ମନୁଷ୍ୟ କିମ୍ବା ପଶୁକୁ ନୁହେଁ, ୭୫ବର୍ଷର ବୃଦ୍ଧ କିଛି ଶୁଖିଲା କାଠିକୁଟାକୁ ବିବାହ କରି କଲେ ଜୀବନସାଥୀ, କାରଣ ଜାଣନ୍ତୁ

ଲକ୍ଷ୍ମୌ: ବିବାହ ବର ଓ କନ୍ୟାଙ୍କ ମଧ୍ୟରେ ହୋଇଥାଏ ବୋଲି ଆମେ ଜାଣିଛେ। ଅନେକ ସମୟରେ ଦୋଷ କାଟିବା ପାଇଁ ବର-କନ୍ୟାଙ୍କୁ ଗଛ, କୁକୁର, ବିଲେଇ ଆଦିଙ୍କ ସହିତ ବିବାହ କରିବାକୁ ପଡ଼ିଥାଏ ବୋଲି ବି ଆମେ ଶୁଣିବାକୁ ପାଇଛେ। କିନ୍ତୁ ଉତ୍ତରପ୍ରଦେଶର କୌଶାମ୍ବିରେ ଏକ ଅଦ୍ଭୁତ ବିବାହ ଦେଖିବାକୁ ମିଳିଛି। ଜଣେ ବ୍ୟକ୍ତି କେତେ ଖଣ୍ଡ କାଠିକୁଟାକୁ ବିବାହ କରିଛନ୍ତି। ସେ ଏପରି କାହିଁକି କରିଛନ୍ତି ଆସନ୍ତୁ ଜାଣିବା …

ଉତ୍ତରପ୍ରଦେଶର ବାକରଗଞ୍ଜ ଗ୍ରାମରେ ୭୫ବର୍ଷର ବୃଦ୍ଧ କୌଣସି ମହିଳାଙ୍କ ସହିତ ନୁହେଁ ବରଂ କେତେଖଣ୍ଡ କାଠିକୁଟାକୁ ବିବାହ କରିଛନ୍ତି। କାଠିକୁଟାକୁ ନୂଆ ଲୁଗା ପିନ୍ଧା ଯାଇ ଅଳଙ୍କାରରେ ସଜ୍ଜିତ ମଧ୍ୟ କରାଯାଇଥିଲା ପୂରାପୂରି ନୂଆ ବୋହୂ ପରି। ଏପରି ଭାବେ ଏହି ବିବାହ ସମ୍ପନ୍ନ ହୋଇଥିଲା।

ଯେଉଁ ଗ୍ରାମରେ ଏଭଳି ବିବାହ ହୋଇଥିଲା, ସେହି ଗ୍ରାମରେ ଅବିବାହିତ ଲୋକଙ୍କ ମୃତ୍ୟୁ ପରେ ସେମାନଙ୍କୁ ମୁଖାଗ୍ନି ନଦିଆ ଯିବାର ପରମ୍ପରା ରହିଛି। ଯେଉଁ ବ୍ୟକ୍ତି କାଠିକୁଟାକୁ ବିବାହ କରିଥିଲେ ତାଙ୍କ ନାମ ଦୁର୍ଗା ପ୍ରସାଦ ବୋଲି କୁହାଯାଉଛି। ଘର ପ୍ରତି ଥିବା କର୍ତ୍ତବ୍ୟକୁ ପୂରଣ କରିବାକୁ ଯାଇ ସେ ଏଯାବତ୍‌ ବିବାହ କରି ନଥିଲେ। ତେବେ ଏହି ବିବାହ ସମ୍ପର୍ଣ୍ଣ ହେବା ପରେ ଏବେ ତାଙ୍କ ପାର୍ଥବ ଶରୀରକୁ ମୁଖାଗ୍ନି ଦିଆଯାଇପାରିବ। ସେଥିପାଇଁ ତାଙ୍କ ପରିବାର ଲୋକମାନେ ଏଭଳି କରିବା ପାଇଁ କହିଥିଲେ।

ଗ୍ରାମବାସୀଙ୍କ କହିବାନୁସାରେ, ହିନ୍ଦୁ ଧର୍ମରେ ବିନା ମୁଖାଗ୍ନିରେ ଅନ୍ତିମ ସଂସ୍କାର ପୂରା ହୋଇ ନଥାଏ। ସେଥିପାଇଁ ଏହି ବିବାହ କରିବା ଆବଶ୍ୟକ ରହିଛି।

ସମ୍ବନ୍ଧିତ ଖବର