ସହିଦ୍‌ଙ୍କ କନ୍ୟା କହିଲେ ଏଭଳି କଥା କି ଆପଣଙ୍କ ଛାତି ବି ଗର୍ବରେ ଫୁଲି ଉଠିବ !

0 1,443

ନୂଆଦିଲ୍ଲୀ: ମେଜର ଅକ୍ଷୟ ଗିରିଶ କୁମାର ନଭେମ୍ବର ୨୦୧୬ରେ ଜମ୍ମୁର ନାଗରୋଟାରେ ସହିଦ୍‌ ହୋଇଥିଲେ। ସେନା ଶିବିର ଉପରେ ଆତଙ୍କବାଦୀ ଦ୍ୱାରା କରାଯାଇଥିବା ଆକ୍ରମଣରେ ମେଜର ଅକ୍ଷୟ ଗିରିଶ କୁମାର ସହିଦ୍‌ ହୋଇଥିଲେ। ଦେଶପାଇଁ ସହିଦ୍‌ ହୋଇଥିବା ନେଇ ଗିରିଶଙ୍କ ପରିବାର ଗର୍ବ ଅନୁଭବ କରୁଥିଲେ ହେଁ ତାଙ୍କ ଜୀବନଯାପନରେ ବହୁ ଅସୁବିଧା ପରିଲକ୍ଷିତ ହେଉଛି। କିଛିଦିନ ତଳେ ଅକ୍ଷୟ ଗିରିଶଙ୍କ କନ୍ୟା ନୈନାଙ୍କ ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହୋଇଛି।

ଭିଡିଓରେ ଅକ୍ଷୟ ଗିରିଶଙ୍କ କନ୍ୟା ନୈନା ନିଜର ସହିଦ ପିତାଙ୍କ ସହିତ ଘଟିଥିବା କଥାକୁ ମନେ ପକଉଛନ୍ତି। ପିଲାଦିନେ ଅକ୍ଷୟ ଗିରିଶ ଝିଅକୁ ଯେଉଁ କଥା କହିଥିଲେ, ଏବେ ବି ନୈନା ସେହି କଥା ମନେ ରଖିଛନ୍ତି। ଏହି ଭିଡିଓକୁ ଅକ୍ଷୟ ଗିରିଶଙ୍କ ମା’ ମେଘନା ଗିରିଶ ସେୟାର କରିଛନ୍ତି। ଭିଡିଓରେ ନୈନା ସେନା ବିଷୟରେ ଯେଉଁ କଥା କହୁଛନ୍ତି ଆପଣ ବି ଶୁଣିଲେ ଗର୍ବ ଅନୁଭବ କରିବେ।

ଭିଡିଓରେ ଅକ୍ଷୟ ଗିରିଶଙ୍କ କନ୍ୟା ନୈନା କହୁଛନ୍ତି, ‘ସେନା ଭଲ ପାଇବା ଶିଖାଇଥାଏ, ଶତ୍ରୁ ସହିତ ଲଢ଼ିବା ଶିଖାଇଥାଏ। ସେନା  କେବେ ବି ଭୟ କରେ ନାହିଁ, ସମସ୍ତଙ୍କୁ ଜୟ ହିନ୍ଦ କହିଥାଏ।’ ମା’ ସଙ୍ଗୀତା କନ୍ୟା ନୈନାକୁ ଯେତେବେଳେ ପଚାରୁଛନ୍ତି ତୁମକୁ ଏହି କଥା କିଏ ଶିଖାଇଛନ୍ତି? ଏହାର ସେ କହୁଛନ୍ତି, ମୋତେ ଏହା ପୁରୁଣା ଘରେ ବାପା ଶିଖାଇଥିଲେ। ଭିଡିଓ ଶେଷରେ ନୈନା ଜୟ ହିନ୍ଦ କହୁଛନ୍ତି ଓ ଭିଡିଓଟି ଶେଷ ହେଉଛି।

ସମ୍ବନ୍ଧିତ ଖବର

Leave A Reply

Your email address will not be published.