୫ ଦିନର ଝିଅକୁ ନେଇ କମାଣ୍ଡର ସ୍ୱାମୀଙ୍କ ଅନ୍ତିମ ସଂସ୍କାରରେ ପହଞ୍ଚିଲେ ମେଜର ପତ୍ନୀ

ନୂଆଦିଲ୍ଲୀ : ଆଜିକାଲି ସୋସିଆଲ ମିଡିଆରେ ଅନେକ ପ୍ରକାରର ଫଟୋ ଏବଂ ଭିଡିଓ ଭାଇରାଲ ହେଉଛି। ତେବେ ବର୍ତ୍ତମାନ ଏକ ଦୁଃଖଦ ଫଟୋ ସୋସିଆଲ ମିଡିଆରେ ଆସିଥିଲା, ଯାହାକୁ ଦେଖି ଅପଣ ମଧ୍ୟ ନିଜର ଲୁହକୁ ଅଟକାଇ ପାରିବେ ନାହିଁ । ଏଥିରେ ଭାରତୀୟ ସେନାର ମେଜର କୁମୁଦ ଡ଼ୋଗ୍ରା ନିଜର ପାଞ୍ଚ ଦିନର ଶିଶୁକୁ ଧରି ସ୍ୱାମୀ ଓ୍ଵିଙ୍ଗ କମାଣ୍ଡର ଦୁଷ୍ମନ୍ତ ଭଟ୍ସଙ୍କ ଅନ୍ତିମ ସଂସ୍କାରରେ ପହଞ୍ଚିଥିଲେ ।

dailynews360

ସୂଚନା ଅନୁଯାୟୀ, ଭାରତୀୟ ବାୟୁସେନାରେ ଓ୍ଵିଙ୍ଗ୍‌ କମାଣ୍ଡର ଥିବା ଭଟ୍ସଙ୍କର ଦେହାନ୍ତ ଫେବ୍ରୁଆରି ୧୫ ତାରିଖ ଦିନ ମାଇକ୍ରୋଲାଇଟ ବିମାନର ଦୁର୍ଘଟଣାରେ ହୋଇଥିଲା । ଘଟଣାସ୍ଥଳରେ ତାଙ୍କ ସହ ବିମାନରେ ଥିବା ଆଉ ଜଣେ ପାଇଲଟଙ୍କର ମଧ୍ୟ ଦେହାନ୍ତ ହୋଇଥିଲା। ଭାରତୀୟ ସେନାର ମେଜର ଭାବେ କାର୍ଯ୍ୟ କରୁଥିବା କୁମୁଦ ତାଙ୍କ ସ୍ୱାମୀଙ୍କର ଅନ୍ତିମ ସଂସ୍କାରରେ ୟୁନିଫର୍ମ ପିନ୍ଧିବା ସହ କୋଳରେ ତାଙ୍କ ୫ ଦିନର ଶିଶୁକୁ ଧରି ପହଞ୍ଚିଥିଲେ । ଏହି ଫଟୋ ସୋସିଆଲ ମିଡ଼ିଆରେ ଭାଇରାଲ ହେବା ପରେ ସମସ୍ତେ କୁମୁଦଙ୍କ ସାହସକୁ ସମ୍ମାନ ଦେବା ସହ ଫଟୋକୁ ବହୁ ସଂଖ୍ୟାରେ ସେୟାର କରିଛନ୍ତି ।

ସମ୍ବନ୍ଧିତ ଖବର