କ୍ୟାବ୍‌ ନ ମିଳିବାରୁ ଜୋମାଟୋରୁ ଖାଇବା ଅର୍ଡର କରି ମାଗଣାରେ ନିଜ ଘରେ ପହଞ୍ଚିଲେ ଯୁବକ, ଜାଣନ୍ତୁ ପୂରା ଘଟଣା

ନୂଆଦିଲ୍ଲୀ : ଜଣେ ଯୁବକଙ୍କୁ କ୍ୟାବ୍‌ ନ ମିଳିବାରୁ ସେ ନିଜ ଘରକୁ ଫେରିବା ପାଇଁ ଯେଉଁ ବାଟ ଆପଣାଇଥିଲେ, ତାହାକୁ ନେଇ ଚର୍ଚ୍ଚା ଆରମ୍ଭ ହୋଇଛି । ଘରକୁ ଯିବା ପାଇଁ ଯୁବକଜଣଙ୍କ ଫୁଡ୍‌ ଡେଲିଭରୀ ଆପ୍‌ ଜୋମାଟୋର ସାହାଯ୍ୟ ନେଇଥିଲେ । ଯାହା ପରେ ତାଙ୍କୁ ଖାଇବା ମିଳିଯିବା ସହ ମାଗଣାରେ ସେ ନିଜ ଘରେ ପହଞ୍ଚି ପାରିଥିଲେ । ଘରକୁ ଫେରିବା ପରେ ଓବେଶ ନିଜ ଫେସ୍‌ବୁକ୍‌ ପେଜ୍‌ରେ ପୂରା ଘଟଣା ଲେଖି ଜଣାଇଥିଲେ ।

कैब नहीं मिली तो घर पहुंचने के लिए निकाला खास जुगाड़
oneindia.com

ସେ କରିଥିବା ପୋଷ୍ଟ ଅନୁଯାୟୀ, ରାତି ୧୧ଟା ୫୦ମିନିଟ୍‌ ସମୟରେ ମୁଁ ଇନ୍‌ଅର୍‌ବିଟ୍‌ ମଲ୍‌ରେ ଥିଲି । ରାତି ଅଧିକ ହୋଇ ଯାଇଥିବାରୁ କ୍ୟାବ୍‌ ନ ମିଳିବା ସହ ଯେଉଁ କ୍ୟାବ୍‌ ମିଳୁଥିଲା ତାହାର ଦାମ୍‌ ୩୦୦ଟଙ୍କା ଥିଲା । ଏହା ପରେ ମୋ ମୁଣ୍ଡକୁ ଏକ ବାଟ ଆସିଥିଲା । ମୋତେ ଭୋକ ଲାଗୁଥିବାରୁ ମୁଁ ଜୋମାଟୋ ଆପ୍‌ ଖୋଲି ପାଖରେ ଖୋଲାଥିବା ଖାଇବା ଦୋକାନ ଖୋଜିଥିଲି । ପାଖରେ ଥିବା ଦୋଷା ବନ୍ଦୀ ଦୋକାନ ଖୋଲା ଥିବା ଜାଣି ମୁଁ ଏଗ୍‌ ଦୋଷା ଅର୍ଡର କରିଥିଲି । ଏହା ପରେ ମୁଁ ସେହି ଦୋକାନରେ ଯାଇ ପହଞ୍ଚିଥିଲି । ଡେଲିଭରୀ ବଏ ମୋ ଅର୍ଡର ନେବାକୁ ଆସିବା ମାତ୍ରେ ମୁଁ ହିଁ ଖାଇବା ଅର୍ଡର କରିଥିଲି । ଏବେ ମୋତେ ନେଇ ଖାଇବା ଡେଲିଭର କରିବାକୁ ଥିବା ଠିକଣାରେ ଛାଡ଼ ବୋଲି ମୁଁ ଡେଲିଭରୀ ବଏକୁ ଜଣାଇଥିଲି । ସେ ମୋତେ ନେଇ ମୋ ଘରେ ଛାଡ଼ିବା ସହ ମାଗଣାରେ ମୁଁ ମୋ ଘରେ ପହଞ୍ଚି ପାରିଥିଲି ବୋଲି ଲେଖିଛନ୍ତି ଓବେଶ ।

ସମ୍ବନ୍ଧିତ ଖବର