ରକ୍ତଦାନ କରିବା ପାଇଁ ରମଜାନ ଉପବାସ ଭାଙ୍ଗିଲେ ଯୁବକ

ଗୌହାଟୀ : ଜଣେ ୨୬ବର୍ଷୀୟ ଯୁବକ ଏମ୍‌ଡି ପନଉଲ୍ଲା ଅହମଦ ରକ୍ତଦାନ କରିବା ପାଇଁ ରମଜାନ ଉପବାସ ଭାଙ୍ଗିଦେବା ଘଟଣାକୁ ନେଇ ଚର୍ଚ୍ଚା ଜୋର ଧରିଛି । ପନଉଲ୍ଲାଙ୍କ ଏଭଳି କାମ ଏବେ ଲୋକମାନଙ୍କୁ ସାହାଯ୍ୟ କରିବା ଦିଗରେ ପ୍ରେରଣା ଦେଇଛି ।

The English Post

ପନଉଲ୍ଲାଙ୍କ କହିବା ଅନୁଯାୟୀ, ‘ବୁଧବାର ଭୋର ସମୟରେ ମୁଁ ମୋର ଖାଇବା ସାରି ଉପବାସ ଆରମ୍ଭ କରିଥିଲି । ଏହି ସମୟରେ ମୋ ସହ ରହୁଥିବା ମୋର ବନ୍ଧୁ ତାପସ ମୁଣ୍ଡରେ ହାତ ଦେଇ ଚିନ୍ତା କରୁଥିବାର ମୁଁ ଦେଖିଲି । କାରଣ ପଚାରିବା ପରେ ଡ଼ାକ୍ତରଖାନାରେ ଜଣଙ୍କୁ  ‘ଓ ପଜେଟିଭ୍‌’ ରକ୍ତ ଦରକାର ବୋଲି ସେ ମୋତେ ଜଣାଇଥିଲେ । ମୋର ରକ୍ତର ବର୍ଗ ଓ ପଜେଟିଭ୍‌ ଜାଣି ମଧ୍ୟ ମୁଁ ରମଜାନର ଉପବାସ ରଖିଥିବାରୁ ସେ ମୋତେ ରକ୍ତ ଦେବା ପାଇଁ ମନା କରିଥିଲେ । କିନ୍ତୁ ମୁଁ ରକ୍ତ ଦେବା ପାଇଁ ବାଧ୍ୟ କରିଥିଲି । ରକ୍ତ ଦେବା ପୂର୍ବରୁ ମୁଁ କିଛି ମୌଲବୀଙ୍କ ସହ କଥା ହେବା ପରେ ସେ ମୋତେ, ଦୁର୍ବଳ ଲାଗିଲେ ଉପବାସ ଭାଙ୍ଗିବାକୁ କହିଥିଲେ । ଏହା ପରେ ମୁଁ ଯାଇ ମୋର ରକ୍ତଦାନ କରିଥିଲି । ରକ୍ତଦାନ ପରେ ଜଣେ ବୃଦ୍ଧଙ୍କ ଅସ୍ତ୍ରୋପଚାର କରାଯାଇଥିଲା । ରକ୍ତଦାନ ପରେ ମୋତେ ଦୁର୍ବଳ ଲାଗିବାରୁ ବାଧ୍ୟ ହୋଇ ମୁଁ ମୋ ବ୍ରତ ଭାଙ୍ଗଥିଲି ।’

ତେବେ ପନଉଲ୍ଲାଙ୍କ ଏଭଳି କାମ ସାମ୍ନାକୁ ଆସିବା ପରେ ଏବେ ଲୋକେ ତାଙ୍କୁ ପ୍ରଶଂସା କରିବା ଆରମ୍ଭ କରିଛନ୍ତି ।

ସମ୍ବନ୍ଧିତ ଖବର