୨୦୧୪ରୁ ପ୍ରତି ବର୍ଷ ଜୁଲାଇ ୧୨ରେ ପାଳନ କରାଯାଉଛି ‘ମଲାଲା ଦିବସ’। ୧୯୯୭ ଜୁଲାଇ ଏହି ଦିନରେ ପାକିସ୍ତାନର ସ୍ବାତ ଉପତ୍ୟକା ଅନ୍ତର୍ଗତ ମିଂଗୋରାରେ ଜନ୍ମ ହୋଇଥିଲେ ନାରୀ ସକ୍ରିୟତାବାଦୀ ମଲାଲା ୟୁସଫଜଈ। ୨୦୧୩ ଜୁଲାଇ ଏହି ଦିନରେ ‘ଜାତିସ˚ଘ’ରେ ସମସ୍ତଙ୍କର ଶିକ୍ଷା ଅଧିକାର ଉପରେ ଭାଷଣ ଦେଇ, ଉପସ୍ଥିତ ଶ୍ରୋତାଙ୍କୁ ସେ ଅଭିଭୂତ ଓ ଚମତ୍କୃତ କରିଥିଲେ। ଶିକ୍ଷାର ପ୍ରଚାର-ପ୍ରସାର ତଥା ଏ ବାବଦରେ ବିଶ୍ବସ୍ତରରେ ସଚେତନତା ସୃଷ୍ଟି ପାଇଁ ‘ମଲାଲା ଦିବସ’ ପାଳନ କରାଯାଉଛି।
୨୦୦୮ରୁ ଏହି ପାକିସ୍ତାନୀ ଯୁବତୀ ମୁଖ୍ୟତଃ ନାରୀ ଶିକ୍ଷା ଅଭିଯାନ ସହ ସ˚ପୃକ୍ତ। ୨୦୧୨ରେ ତାଲିବାନୀମାନେ ଜୀବନରେ ମାରିଦେବା ପାଇଁ ତାଙ୍କ ଉପରେ ଗୁଳି ଚଳାଇଥିଲେ। ତେବେ, ଠିକ୍ ସମୟରେ ଚିକିତ୍ସା ଦ୍ବାରା ତାଙ୍କର ଜୀବନ ରକ୍ଷା କରାଯାଇପାରିଥିଲା। ଇ˚ଲଣ୍ତ୍ରେ ଚିକିତ୍ସିତ ହୋଇ ସେ ସୁସ୍ଥ ହୋଇଥିଲେ। ୨୦୧୪ରେ ସେ ପାଇଥିଲେ ‘ନୋବେଲ୍ ଶାନ୍ତି ପୁରସ୍କାର’। ଏହି ପୁରସ୍କାର ଲାଭକରିବାରେ ସେ ବିଶ୍ବରେ ଅଦ୍ୟାବଧି ସର୍ବ-କନିଷ୍ଠ।
ମଲାଲାଙ୍କ ଭାଷାରେ: ‘ଏହା ମୋ’ର ଦିବସ ନୁହେଁ। ଅଧିକାର ପାଇଁ ଲଢ଼ୁଥିବା ପ୍ରତ୍ୟେକ ମହିଳା, ବାଳକ ଓ ବାଳିକାଙ୍କ ଦିବସ’। ସେ ଅକ୍ସଫୋର୍ଡ୍ ଅନ୍ତର୍ଗତ ‘ଲେଡି ମାର୍ଗାରେଟ୍ ହଲ୍’ରୁ ଉଚ୍ଚ ଶିକ୍ଷା ପ୍ରାପ୍ତ। ଏବେ ସେ ଇଂଲଣ୍ଡ୍ର ବର୍ମିଂହାମ୍ରେ ବାସକରୁଛନ୍ତି। କାନାଡା ସରକାରଙ୍କ ପକ୍ଷରୁ ତାଙ୍କୁ ନାଗରିକତ୍ବ ପ୍ରଦାନ କରାଯାଇଛି।