ମହାଭାରତକୁ ପଞ୍ଚମ ବେଦ ବୋଲି କାହିଁକି କୁହାଗଲା ?

ପାଞ୍ଚହଜାର ବର୍ଷ ପୂର୍ବେ ବ୍ୟାସଦେବ ଯେଉଁ କଳି ଯୁଗର ଯେଉଁ ବର୍ଣ୍ଣନା କରିଥିଲେ, ତାହା ଆଜି ପ୍ରତିଫଳିତ । ଦ୍ୱାପର ଯୁଗର ସମାପ୍ତି ସମୟ ଏବଂ କଳିଯୁଗର ପ୍ରାରମ୍ଭ ସମୟ ଥିଲା । ସେହି ସମୟରେ ବ୍ୟାସଦେବଙ୍କୁ କଳିଯୁଗର ଦର୍ଶନ ହୋଇଥିଲା । ସେ କହିଥିଲେ କଳିଯୁଗରେ ଜୀବନ ଅର୍ଥ ଓ କାମ ରେ ହିଁ ପୂରଣ ହୋଇଯିବ । ଜୀବନ କେବଳ ଭୋଗପ୍ରଧାନ ହେବ । କଳିଯୁଗରେ ଲୋକେ କୁଳ, ଗୋତ୍ର, ଜାତିର ବିଚାର କରିବେ ନାହିଁ । ପ୍ରେମ- ବିବାହର ବିଶେଷ ପ୍ରଚଳନ ହେବ । ବହୁତ ବର୍ଣ୍ଣସଙ୍କର ଓ ଜାତିସଙ୍କର ଜନ୍ମ ହେବେ ।


କଳିଯୁଗରେ ଲୋକେ ବେଦାଧ୍ୟୟନ କରିବେ ନାହିଁ । ବେଦ ରୁ ଅଧିକ ବୁଝିବା ଖୁବ୍‌ କଷ୍ଟକର । ବେଦାର୍ଥ ବୁଝାମଣା ଲାଗି ବ୍ୟାସଦେବ ପୁରାଣ ରଚନା କରିଲେ । ବେଦର ଅଧିକାର ସମସ୍ତଙ୍କୁ ଦିଆଯାଇ ନାହିଁ । ଆଜିକାଲି ବ୍ରାହ୍ମଣ ସମସ୍ତଙ୍କ ପାଖରେ ବେଦମନ୍ତ୍ର ବୋଲିବାରେ ଲାଗିଛନ୍ତି । ଏହା ଦ୍ୱାରା ବ୍ରହ୍ମତେଜର ନାଶ ହୋଇଗଲା । ଯିଏ ବେଦ ଶାଖାରହିତ, ତା’ ନିକଟରେ ବେଦ ମନ୍ତ୍ର ବୋଲିବା ଉଚିତ୍‌ ନୁହେଁ । ଏଥିପାଇଁ ଭଗବାନ ବ୍ୟାସ ମହାଭାରତ ରଚନା କରିଲେ । ମହାଭାରତକୁ ପଞ୍ଚମ ବେଦ ବୋଲି କୁହାଗଲା । ସାଧାରଣ ଲୋକ ମନେ କରନ୍ତି ଯେ ମହାଭାରତ ରେ କେବଳ କୌରବ-ପାଣ୍ଡବଙ୍କର ଯୂଦ୍ଧ ଓ କଳହ ପ୍ରସଙ୍ଗ ରହିଛି । କିନ୍ତୁ ଏଥିରେ ଅନେକ ଗୁଢ ତତ୍ତ୍ୱ ରହିଛି, ଯାହା ବେଦତୁଲ୍ୟ ।ମହର୍ଷି ବ୍ୟାସ ଦେବ କଳିଯୁଗରେ ମହାଭାରତ ହିଁ ପ୍ରକୃତ ବେଦ ବୋଲି କହିଥିଲେ । ଏକଥାକୁ ଦେବର୍ଷି ନାରଦ ପ୍ରମାଣିତ କରିଛନ୍ତି ।

ସମ୍ବନ୍ଧିତ ଖବର