକ ସ୍ୱରୂପ ଅଛି। ମାଆ ବଗଳାମୁଖୀଙ୍କର ଉପାସନା ରାତ୍ରି ସମୟରେ କରାଯିବାର ବିଶେଷ ବ୍ୟବସ୍ଥା ରହିଛି। ରାତ୍ରିରେ ମାଆଙ୍କର ନିଷ୍ଠା ସହିତ ଉପାସନା କରାଗଲା କାର୍ଯ୍ୟସିଦ୍ଧି ଅବଶ୍ୟ ହୋଇଥାଏ ବୋଲି କୁହାଯାଇଥାଏ।ତାଙ୍କର ଭୈରବ ମହାକାଳ ଅଟନ୍ତି।ପୀତାମ୍ବରୀଙ୍କ ଉପାସନା ଦ୍ୱାରା ଶତ୍ରୁନାଶ ହୋଇଥାଏ,ମକଦ୍ଦମାରେ ବିଜୟ ପ୍ରାପ୍ତ ହୁଏ। ରୋଗନାଶ ହୋଇଥାଏ ବୋଲି ବିଶ୍ୱାସ ରହିଛି। ସାଧକମାନଙ୍କର ବାକ୍ସିଦ୍ଧି ମଧ୍ୟ ହୋଇଥାଏ।
Sambad is now on WhatsApp
Join and get latest news updates delivered to you via WhatsApp
ମାଆ ବଗଳାମୁଖୀଙ୍କର ପୂଜନ ସବୁବେଳେ ହଳଦୀରଙ୍ଗର ପୁଷ୍ପରେ କରାଯିବାର ବିଧି ରହିଛି। ମାଆଙ୍କୁ ହଳଦିଆ ରଙ୍ଗର ବସନ ପିନ୍ଧାଯାଏ ଏବଂ ହଳଦିଆ ରଙ୍ଗ ବେସନ ଓ ଘିଅର ଲଡ଼ୁ,କଦଳୀ ଇତ୍ୟାଦି ଭୋଗ ଲଗାଇବାର ପରମ୍ପରା ରହିଛି। ମାଆଙ୍କ ସବୁଠୁଁ ପ୍ରିୟ ପୁଷ୍ପ ହେଉଛି ରଜନୀଗନ୍ଧା।ଏଣୁ ରଜନୀଗନ୍ଧା ଫୁଲରେ ମାଆ ବଗଳାମୁଖୀଙ୍କ ପୂଜା କରିଲେ ଖୁବ୍ ଭଲ।ପୀତାମ୍ବରୀଙ୍କ ପ୍ରସିଦ୍ଧ ମନ୍ଦିର ମଧ୍ୟପ୍ରଦେଶର ଦତିୟା ଓ ଆସାମର କାମାଖ୍ୟାଠାରେ ରହିଛି।
ମାଆ ବଗଳାମୁଖୀଙ୍କୁ ପ୍ରସନ୍ନ କରିବାର ଉପଯୁକ୍ତ ମନ୍ତ୍ର ହେଉଛି-
‘ଓଁ ହ୍ଳୀଂ ବଗଳାମୁଖୀ ସର୍ବ ଦୁଷ୍ଟାନାଂ ବାଚଂ ମୁଖଂ ପଦଂ ସ୍ତମ୍ଭୟ ସ୍ତମ୍ଭୟ,ଜିହ୍ଵା କୀଳୟ କୀଳୟ ବୁଦ୍ଧି ବିନାଶାୟ ବିନାଶାୟ ହ୍ଳୀଂ ଓଁ ସ୍ୱାହା’।