ଭୀଷ୍ମଙ୍କ ଠାରୁ ନିଜ ମୃତ୍ୟୁଶର ହାସଲ ପାଇଁ କିପରି ଦୁର୍ଯ୍ୟୋଧନଙ୍କ ସହଯୋଗ ନେଇଥିଲେ ଅର୍ଜୁନ

ମହାଭାରତ ରେ ଏମିତି କେତେ କଥା ରହିଛି, ଯାହା ଖୁବ୍‌ କମ ଆଲୋଚିତ ହୋଇଛି। ସେହିପରି ଏକ ଘଟଣା ହେଉଛି ଭୀଷ୍ମଙ୍କ ଶର ଅପହରଣ କଥା। ମହାଭାରତ ଯୁଦ୍ଧ ସମୟରେ ଭୀଷ୍ମ କୌରବ ପକ୍ଷରୁ ସେନାପତି ଥାନ୍ତି। ଭୀଷ୍ମ ପ୍ରତ୍ୟେହ ଏକ ଅକ୍ଷୌଣୀ ସେନ୍ୟ ମାରୁଥିଲେ ମଧ୍ୟ ପାଣ୍ଡବ ପାଞ୍ଚ ଭାଇଙ୍କର କୌଣସି କ୍ଷତି କରୁ ନଥିଲେ। ଏହା ଅନୁଭବ କରି ମହାମାନୀ ଦୁର୍ଯ୍ୟୋଧନ ଭୀଷ୍ମଙ୍କ ପାଖରେ ପହଞ୍ଚି ଅଭିଯୋଗ କରିଥିଲେ ଯେ ହସ୍ତିନାପୁର ସିଂହାସନ ପ୍ରତି ଉତ୍ତରଦାୟୀ ଥିବାରୁ ପିତାମହ ଭୀଷ୍ମ କୌରବ ସେନାର ସେନାପତି ହୋଇଛନ୍ତି ସତ, ମାତ୍ର ପାଣ୍ଡବମାନଙ୍କ ପ୍ରତି ଥିବା ଅତ୍ୟଧିକ ମୋହ ଯୋଗୁଁ ସେ ପାଣ୍ଡବମାନଙ୍କର କୌଣସି କ୍ଷତି କରୁ ନାହାଁନ୍ତି। ଏହା ବୀରଶ୍ରେଷ୍ଠ ଭୀଷ୍ମଙ୍କୁ ବେଶ ବ୍ୟଥିତ କରିଥିଲା। ସେ ଏଥିରେ ରାଗି ଯାଇ ଆସନ୍ତା କାଲି ଯୁଦ୍ଧରେ ପୃଥିବୀ ଅପାଣ୍ଡବା ହେବ ବୋଲି ଘୋଷଣା କରିବା ସହିତ ପାଣ୍ଡବ ପାଞ୍ଚ ଭାଇଙ୍କ ପାଇଁ ୫ଟି ସୁନା ନିର୍ମିତ ଶର ପ୍ରସ୍ତୁତ କରି ତାକୁ ଅଭିମନ୍ତ୍ରିତ କରି ରଖିଥିଲେ। ଏହା ଦେଖି ଦୁଯ୍ୟୋାଧନ ବେଶ୍‌ ଖୁସି ହୋଇଥିଲେ। ତେବେ ଭୀଷ୍ମଙ୍କ ଏହି ପ୍ରତିଜ୍ଞା ସମ୍ପର୍କରେ ଶ୍ରୀକୃଷ୍ଣ ଜାଣି ପାରି ଚିନ୍ତିତ ହୋଇପଡ଼ିଲେ। ଶେଷରେ ଏହି ୫ ଶର କିପରି ଭୀଷ୍ମଙ୍କ ପାଖରେ ନ ରହିବ ତାହର ବ୍ୟବସ୍ଥା ପାଇଁ ଯୋଜନା ପ୍ରସ୍ତୁତ କଲେ।


ପାଣ୍ଡବମାନେ ନିର୍ବାସନ ଭୋଗୁଥିବା ସମୟରେ ସେମାନଙ୍କୁ ନ୍ୟୁନ ଦେଖାଇବା ପାଇଁ ଦୁର୍ଯ୍ୟୋଧନ ଜଙ୍ଗଲକୁ ଯାଇଥିବା ବେଳେ ଚିତ୍ରସେନ ଗନ୍ଧର୍ବଙ୍କ ପତ୍ନୀଙ୍କୁ ଅସଦାଚରଣ ପ୍ରଦର୍ଶନ କରିଥିଲେ। ଏଥିରେ ଉତ୍‌କ୍ଷିପ୍ତ ହୋଇ ଚିତ୍ରସେନ ଗନ୍ଧର୍ଭ ଦୁର୍ଯ୍ୟୋଧନ ସହିତ ଯୁଦ୍ଧ କରି ତାଙ୍କୁ ବନ୍ଦୀ କରିଥିଲେ। ଏହି ସୂଚନା ପାଇ ଅର୍ଜୁନ ଚିତ୍ରସେନ ଗନ୍ଧର୍ବ ସହିତ ଯୁଦ୍ଧ କରି ଦୁର୍ଯ୍ୟୋଧନଙ୍କୁ ମୁକ୍ତି ଦେଇଥିଲେ। ସେ ସମୟରେ ଯେ କୌଣସି ବର ମାଗି ନେବା ପାଇଁ ଅର୍ଜୁନଙ୍କୁ ଦୁର୍ଯ୍ୟୋଧନ ପ୍ରସ୍ତାବ ଦେଇଥିଲେ। ମାତ୍ର ଉପଯୁକ୍ତ ସମୟରେ ସେ ଏହି ବର ମାଗିନେବେ ବୋଲି ଅର୍ଜୁନ କହିଥିଲେ। ତେଣୁ ଏହି ଭୀଷ୍ମଙ୍କ ପାଖରେ ଥିବା ଏହି ପାଞ୍ଚ ଶର ହାସଲ କରିବା ପାଇଁ ଶ୍ରୀକୃଷ୍ଣ ଦୁର୍ଯ୍ୟୋଧନର ବରକୁ ବ୍ୟବହାର କରିବାକୁ ଅର୍ଜୁନଙ୍କୁ କହିଥିଲେ।

ଯୋଜନା ମୁତାବକ ରାତିରେ ଅଜୂୁନ ଯାଇ ଦୁଯ୍ୟୋଧନଙ୍କୁ ତାଙ୍କ ରାଜମୁକୁଟ ରାତିକ ପାଇଁ ମାଗିଥିଲେ। ଅର୍ଜୁନଙ୍କୁ ବର ଦେଇଥିବା କଥା ସ୍ମରଣ କରି ରାତିକ ପାଇଁ ଦୁର୍ଯ୍ୟୋଧନ ତାଙ୍କ ରାଜମୁକୁଟ ଅର୍ଜୁନଙ୍କୁ ଦେଇଥିଲେ। ଅର୍ଜୁନ ଦୁର୍ଯ୍ୟୋଧନଙ୍କ ରାଜମୁକୁଟ ପିନ୍ଧିି ଭୀଷ୍ମଙ୍କ ପାଖରେ ପହଞ୍ଚିଥିଲେ। ଭୀଷ୍ମ ହସ୍ତିିନାପୁରର ସିଂହାସନ ପ୍ରତି ଉତ୍ତରଦାୟୀ ଥିବାରୁ ସେ ଦୁଯ୍ୟେ୍ୟାଧନଙ୍କ ମୁଖକୁ ନ ଚାହିଁ କେବଳ ତାଙ୍କ ମୁଣ୍ଡରେ ଶୋଭା ପାଉଥିବା ରାଜମୁକୁଟକୁ ଦେଖୁଥଲେ। ଅର୍ଜୁନଙ୍କ ମୁଣ୍ଡରେ ଦୁର୍ଯ୍ୟୋଧନଙ୍କ ରାଜମୁକୁଟ ଦେଖି ଭୀଷ୍ମ ତାଙ୍କୁ ଦୁର୍ଯ୍ୟୋଧନ ବୋଲି ଭାବିଥିଲେ। ଏତେ ରାତିରେ ପୁଣି କାହିଁକି ଆସିଲେ ବୋଲି ପଚାରିବାରୁ ପାଣ୍ଡବଙ୍କ ମୃତ୍ୟୁ ପାଇଁ ପ୍ରସ୍ତୁତ ପାଞ୍ଚ ଶର ସେ ନିଜ ସୁରକ୍ଷାରେ ରଖିବାକୁ ଚାହାଁନ୍ତି ବୋଲି କହିବାରୁ ଭୀଷ୍ମ ବିରକ୍ତିରେ ଏହି ପାଞ୍ଚ ଶର ଦୁର୍ଯ୍ୟୋଧନ ଭାବି ଅର୍ଜୁନଙ୍କୁ ଦେଇଥିଲେ।

ତେବେ ପରଦିନ ସକାଳେ ଯୁଦ୍ଧକୁ ଯିବା ପୂର୍ବରୁ ଭୀଷ୍ମ ଦୂର୍ଯ୍ୟୋଧନଙ୍କୁ ତାଙ୍କ ୫ ଶର ଫେରାଇ ଦେବାକୁ କହିବାରୁ ଦୁର୍ଯ୍ୟୋଧନ ଆାଚର୍ଯ୍ୟ ପ୍ରକଟ କରିଥିଲେ। ତେବେ ନିଜ ରାଜମୁକୁଟ ପିନ୍ଧି ଗତକାଲି ବିଳମ୍ବିତ ରାତିରେ ଦୁର୍ଯ୍ୟୋଧନ ଆସି ତାଙ୍କ ଠାରୁ ୫ ଶର ମାଗିନେଇ ଥିବା କଥା କହିବାରୁ ଦୁର୍ଯ୍ୟୋଧନ ବୁଝି ଥିଲେ ଯେ ଗତକାଲି ରାତିରେ ଶ୍ରୀକୃଷ୍ଣଙ୍କ ମନ୍ତ୍ରଣାରେ ଅର୍ଜୁନ ତାଙ୍କ ରାଜମୁକୁଟ ପିନ୍ଧିି ଭୀଷ୍ମଙ୍କ ଠାରୁ ପାଞ୍ଚ ଶର ହାସଲ କରିନେଇଛନ୍ତି। ତେଣୁ ସେ ଏହାକୁ ନେଇ ମ୍ରିୟମାଣ ହୋଇ ପଡ଼ିଥିଲେ।

ସମ୍ବନ୍ଧିତ ଖବର