୨୨ଟି ଜଳନ୍ତା ମହମବତୀକୁ ମୁହଁରେ ରଖି ଓ୍ଵାଲର୍ଡ ରେକର୍ଡ କଲେ ଶିକ୍ଷକ

ମୁମ୍ବାଇ: ଦୁନିଆରେ ବିଭିନ୍ନ ପ୍ରକାର ଲୋକ ଅଛନ୍ତି। ସେମାନଙ୍କ ପସନ୍ଦ ବି ଭିନ୍ନଭିନ୍ନ ରହିଥାଏ। ତେବେ ଆହୁରି ଏମିତି କିଛି ଲୋକ ଅଛନ୍ତି ଯେଉଁମାନେ ରେକର୍ଡ ବନାଇବାକୁ ଯାଇ ଆଶ୍ଚର୍ଯ୍ୟଜନକ ଘଟଣାମାନ ଘଟାଇ ଥାଆନ୍ତି। ନିକଟରେ ମୁମ୍ବାଇ ଜଣେ ଶିକ୍ଷକ ନିଜ ମୁହଁରେ ଜଳନ୍ତା ମହମବତୀ ରଖି ଓ୍ଵାଲର୍ଡ ରେକର୍ଡରେ ସ୍ଥାନ ପାଇଛନ୍ତି। ଏହାପୂର୍ବରୁ ଏଭଳି ସାହାସ କେହି କରି ନଥିଲେ।

ମୁମ୍ବାଇରେ ରହୁଥିବା ଦିନେଶ ଉପାଧ୍ୟ ଜଣେ ଶିକ୍ଷକ। ପିଲାଙ୍କୁ ପାଠ ପଢ଼ାଇବା ସହିତ ସବୁବେଳେ କିଛି ଭିନ୍ନ କାମ କରିବାରେ ତାଙ୍କର ରୁଚି ରହିଥାଏ। ପୁଣି ଏମିତି ସେମିତି କାମ ନୁହେଁ। କାମଟି ଏହିପରି ହୋଇଥିବା ଦରକାର ଯଦ୍ୱାରା ସେ ବିଶ୍ୱ ରେକର୍ଡ ବନାଇ ପାରିବେ। ନିକଟରେ ସେ ୨୨ଟି ଜଳନ୍ତା ମହମବତୀକୁ ଏକା ସହିତ ମୁହଁରେ ରଖି ଓ୍ଵାଲର୍ଡ ରେକର୍ଡ କରିଥିଲେ। ଏହା ଶୁଣିବାକୁ ଆଶ୍ଚର୍ଯ୍ୟ ଲାଗୁଥିଲେ ବି ଘଟଣା ଟି ସତ। ଦିନେଶରେ ମୁହଁରେ ଜଳନ୍ତା ମହମବତୀ ରଖିବାର ଭିଡିଓ ବି ସୋସିଆଲ ମିଡିଆରେ ବେଶ୍‌ ଭାଇରାଲ ହୋଇଛି। ଏହି ରେକର୍ଡ ପରେ ତାଙ୍କୁ ମେକ୍ସିମାଉଥ୍‌ ବୋଲି କୁହାଯାଉଛି।

ଦିନେଶଙ୍କ ନାମ ୮୯ ଗିନିଜ ଓ୍ଵାଲର୍ଡ ରେକର୍ଡରେ ବି ରହିଛି। ସେ ଏକ ମିନିଟରେ ୭୩ଟି ଅଙ୍ଗୁର ଖାଇବାର, ସବୁଠାରୁ କମ୍‌ ସମୟରେ କମଳା ଚେପା ଛଡ଼ାଇ ଖାଇବା ଓ ଆଖିରେ ପଟି ବାନ୍ଧି ଟଙ୍କା ଉଠାଇବାର ରେକର୍ଡ ବନାଇଛନ୍ତି।

ସମ୍ବନ୍ଧିତ ଖବର