ମହାଭାରତ ଯୁଦ୍ଧ ଶେଷ ପରେ ମାତ୍ର ୧୨ ଜଣ ବଞ୍ଚିରହିଥିଲେ, ସେମାନେ କିଏ?

କୌରବ ସଭାରେ ରୀତିମତ ଭାବେ ଚାଲେ ପଶା ଖେଳ। ପଶା ଖେଳ ପ୍ରତି କୁନ୍ତି ପୁତ୍ର ଯୁଧିଷ୍ଠିରଙ୍କର ଅହେତୁକ ଆକର୍ଷଣ। ବାରମ୍ବାର ହାରିବା ପରେ ବି ବଡ଼ ଭାଇଙ୍କ ସଉକ ପାଇଁ କୌରବ ସଭାରେ ପହଞ୍ଚନ୍ତି ପଞ୍ଚୁପାଣ୍ଡବ। ସବୁ ହାରିବା ପରେ ଶେଷରେ ବଳି ପଡ଼ନ୍ତି ପାଣ୍ଡବ ପତ୍ନୀ ଦୌପଦୀ। ଦୁଷ୍ଟ କୌରବ ପଶା ଖେଳରେ କୁଳବଧୂ ଦୌପଦୀଙ୍କୁ ବି ବାଜି ରଖିବାକୁ ପଛାନ୍ତିି ନାହିଁ। ବାଜି ପଡ଼ନ୍ତି ଯାଜ୍ଞସେନୀ। ସବୁ ଥର ପରି ବାଜି ହାରନ୍ତି ପାଣ୍ଡବ ପାଞ୍ଚ ଭାଇ। ସଭା ମଝିରେ ଶହ ଶହ ଜନ ଗହଣରେ ହୁଏ ମହାସତୀ ଦୌପଦୀଙ୍କ ବସ୍ତ୍ରହରଣ। ବିବଶ ଦୌପଦୀଙ୍କ ସମ୍ମାନ ରକ୍ଷା କରନ୍ତି ଭଗବାନ ଶ୍ରୀକୃଷ୍ଣ। ସତୀ ଦ୍ରୌପଦୀଙ୍କ ସ୍ୱାଭିମାନକୁ ବାଧେ, ସେ ପଣ କରନ୍ତି। ସେଇଦିନଠାରୁ କେଶ ବାନ୍ଧନ୍ତି ନାହିଁ ଦୃପଦ ନନ୍ଦିନୀ। ଦୁଷ୍ଟ ଦୁର୍ଯ୍ୟୋଧନର ରକ୍ତ ଆଣି ଦେଲେ ଯାଇ ସେ ନିଜ କେଶ ବାନ୍ଧିବେ ବୋଲି ପଞ୍ଚ ସ୍ୱାମୀଙ୍କୁ ଶପଥ କରାନ୍ତିି। ସେଇଠୁ ଆରମ୍ଭ ହୁଏ ମହାଭାରତ ଯୁଦ୍ଧା। ଚଉଦ ଦିନ ପର୍ଯ୍ୟନ୍ତ ଯୁଦ୍ଧ ଚାଲେ। ଜଣେ ପରେ ଜଣେ ସମସ୍ତେ ମରିଯାଆନ୍ତିି। ବଞ୍ଚିରହନ୍ତି ମାତ୍ର ବାର ଜଣ। କିଏ ସେମାନେ? ନିମ୍ନରେ ଉଲ୍ଲେଖ କରାଯାଇଛି।

-ଭଗବାନ ଶ୍ରୀକୃଷ୍ଣ: ମହାଭାରତ ଯୁଦ୍ଧର ସର୍ବେସବା କହିଲେ ବି ଚଳିବ। ଯାହାଙ୍କ ନିର୍ଦ୍ଦେଶରେ ଚାଲିଥିଲା ସଂପୂର୍ଣ୍ଣ ଯୁଦ୍ଧ। ଯାହାଙ୍କ ପରାମର୍ଶ କ୍ରମେ କୌରବ ଶହେ ଭାଇଙ୍କ ସହ ଲଢ଼େଇ କରିବାକୁ କୁରୁକ୍ଷେତ୍ରକୁ ଡେଇଁଥିଲେ ପାଣ୍ଡବ ପାଞ୍ଚ ଭାଇ।

-ସାତ୍ୟକୀ: ସାତ୍ୟକୀ ହେଉଛନ୍ତି ଅର୍ଜୁନଙ୍କ ଛାତ୍ର। ସେ ଯୁଦ୍ଧ ସମୟରେ ଦ୍ରୋଣଙ୍କ ଆକ୍ରମଣରୁ ଯୁଧିଷ୍ଠିରଙ୍କୁ ବଞ୍ଚାଇଥିଲେ। ସେ ଭଗବାନ ଶ୍ରୀକୃଷ୍ଣଙ୍କ ପରମ ଭକ୍ତ।

-କ୍ରିତବର୍ମା: କ୍ରିତବର୍ମା ହେଉଛନ୍ତି କୌରବ ପକ୍ଷର ଯୋଦ୍ଧା। ଯୁଦ୍ଧ ବିଦ୍ୟାରେ ସେ ଖୁବ୍‌ ପାରଙ୍ଗମ। ତାଙ୍କୁ ଭଗବାନ ଶ୍ରୀକୃଷ୍ଣଙ୍କ ସମକକ୍ଷ ବୋଲି ମନାଯାଉଥିଲା।

-ବ୍ରିସକେତୁ: ବ୍ରିସକେତୁ ହେଉଛନ୍ତି ମହାଯୋଦ୍ଧା କର୍ଣ୍ଣଙ୍କ ପୁତ୍ର। ସେ କୌରବ ପକ୍ଷରୁ ଲଢୁଥିଲେ।

– ୟୁୟୁଷ୍ଟୁ: ୟୁୟୁଷ୍ଟୁ ହେଉଛନ୍ତି ଧ୍ରୁତରାଷ୍ଟ୍ରଙ୍କ ପୁତ୍ର। ଯୁଦ୍ଧରେ ଧ୍ରୁତରାଷ୍ଟ୍ରଙ୍କର ୯୯ ପୁତ୍ର ନିଧନ ହୋଇଥିଲେ। ଏକମାତ୍ର ୟୁୟୁଷ୍ଟୁଙ୍କୁ ଛାଡ଼ି। ପରବର୍ତ୍ତୀ ମୁହୂର୍ତ୍ତରେ ସେ ଇନ୍ଦ୍ରପସ୍ତର ରାଜା ହେଲେ।

କୃପାଚାର୍ଯ୍ୟ: ଦ୍ରୋଣଙ୍କ ପୂର୍ବରୁ କୃପାଚାର୍ଯ୍ୟ ଉଭୟ ପାଣ୍ଡବ ଏବଂ କୌରବଙ୍କ ଗୁରୁ ଥିଲେ। ସେ କୌରବଙ୍କ ପକ୍ଷରୁ ଯୁଦ୍ଧ କରୁଥିଲେ। ତାଙ୍କୁ ଜଣେ ମହାରଥୀ ଭାବେ ଗଣନା କରାଯାଏ।

-ଅଶ୍ୱତ୍‌ଥାମା: ସେ ଗୁରୁ ଦ୍ରୋଣାଚାର୍ଯ୍ୟଙ୍କୁ ପୁତ୍ର ଥିଲେ। ସେ କୌରବ ପକ୍ଷରୁ ଯୁଦ୍ଧ କରୁଥିଲେ। ମହାଭାରତ ଯୁଦ୍ଧର ସେ ଜଣେ ପ୍ରଭାବଶାଳୀ ଯୋଦ୍ଧା ଥିଲେ।

-ଏହି ୭ ଜଣଙ୍କ ବ୍ୟତୀତ ଯୁଧିଷ୍ଠିର, ଭୀମ, ଅର୍ଜୁନ, ନକୁଳ, ସହଦେବ ଆଦି ପାଣ୍ଡବ ପାଞ୍ଚ ଭାଇ ମଧ୍ୟ ଯୁଦ୍ଧ ପରେ ବଞ୍ଚି ରହିଥିଲେ।

ସମ୍ବନ୍ଧିତ ଖବର