ବ୍ୟବହାର ହୋଇଥିବା ପ୍ଲାଷ୍ଟିକ୍‌ ବୋତଲରୁ ଘରେ ବସି ତିଆରି କରନ୍ତୁ ଶକ୍ତିଶାଳୀ କ୍ୟାମେରା ଲେନ୍ସ୍‌

ଘରେ ବ୍ୟବହାର କରାଯାଇଥିବା ଏମିତି ଅନେକ ଜିନିଷ ରହିଛି ଯାହାକୁ ନେଇ ଆପଣ ସ୍ମାର୍ଟ୍‌ଫୋନ୍‌ ସମ୍ବନ୍ଧିତ କିଛି ସାମଗ୍ରୀ ତିଆରି କରିପାରିବେ। ଠିକ୍‌ ସେମିତି ବ୍ୟବହାର କରିଥିବା ପାଣି ବୋତଲ ବା କୋଲ୍ଡ୍‌ ଡ୍ରିଙ୍କ୍ସ୍‌ ବୋତଲରୁ ମୋବାଇଲ୍‌ ପାଇଁ ଶକ୍ତିଶାଳୀ କ୍ୟାମେରା ଲେନ୍ସ୍‌ ତିଆରି କରି ପାରିବେ।

 

ଏହି ଲେନ୍ସ୍‌ର ବିଶେଷତ୍ୱ କ’ଣ?
ଦୂରରେ ଥିବା ଜିନିଷକୁ ପାଖରେ ଦେଖାଇ ପାରିବ।
କୌଣସି କ୍ଲୋଜ୍‌ଅପ୍‌ ଜିନିଷକୁ ଆହୁରି ଭଲ ଭାବରେ କ୍ୟାପ୍‌ଚର୍‌ କରି ପାରିବ।

 

ଶକ୍ତିଶାଳୀ ଲ୍ୟାନ୍ସ୍‌ ପ୍ରସ୍ତୁତି ପାଇଁ କ’ଣ ଆବଶ୍ୟକ?
ଏକ ସଫା ପ୍ଲାଷ୍ଟିକ୍‌ ବୋତଲ
ବୋତଲକୁ କାଟିବା ପାଇଁ ଏକ ପେପର୍‌ ନାଇଫ୍‌ (ଛୁରୀ)
ଏହାକୁ ଯୋଡ଼ିବା ପାଇଁ ଫେବିକ୍ୱିକ୍‌ ବା ଅନ୍ୟ କୌଣସି ଅଠା
ଛୁଞ୍ଚି ଲାଗି ଥିବା ଏକ ଇଞ୍ଜେକ୍‌ସନ୍‌

 

 

ପ୍ରଥମେ ସଫା ପ୍ଲାଷ୍ଟିକ୍‌ ବୋତଲରୁ ଦୁଇଟି ଗୋଲାକୃତି ବାହାର କରନ୍ତୁ। ଏହି ଆକୃତି ବୋତଲର କ୍ୟାପ୍‌ରୁ ବଡ଼ ହେବା ଦରକାର।

 

ବୋତଲର ଯେଉଁ ଭାଗରୁ ଆପଣ କାଟୁଛନ୍ତି ଧ୍ୟାନ ରଖନ୍ତୁ କି ସେଠି କୌଣସି ପ୍ରକାର ଷ୍କ୍ରାଚ୍‌ ନ ଥିବା ଦରକାର।

 

ବର୍ତ୍ତମାନ ଉଭୟ ସର୍କଲ୍‌କୁ କୋଣରୁ ଅଠା ସହ ଚିପ୍‌କାଇ ଦିଅନ୍ତୁ। ଏଥିରେ ଇଞ୍ଜେକ୍‌ସନ୍‌ର ନିଡିଲ୍‌ ଯିବା ଭଳି କେବଳ ରାସ୍ତା ଛାଡ଼ନ୍ତୁ।

 

ଏବେ ସଫା ପାଣି ଇଞ୍ଜେକ୍‌ସନ୍‌ରେ ପୂରେଇ ସର୍କଲ୍‌ ଭିତରେ ପାଣି ଭରନ୍ତୁ। ଭରି ସାରିଲା ପରେ ଏହି ରାସ୍ତାକୁ ମଧ୍ୟ ବନ୍ଦ କରି ଦିଅନ୍ତୁ।

 

ବୋତଲର କ୍ୟାପ୍‌କୁ ଉପର ପଟୁ ପେପର୍‌ ନାଇଫ୍‌ରେ କାଟନ୍ତୁ। ଧ୍ୟାନରେ ରଖି କ୍ୟାପ୍‌ର ସର୍କଲ୍‌ ଏରିୟା କାଟନ୍ତୁ ନାହିଁ।

 

ବର୍ତ୍ତମାନ ତିଆରି କରିଥିବା ସର୍କଲ୍‌କୁ କ୍ୟାପ୍‌ ଉପରେ ଚିପ୍‌କାନ୍ତୁ। ଯେମିତିକି ସର୍କଲ୍‌ଟି କ୍ୟାପ୍‌ରୁ ବାହାରକୁ ବାହାରିଥିବ।

 

ତିଆରି ହୋଇଯାଇଥିବା ଲେନ୍ସ୍‌କୁ ଫୋନ୍‌ର କ୍ୟାମେରା ଉପରେ ଟ୍ୟାପ୍‌ ସାହାଯ୍ୟରେ ଲଗାନ୍ତୁ।

 

ବର୍ତ୍ତମାନ କ୍ୟାମେରାରେ ଜୁମ୍‌ କରି ଦେଖନ୍ତୁ, ପ୍ରଥମ ଅପେକ୍ଷା ଅଧିକ ଇଫେକ୍ଟିବ୍‌ ବା ଆହୁରି ଅଧିକ ସ୍ପଷ୍ଟ ନଜର ଆସିବ ଚିତ୍ର। ଦୂରରୁ କୌଣସି ଜିନିଷର କ୍ଲୋଜ୍‌ଅପ୍‌ ଦେଖାଯିବ।

ସମ୍ବନ୍ଧିତ ଖବର