୫ଟଙ୍କିଆ କଏନ୍‌ରେ ଅତି ସହଜରେ ତିଆରି କରନ୍ତୁ ମୋବାଇଲ୍‌ ଚାର୍ଜର୍‌

କଏନ୍‌ ଓ କିଛି ଅନ୍ୟ ଜିନିଷ ସାହାଯ୍ୟରେ କରି ହେବ ଚାର୍ଜର ବ୍ୟାଟେରି। ଏଥିରେ ଆଲାର୍ମ୍‌ ଘଡ଼ି, ଏଲ୍‌ଇଡି ଲାଇଟ୍‌ ଓ ଫୋନ୍‌ ଚାର୍ଜ ଆଦି କରିହେବ।ଏହାକ ୁକେମି ତିତିଆରି କରିହେବ ତା’ର ଏକ ଭିଡିଓ ବର୍ତ୍ତମାନ ସୋସିଆଲ୍‌ ମିଡିଆରେ ଭାଇରାଲ୍‌ ହୋଇଛି। ଏହା କିପରି ତିଆରି ହେଉଛି ଓ କାମ କରୁଛି ତାହା ଦେଖେଇ ଦିଆଯାଇଛି। ଜାଣନ୍ତୁ, ଚାର୍ଜର୍‌ ତିଆରି କରିବାର କୌଶଳ…

 

କେଉଁ ସବୁ ଜିନିଷର ସାହାଯ୍ୟରେ ଚାର୍ଜର୍‌ ତିଆରି ହେବ
୫ଟଙ୍କିଆ ୫ଟି କଏନ୍‌, ଖଣ୍ଡେ କାର୍ଡ୍‌ବୋଡ୍‌ର୍, ଆଲୁମିନିୟମ୍‌ ଫଏଲ୍‌, ନନ୍‌ଫ୍ରୁଟ୍‌ ଭିନେଗାର୍‌, ଭୋଲ୍ଟିମିଟର୍‌, ସେଲୋଟେପ୍‌, ଓ୍ଵାୟାର୍‌ (ତାର), ଏକ ଗିନା, ପେନ୍‌ସିଲ୍‌ ଓ କଇଁଚି।

 

 

କଇଁଚିରେ କାଟି କାଡ୍‌ର୍ବୋଡ୍‌ର୍ରୁ ୫ଟଙ୍କିଆ କଏନ୍‌ ଆକାରରେ ୧୦-୧୨ଟି ଚକତି ବନାନ୍ତୁ।

 

ବର୍ତ୍ତମାନ ଆଲୁମିନିୟମ୍‌ ଫଏଲ୍‌କୁ ୪-୫ ପରସ୍ତ ଭାଙ୍ଗି ସେହିପରି ସମାନ ୫ଟଙ୍କିଆ କଏନ୍‌ ଆକାରରେ ଚକତି କାଟନ୍ତୁ।

 

ଏବେ ଏକ କାଚ ଗିନାରେ ଭିନେଗାର ଢାଳି କାର୍ଡ୍‌ବୋଡ୍‌ର୍ରୁ ତିଆରି ହୋଇଥିବା କଏନ୍‌କୁ ରଖନ୍ତୁ। ଏଥର ୫ଟଙ୍କିଆ କଏନ୍‌ ଉପରେ କାର୍ଡ୍‌ବୋର୍ଡ୍‌ କଏନ୍‌ ରଖି, ତାର ଉପରେ ଆଲୁମିନିୟମ୍‌ ଫଏଲ୍‌ କଏନ୍‌ ରଖନ୍ତୁ।

 

ଏବେ ଯଦି ଆପଣ ଏହାକୁ ଭୋଲ୍ଟିମିଟରରେ ଯାଞ୍ଚ କରିବେ, ଏଥିରେ ୦.୫୮୭ ପାଖାପାଖି କରେଣ୍ଟ୍‌ ଦେଖାଯିବ। ବର୍ତ୍ତମାନ ଏଥିରେ ସମସ୍ତ ପ୍ରକାର କଏନ୍‌କୁ ଯୋଡ଼ି ଏକ ସେଟ୍‌ ତିଆରି କରନ୍ତୁ।

 

ତିଆରି କରିଥିବା ସେଟ୍‌କୁ ବର୍ତ୍ତମାନ ଚେକ୍‌ କଲେ ସେଥିରେ ପ୍ରାୟ ୧.୪୫୦ କରେଣ୍ଟ୍‌ ଦେଖାଯିବ। ଏହାକୁ ସେଲୋଟେପ୍‌ରେ ପୂରାପୂରି ଟାଇଟ୍‌ କରି ବନ୍ଦ କରି ଦିଅନ୍ତୁ।

 

ଏବେ ଏହି ସେଟ୍‌ର ଉଭୟ ପାର୍ଶ୍ୱରେ ତାର ଲଗାଇ ଚିପ୍‌କାଇ ଦିଅନ୍ତୁ। ବର୍ତ୍ତମାନ ଏହା ଏତେ ଶକ୍ତିଶାଳୀ ହୋଇଯାଇଥିବ ଯେ, ଏହା ଦ୍ୱାରା ଏକ ଆଲାର୍ମ୍‌ ଘଡ଼ି ସହଜରେ ଚାଲି ପାରିବ।

 

ଫୋନ୍‌ ଚାର୍ଜ୍‌ କରିବା ପାଇଁ ଦିଶୁଥିବା ଫଟୋକୁ ଫଲୋ କରି, ଠିକ୍‌ ସେମିତି ୮ଟି ସେଟ୍‌ ତିଆରି କରି ସେ ସବୁକୁ ଆଲୁମିନିୟମ୍‌ ଫଏଲ୍‌ରେ ରଖି ତମ୍ବା ତାରରେ ଯୋଡ଼ନ୍ତୁ।

 

ଏବେ ଖଣ୍ଡେ ତାର ତଳପଟୁ ଓ ଅନ୍ୟ ଖଣ୍ଡେ ତାର ଉପର ପଟୁ ଯୋଡ଼ନ୍ତୁ। ବର୍ତ୍ତମାନ ଏଥିରେ ଏତେ କରେଣ୍ଟ୍‌ ବାହାରିବ, ଯେଉଁଥିରେ ମୋବାଇଲ୍‌ ଫୋନ୍‌ ମଧ୍ୟ ଚାର୍ଜ୍‌ ହୋଇପାରିବ।

 

ସମ୍ବନ୍ଧିତ ଖବର