ପାହାଡ଼କୁ କାଟି ନିର୍ମାଣ କଲେ ୨୦୦୦ ବର୍ଗଫୁଟ୍‌ର ଘର, ଘରର ଭିତରର ସାଜସଜ୍ଜା ଦେଖିଲେ ହୋଇଯିବେ ଆଶ୍ଚର୍ଯ୍ୟ…

ପୂର୍ବରୁ ବିଭିନ୍ନ ସେଲିବ୍ରିଟିମାନଙ୍କର ଘର ଭିତରର ସାଜସଜ୍ଜା ଆପଣଙ୍କୁ ଦେଖାଇଛୁ । ଯାହାକୁ ଦେଖିବା ପରେ ଆପଣ ଆଶ୍ଚର୍ଯ୍ୟ ହୋଇଥିବେ ନିଶ୍ଚୟ । କିନ୍ତୁ ଆଜି ଆମେ ଯାହାଙ୍କ ବିଷୟରେ ଆପଣଙ୍କୁ ଜଣାଇବୁ ସେ କୌଣସି ସେଲିବ୍ରିଟି ନୁହନ୍ତି । ସେ ଆମେରିକାର ସାନ୍‌ ଇସିଡ୍ରୋ ଡେ ପାରା ଜଲେଡେନ୍‌ରେ ରହୁଥିବା ଜଣେ ସାଧାରଣ ଲୋକ ଯିଏ; ସିମେଣ୍ଟରେ ନୁହେଁ ବରଂ ପାହାଡ଼କୁ କାଟି ପ୍ରାୟ ୨୦୦୦ ବର୍ଗଫୁଟ୍‌ର ଏକ ଘର ତିଆରି କରିଛନ୍ତି ।

ସେ ହେଉଛନ୍ତି, ଆମେରିକାର ମାନୁଏଲ୍‌ ବାରେଣ୍ଟସ୍‌ । ଶୁଣିବାକୁ ଆଶ୍ଚର୍ଯ୍ୟ ଲାଗୁଥିଲେ ମଧ୍ୟ ସତ୍ୟ । ଏଥି ପାଇଁ ମାନୁଏଲ୍‌ଙ୍କୁ ପ୍ରାୟ ୧୨ ବର୍ଷ ସମୟ ଲାଗିଥିଲା । ଏହି ପାହାଡ଼ ମଧ୍ୟରେ ୩ଟି ରୁମ୍‌, ଗୋଟେ ଡ଼ାଇନିଙ୍ଗ ଟେବୁଲ ଏବଂ ବିଳାସପୂର୍ଣ୍ଣ ଘରର ସବୁ ସୁବିଧା ମହଜୁଦ୍‌ ମଧ୍ୟ ରହିଛି । ଏହି ଘରର ନାମ ତୋପୋଲାଣ୍ଡିଆ ଦିଆ ଯାଇଥିବା ବେଳେ ପଥରକୁ କାଟି ଏହାକୁ ତିଆରି କରାଯାଇଛି । ଏହା ଭିତରେ ଯୋଗ କରିବା ପାଇଁ ମଧ୍ୟ ଏକ ସ୍ୱତନ୍ତ୍ର ଘର ରହିଛି ।


ଏହା ସହ ଅଲଗା ରଙ୍ଗର କାର୍ଟୁନରେ ଏହାର ଭିତରକୁ ସଜା ଯାଇଛି । ଏବେ ଏହି ଘରକୁ ଦେଖିବା ପାଇଁ ବାହାର ଯାତ୍ରୀଙ୍କୁ ମଧ୍ୟ ଭିତରକୁ ଆସିବାର ଅନୁମତି ଦିଆ ଯାଉଛି । କାରଣ ୧୨ ବର୍ଷ ପରେ ସମ୍ଭବ କରିପାରିଥିବା ଏହି ଅସମ୍ଭବକୁ ସମସ୍ତେ ଦେଖନ୍ତୁ ବୋଲି ସେ ଏପରି କରିଥିବା ଜଣା ପଡ଼ିଛି ।

ସମ୍ବନ୍ଧିତ ଖବର