୧୦୦ ଟଙ୍କା ଖର୍ଚ୍ଚ କରି ଏହି ଛୋଟ ଡିଭାଇସ୍‌ ସାହାଯ୍ୟରେ ବନାନ୍ତୁ ଓ୍ଵାଏରଲେସ୍‌ ହୋମ୍‌ ଥିଏଟର୍‌

ଆଜିକାଲି ଅନେକ ପ୍ରକାର ହୋମ୍‌ ଥିଏଟର୍‌ ବଜାରରେ ମିଳୁଛି। ସେଥିରେ ୟୁଏସ୍‌ବି କେବୁଲ୍‌ ଇତ୍ୟାଦିର କନେକ୍ଟିଭିଟି ମଧ୍ୟ ରହୁଛି କିନ୍ତୁ ସବୁଥିରେ ଓ୍ଵାଏରଲେସ୍‌ ବା ବ୍ଲୁଟୁଥ୍‌ ବ୍ୟବସ୍ଥା ରହୁ ନାହିଁ। ଏମିତିରେ ଆପଣଙ୍କ ଘରେ ଥିବା ପୁରୁଣା ହୋମ୍‌ ଥିଏଟର୍‌କୁ ଆପଣ ଏକ ଓ୍ଵାଏରଲେସ୍‌ ହୋମ୍‌ ଥିଏଟରରେ ପରିଣତ କରିପାରିବେ। ଜାଣନ୍ତୁ କେମିତି ବ୍ଲୁଟୁଥ୍‌ ମାଧ୍ୟମରେ ଏହାତିଆରି କରିବେ।

ବ୍ଲୁଟୁଥ୍‌ ଅଡିଓ ୟୁଏସ୍‌ବି ରିସିଭର ଡିଭାଇସ୍‌ ସହ ୩.୫ ଏମ୍‌ଏମ୍‌ର ଅଡିଓ କେବୁଲ୍‌ ମଧ୍ୟ ଆସିଥାଏ। ଏହା ଦ୍ୱାରା ଆପଣ ହୋମ୍‌ ଥିଏଟର୍‌ ସହ ଡିଭାଇସକୁ ଯୋଡ଼ିବେ।

 

ଯଦି ହୋମ୍‌ ଥିଏଟର୍‌ରେ ୩.୫ ଏମ୍‌ଏମ୍‌ର ଅଡିଓ ଜ୍ୟାକ୍‌ ନାହିଁ, ତା’ହେଲେ ତାକୁ ଆର୍‌ସିଏ ଓ୍ଵାଇ କେବୁଲ୍‌ ସହ କନେକ୍ଟ୍‌ କରିବାକୁ ପଡ଼ିବ। ଏହି କେବୁଲ୍‌ର ଗୋଟିଏ ପଟେ ଆର୍‌ସିଏ କନେକ୍ଟର୍‌ ଓ ଆର ପଟେ ୩.୫ ଏମ୍‌ଏମ୍‌ର ଅଡିଓ ଜ୍ୟାକ୍‌ ରହିଥାଏ।

 

ଏହି କେବୁଲ୍‌କୁ ହୋମ୍‌ ଥିଏଟର୍‌ ସହ କନେକ୍ଟ୍‌ କରି ବ୍ଲୁଟୁଥ୍‌ ଅଡିଓ ୟୁଏସ୍‌ବି ରିସିଭର୍‌ ଡିଭାଇସ୍‌ ସହ ଯୋଡ଼ି ଦିଅନ୍ତୁ। ଏହା ପରେ ଡିଭାଇସ୍‌କୁ ପାଓ୍ଵାର୍‌ ଯୋଗାଇବା ପାଇଁ ୟୁଏସ୍‌ବି ଚାର୍ଜର୍‌ ସହ ଫିଟ୍‌ କରି ଦିଅନ୍ତୁ।

 

ଯେତେବେଳେ ବ୍ଲୁଟୁଥ୍‌ ଅଡିଓ ୟୁଏସ୍‌ବି ରିସିଭର୍‌ରେ ପାଓ୍ଵାର ଆସିଯିବ ଆପଣ ତା’କୁ ନିଜ ସ୍ମାଟ୍‌ର୍ଫୋନ୍‌ ବ୍ଲୁଟୁଥ୍‌ ସହ କନେକ୍ଟ୍‌ କରି ପାରିବେ। କନେକ୍ଟ୍‌ ହେଲା ପରେ ଗୀତ ଚାଲିବା ଆରମ୍ଭ ହୋଇଯିବ।

 

  • ସମ୍ପୂର୍ଣ୍ଣ ହେଲା ପରେ ଏହାକୁ ଆପଣ ନିଜ ସ୍ମାଟ୍‌ର୍ଫୋନ୍‌ ବା ଲ୍ୟାପ୍‌ଟପ୍‌ ମାଧ୍ୟମରୁ ମଧ୍ୟ କଣ୍ଟ୍ରୋଲ୍‌ କରି ପାରିବେ।
  • ବ୍ଲୁଟୁଥ୍‌ ଅଡିଓ ୟୁଏସ୍‌ବି ରିସିଭର୍‌ ଡିଭାଇସ୍‌ ବଜାରରେ ୧୦୦ରୁ ଆରମ୍ଭ କରି ୩୦୦ ଟଙ୍କା ପର୍ଯ୍ୟନ୍ତ ମିଳିଥାଏ। ଏହାକୁ ହୋମ୍‌ ଥିଏଟର୍‌ ସହ ଯୋଡ଼ି ତା’କୁ ବ୍ଲୁଟୁଥ୍‌ କନେକ୍ଟିଭିଟି ପାଇଁ ତିଆରି କରାଯାଇ ପାରିବ।
ସମ୍ବନ୍ଧିତ ଖବର