ମହାତ୍ମା ଗାନ୍ଧୀଙ୍କ ଅନଶନ: କେବେ ଓ କାହିଁକି

୧୯୧୩  ଫିନିକସ ଆଶ୍ରମ : ଦୁଇଜଣ ଅନ୍ତେବାସୀଙ୍କ ବୌଦ୍ଧିକ ସ୍ଖଳନର ପ୍ରାୟଶ୍ଚିତ ପାଇଁ ସପ୍ତାହବ୍ୟାପୀ ଅନଶନ
୧୯୧୪  ଫିନିକସ ଆଶ୍ରମ : ଫିନିକସରେ ଅନୈତିକ କାର୍ଯ୍ୟର ପ୍ରତିବାଦରେ ଦୁଇ ସପ୍ତାହ ପାଇଁ ଅନଶନ
୧୯୧୫  ଜୁନ ୧ : କୋଚ୍ଚରବ ଆଶ୍ରମବାସୀଙ୍କ ମିଥ୍ୟାଚରଣର ପ୍ରତିବାଦରେ ଦିନଟିଏ ଅନଶନ
୧୯୧୫  ସେପ୍ଟେଟର ୧୧ : କୋଚ୍ଚରବ ଆଶ୍ରମରେ ଦଳିତଙ୍କୁ ରଖାଯିବା ପାଇଁ ଅନ୍ତେବାସୀମାନଙ୍କପ୍ରତିକ୍ରିୟାର ପ୍ରତିବାଦ କରି ଦିନଟିଏ ଅନଶନ
୧୯୧୮  ମାର୍ଚ୍ଚ ୧୫ : ଅହମଦାବାଦ ମିଲ ଶ୍ରମିକଙ୍କ ଦରମା ବୃଦ୍ଧି ଦାବିରେ ୩ ଦିନ ଧରି ଅନଶନ
୧୯୧୯  ଏପ୍ରିଲ ୬ : ସତ୍ୟାଗ୍ରହ ପ୍ରସଙ୍ଗରେ ଦିନଟିଏ ଅନଶନ
୧୯୧୯ ଏପ୍ରିଲ ୧୩-୧୫ : ଜାଲିଆନାୱାଲାବାଗ ନରସଂହାର ଓ ବମ୍ବେ, ଅହମଦାବାଦ ଆଦି ସ୍ଥାନରେ ଉପୁଜିଥିବା ହିଂସାକାଣ୍ଡର ପ୍ରତିବାଦ କରି ୩ ଦିନଧରି ଅନଶନ
୧୯୨୧ ନଭେମ୍ବର ୧୯ : ବମ୍ବେରେ ଉପୁଜିଥିବା ଅଶାନ୍ତିର ପ୍ରତିବାଦରେ ୨ ଦିନଧରି ଅନଶନ
୧୯୨୧ ନଭେମ୍ବର ୨୮ : ବମ୍ବେର ଅଶାନ୍ତ ପରିବେଶ ପ୍ରତିବାଦରେ ପୁଣି ଦିନକ ଲାଗି ଅନଶନ
୧୯୨୨ ଫେବୃଆରୀ ୧୨-୧୬ : ଚଉରିଚଉରା ହିଂସାକାଣ୍ଡରେ ବ୍ୟଥିତ ହୋଇ ପ୍ରାୟଶ୍ଚିତ ଲାଗି ୫ ଦିନଧରି ଅନଶନ
୧୯୨୪ ସେପ୍ଟେଟର ୧୭ : ସାମ୍ପ୍ରଦାୟିକ ସଦଭାବନା ପାଇଁ ୨୧ ଦିନ ବ୍ୟାପୀ ଅନଶନ
୧୯୨୫ ନଭେମ୍ବର ୨୪-୩୦ : ସାବରମତୀ ଆଶ୍ରମରେ କିଛି ଅେ‘ବାସୀଙ୍କ ନୈତିକ ସ୍ଖଳନର ସଂସ୍କାର ପାଇଁ ୭ ଦିନ ଧରି ଅନଶନ
୧୯୨୮ ଜୁନ ୨୨-୨୪ : ସାବରମତୀ ଆଶ୍ରମରେ ଉପୁଜିଥିବା ଅଶାନ୍ତି ଦୂର ଲାଗି ୩ ଦିନ ଧରି ଅନଶନ
୧୯୩୨ ସେପ୍ଟେଟର ୨୨-୨୫ : ଅସ୍ପୃଶ୍ୟଙ୍କ ପାଇଁ ସ୍ୱତନ୍ତ୍ର ନିର୍ବାଚନ ମଣ୍ଡଳୀ ବ୍ୟବସ୍ଥାର ପ୍ରସଙ୍ଗରେ ୪ ଦିନ ଧରି ଅନଶନ
୧୯୩୨ ଡିସେମ୍ବର ୩ : ୟେରୱାଡା ଜେଲରେ କଏଦୀଙ୍କ ପାଇଖାନା ସଫା କରିବାକୁ ସରକାର ଅନୁମତି ନ ଦେବାରୁ ଦିନଟିଏ ଅନଶନ
୧୯୩୩ ମାର୍ଚ୍ଚ ୮-୨୨ : ଆତ୍ମଶୁଦ୍ଧି ଲାଗି ୧୫ ଦିନ ବ୍ୟାପୀ ଅନଶନ
୧୯୩୩ ଅଗଷ୍ଟ ୧୬-୨୨:  ଅସ୍ପୃଶ୍ୟତା ପ୍ରସଙ୍ଗରେ ସପ୍ତାହବ୍ୟାପୀ ଅନଶନ
୧୯୩୪ ଅଗଷ୍ଟ ୭-୧୩ : ଗାନ୍ଧୀଜୀଙ୍କ ଅସ୍ପୃଶ୍ୟତା ନିବାରଣ କାର୍ଯ୍ୟକ୍ରମକୁ ବିରୋଧ କରି ବିଭିନ୍ନ ସ୍ଥାନରେ କଳାପତାକା ପ୍ରଦର୍ଶନ କରୁଥିବା ପଣ୍ଡିତ ଲାଲନାଥଙ୍କ ଉପରେ ହୋଇଥିବା ଆକ୍ରମଣର ପ୍ରତିବାଦରେ ସପ୍ତହବ୍ୟାପୀ ଅନଶନ
୧୯୩୯ ମାର୍ଚ୍ଚ ୩-୭ : ରାଜକୋଟ ଶାସକଙ୍କ ପ୍ରତିଶ୍ରୁତି ଭଙ୍ଗ ପ୍ରତିବାଦରେ ୪ ଦିନ ଧରି ଅନଶନ
୧୯୪୦ ନଭେମ୍ବର ୧୨-୧୩ : ସେବାଗ୍ରାମ ଆଶ୍ରମର ଜଣେ ଅନ୍ତେବାସୀ ଚୋରି କରିବା ଘଟଣାରେ ବ୍ୟଥିତ ହୋଇ ଦୁଇଦିନ ଧରି ଅନଶନ
୧୯୪୧ ମେ ୫-୭ : ବମ୍ବେ ଓ ଅହମଦାବାଦରେ ସୃଷ୍ଟି ହୋଇଥିବା ସାମ୍ପ୍ରଦାୟିକ ହିଂସାରେ ବ୍ୟଥିତ ହୋଇ ୩ ଦିନ ଧରି ଅନଶନ
୧୯୪୧ ଜୁନ ୨୯ : ଦେଶରେ ସାମ୍ପ୍ରଦାୟିକ ସଂହତି ପାଇଁ ଦିନଟିଏ ଅନଶନ
୧୯୪୩ ଫେବୃଆରୀ ୧୦ : ବ୍ରିଟିଶ ସରକାରଙ୍କ ମିଥ୍ୟା ପ୍ରଚାରର ପ୍ରତିବାଦରେ ଆଗା ଖାଁ ପ୍ୟାଲେସ ଜେଲରେ ୭୪ ବର୍ଷ ବୟସରେ  ୨୧ଦିନ ବ୍ୟାପୀ ଅନଶନ
୧୯୪୪ ନଭେମ୍ବର ୩୦ : ସେବାଗ୍ରାମ ଆଶ୍ରମରେ ଦିନକ ପାଇଁ ଅନଶନ
୧୯୪୬ ଅକେ୍‌ଟାବର ୨୦-୨୩ : ମହମ୍ମଦ ଅଲ୍ଲୀ ଜିନ୍ନାଙ୍କ ସହ ହୋଇଥିବା କଥାବାର୍ତ୍ତା ସଂକ୍ରାନ୍ତୀୟ ଚିଠି ପ୍ରସ୍ତୁତିରେ ଜଣେ ସହକର୍ମୀଙ୍କ ତ୍ରୁଟିରେ ବ୍ୟଥିତ ହୋଇ ୪ ଦିନ ଧରି ଅନଶନ
୧୯୪୭ ଅଗଷ୍ଟ ୧୫ : ସାରା ଦେଶ ସ୍ୱାଧୀନତା ଦିବସ ପାଳନ କରୁଥିବା ବେଳେ ଭାରତ ବିଭାଜନ ଓ ସାମ୍ପ୍ରଦାୟିକ ହିଂସାକାଣ୍ଡରେ ବ୍ୟଥିତ ହୋଇ ବିନିଦ୍ର ରଜନୀ ସହ ଦିନଟିଏ ଅନଶନ
୧୯୪୭ ସେପ୍ଟେଟର ୧-୩ : ସାମ୍ପ୍ରଦାୟିକ ସଦଭାବନା ଲାଗି ୩ ଦିନ ଧରି ଅନଶନ
୧୯୪୭ ଅକେ୍‌ଟାବର ୧୧ : ବିକ୍ରମ କ୍ୟାଲେଣ୍ଡର ତିଥି ଅନୁଯାୟୀ ଜନ୍ମ ଦିନରେ ବ୍ୟଥିତ ଗାନ୍ଧୀଙ୍କ ଦିନକ ପାଇଁ ଅନଶନ
୧୯୪୮ ଜାନୁଆରୀ ୧୩-୧୮ : ଦେଶର ବିଭିନ୍ନ ଅଞ୍ଚଳରେ ସୃଷ୍ଟି ହୋଇଥିବା ସାମ୍ପ୍ରଦାୟିକ ଦଙ୍ଗାରେ ବ୍ୟଥିତ ୭୮ ବର୍ଷ ବୟସ୍କ ଗାନ୍ଧୀଜୀ ଆମରଣ ଅନଶନ ଆରମ୍ଭ କରିଥିଲେ। ବିଭିନ୍ନ ସମ୍ପ୍ରଦାୟ ଓ ସରକାରଙ୍କ ପ୍ରତିଶ୍ରୁତି ପରେ ୫ ଦିନଧରି ଚାଲିଥିବା ଅନଶନ ଭଙ୍ଗ

(ସୂତ୍ର:- ଗାନ୍ଧୀ କ୍ରନୋଲୋଜୀ…. ତଥ/ ସଂଗ୍ରହ- ପ୍ରହଲାଦ କୁମାର ସିଂହ)

-: ଏହାଛଡ଼ା ପ୍ରତିବର୍ଷ ଜାଲିଆନାୱାଲାବାଗ ନରସଂହାରର ସତୀ ଦିବସ, ମହାଦେବ ଦେଶାଇ ଓ କସ୍ତୁରବାଙ୍କ ପୂଣ୍ୟତିଥିରେ ଗାନ୍ଧୀଜି ଉପବାସ କରୁଥିଲେ। ପ୍ରତି ସପ୍ତାହରେ ମଧ୍ୟ ସେ ଦିନଟିଏ ମୌନ ଉପବାସରେ ରହୁଥିଲେ।

ସମ୍ବନ୍ଧିତ ଖବର