ପିଠିରେ ୭୧ଜଣ ସହିଦ୍‌ ଯବାନଙ୍କ ନାଁର ଟାଟୁ କରି ଶ୍ରଦ୍ଧାଞ୍ଜଳି ଦେଲେ ଯୁବକ

ନୂଆଦିଲ୍ଲୀ: ଶ୍ରୀଦୁନଗର ବସ୍ତିରେ ରହୁଥିବା ଜଣେ ଯୁବକ ଦେଶ ପାଇଁ ସହିଦ୍‌ ହୋଇଥିବା ଯବାନମାନଙ୍କୁ ଭିନ୍ନ ଉପାୟରେ ଶ୍ରଦ୍ଧାଞ୍ଜଳି ଦେଇଛନ୍ତି । ଗୋପାଳ ସହାରନ ନାମକ ଜଣେ ଯୁବକ ନିଜ ଶରୀରରେ ୭୧ଜଣ ସହିଦ୍‌ ଯବାନଙ୍କ ନାଁର ଟାଟୁ କରିଥିବା ଦେଖା ଯାଇଛି । ଏହି ନାମ ମଧ୍ୟରେ ପୁଲଓ୍ଵାମା ଅତଙ୍କବାଦୀ ଆକ୍ରମଣରେ ସହିଦ୍‌ ହୋଇଥିବା ୪୦ଜଣ ସହିଦ୍‌ ସିଆର୍‌ପିଏଫ୍‌ ଯବାନଙ୍କ ନାଁ ରହିଛି ।

Oneindia Hindi

ଭଗତ୍‌ ସିଂହ ୟୁଥ୍‌ ବ୍ରିଗେଡ୍‌ର ସଦସ୍ୟ ଗୋପାଲ ସହାରନଙ୍କ କହିବା ଅନୁଯାୟୀ, ସହିଦ୍‌ ହୋଇଥିବା ଯବାନମାନଙ୍କୁ ଶ୍ରଦ୍ଧାଞ୍ଜଳି ଦେବାର ଏହା ଏକ ଭଲ ଉପାୟ ବୋଲି ମୁଁ ଭାବୁଛି । ଏଥିରୁ ଅନ୍ୟମାନଙ୍କୁ ପ୍ରେରଣା ମିଳିବ ବୋଲି ସେ କହିଛନ୍ତି । କେବଳ ଗୋପାଲ ନୁହନ୍ତି, ସାରା ଦେଶବାସୀ ସହିଦ୍‌ ହୋଇଥିବା ଯବାନଙ୍କ ପରିବାରକୁ ଆର୍ଥିକ ସହାୟତା ଦେବା ପାଇଁ ଆଗେଇ ଆସିଛନ୍ତି । କିଛି ଦିନ ତଳେ ଗୁଜୁରାଟର ବ୍ୟବସାୟୀମାନେ ମିଶି ୭୧ଲକ୍ଷ ଟଙ୍କା ସହିଦ୍‌ ଯବାନଙ୍କ ପରିବାରକୁ ଦେବା ପାଇଁ ଆଦାୟ କରିଥିଲେ । କେବଳ ସାଧାରଣ ଲୋକ ନୁହନ୍ତି,ବଡ଼ ବଡ଼ କଳାକାରମାନେ ମଧ୍ୟ ପୂର୍ବରୁ ସହାୟତା ରାଶି ଦେଇ ସାରିଥିବା ସାମ୍ନାକୁ ଆସି ସାରିଛି ।

ସମ୍ବନ୍ଧିତ ଖବର