ଦେଖନ୍ତୁ ମଣିଷ ଓ କୁକୁରକୁ କିପରି ସାମ୍ପୁ ଲଗାଇ ରଗଡ଼ିରଗଡ଼ି ଗାଧୋଇ ଦେଉଛି ସିମ୍ପାଞ୍ଜି

ନୂଆଦିଲ୍ଲୀ: ସୋସିଆଲ ମିଡିଆରେ ଏକ ମଜାଦାର ଭିଡିଓ ଭଇରାଲ ହୋଇଛି। ଏଥିରେ ସିମ୍ପାଞ୍ଜି ଜଣେ ବ୍ୟକ୍ତି ଓ କୁକୁରକୁ ସାମ୍ପୁ ଲଗାଇ ସ୍ନାନ କରାଇ ଦେଉଥିବା ନଜର ଆସୁଛି। ଭିଡିଓରେ ଆପଣ ଦେଖିପାରିବେ ସିମ୍ପାଞ୍ଜିଟି ଖୁବ୍‌ ମଜା ନେଇ କୁକୁରକୁ ରଗଡ଼ିରଗଡ଼ି ସାମ୍ପୁ ଲଗାଇ ଝୁମି ଝୁମି ତାକୁ ସ୍ନାନ କରାଉଛି। କୁକୁର ବି ବଡ଼ ଆନନ୍ଦରେ ପ୍ଲାଷ୍ଟିକ୍‌ ଟବ୍‌ ଭିତରେ ବସିଛି। କେବଳ ଏତିକି ନୁହେଁ, କୁକୁରକୁ ସ୍ନାନ କରାଇବା ପରେ ସିମ୍ପାଞ୍ଜି ସେହି ବ୍ୟକ୍ତିଙ୍କୁ ବି ସ୍ନାନ କରାଇ ଦେଉଛ ଯିଏକି ସେଠାରେ ବସି ସ୍ନାନ କରୁଥିଲେ।

ଏପରି କରିବା ପରେ ଉକ୍ତ ବ୍ୟକ୍ତିଙ୍କୁ ସେଠାରେ ସ୍ନାନ କରୁଥିବା ଦେଖି ସିମ୍ପାଞ୍ଜି ବି ସେଭଳି ଭାବେ ସ୍ନାନ କରିବାକୁ ଲାଗୁଛି। ତେବେ ଏହାକୁ ଦେଖି ଲାଗୁଛି କି ସିମ୍ପାଞ୍ଜି ଓ ମାଙ୍କଡ ମଧ୍ୟରେ ମଣିଷ ଭଳି କିଛିଟା ବୁଝିବା ଶକ୍ତି ରହିଛି। ଏହି ଭିଡିଓକୁ ଦେଖିବା ପରେ ସୋସିଆଲ ମିଡିଆରେ ଅଲଗା ଅଲଗା ପ୍ରତିକ୍ରିୟା ଆସିବାରେ ଲାଗିଛି।

ସମ୍ବନ୍ଧିତ ଖବର