ପ୍ରାଚୀନ ଯୁଗର କଥା। ସେତେବେଳେ ଚାରିଆଡେ କେବଳ ଜଳ ଥିଲା। ଭଗବାନ ବିଷ୍ଣୁ ସେତେବେଳେ ଶେଷନାଗଙ୍କ ଶଯ୍ୟାରେ ଅନନ୍ତ ଶୟନ କରୁଥିଲେ। ତାଙ୍କ କାନର ମଇଳାରୁ ମଧୁ ଓ କୈଟଭ ନାମକ ଦୁଇଟି ମହାପରାକ୍ରମୀ ଦାନବ ଉତ୍ପନ୍ନ ହେଲେ। ସେ ଦୁହେଁ ଚିନ୍ତା କଲେ ଯେ ସେମାନଙ୍କ ଉତ୍ପତ୍ତିର କାରଣ କ’ଣ?
Sambad is now on WhatsApp
Join and get latest news updates delivered to you via WhatsApp
କୈଟଭ କହିଲା-‘‘ମଧୁ ଭାଇ! ଏହି ଜଳରେ କେବଳ ଭଗବତୀ ମହାଶକ୍ତି ହିଁ ଆମକୁ ବଞ୍ଚାଇ ରଖିଛନ୍ତି। ତାଙ୍କଠାରେ ଅପାର ଶକ୍ତି ରହିଛି। ସେ ହିଁ ଏହି ଜଳତତ୍ତ୍ୱର ସଂରଚନା କରିଛନ୍ତି। ସେ ହିଁ ପରମ ଆରାକ୍ଷ୍ୟା ଶକ୍ତି ଏବଂ ସେ ହିଁ ଆମ ଉତ୍ପତ୍ତି ର କାରଣ।’’ ଏହି ସମୟରେ ଆକାଶରୁ ଏକ ସୁନ୍ଦର ମନ୍ତ୍ର ଶୁଣାଗଲା। ମଧୁ ଓ କୈଟଭଭାବିଲେ ବୋଧହୁଏ ଏହା ହିଁ ହେଉଛି ଭଗବତୀଙ୍କ ମହାମନ୍ତ୍ର। ଏହାପରେ ସେ ଦୁହେଁ ଏକ ହଜାର ବର୍ଷ ଯାଏଁ ଅତ୍ୟନ୍ତ କଠିନତା ତପଶ୍ଚାରଣ କରିବାରେ ଲାଗିଲେ। ପରିଶେଷରେ ଆକାଶବାଣୀ ହେଲା -‘‘ହେ ଦୈତ୍ୟ ମଧୁ ଓ କୈଟଭ! ମୁଁ ତୁମ ଦୁହିଁଙ୍କତପସ୍ୟାରେ ପ୍ରସନ୍ନ। ତୁମେ ଦୁହେଁ ଇଚ୍ଛାନୁଯାୟୀ ବର ମାଗ।’’
ଆକାଶବାଣୀ ଶୁଣିବାମାତ୍ରେ ମଧୁଓ କୈଟଭ କହିଲେ,‘‘ମାତା ତୁମେ ଆମକୁ ସ୍ୱେଚ୍ଛା ମୃତ୍ୟୁର ବର ଦିଅ।’ ଦେବୀ କହିଲେ,‘‘ଦୈତ୍ୟ!ମୁଁ ତୁମ ଦୁହିଁଙ୍କୁ ବରଦାନ ଦେଉଛି ଯେ କେବଳ ତୁମେ ଦୁହେଁ ଇଚ୍ଛା କଲେ ମରିବ। ଦେବତା କିମ୍ବା ଦାନବ କେହି କହିଲେ ତୁମ ଦୁଇ ଭାଇଙ୍କୁ ପରାଜିତ କରିପାରିବ ନାହିଁ।’’