କାର୍ଯ୍ୟାଳୟରେ କୁମ୍ଭୀରକୁ କାମ କରୁଥିବା ଦେଖି ଆଶ୍ଚର୍ଯ୍ୟ ହୋଇଗଲେ ଲୋକେ

ଫ୍ଲୋରିଡା: କାର୍ଯ୍ୟାଳୟରେ ମଣିଷମାନେ କାମ କରିଥାଆନ୍ତି। କିନ୍ତୁ ଏକ କାର୍ଯ୍ୟାଳୟରେ ଗୋଟିଏ କୁମ୍ଭୀର କାମ କରୁଥିବାର ଫଟୋ ସୋସିଆଲ ମିଡିଆରେ ନିକଟରେ ଭାଇରାଲ ହୋଇଛି।

ଏହି ଫଟୋରେ କୁମ୍ଭୀର କାର୍ଯ୍ୟାଳୟ ଚେୟାରରେ ବ୍ଲୁ ସାର୍ଟ ପିନ୍ଧି ବସିଛି ଏବଂ ତାହାର ଦୁଇଟି ହାତ ଡେସ୍କ ଉପରେ ରହିଥିବା ବେଳେ ସେ କମ୍ପ୍ୟୁଟରକୁ ଚାହିଁ ରହିଥିବା ଦେଖିବାକୁ ମିଳୁଛି। ଏହି ଫଟୋକୁ ଦେଖି ଏମିତି ଲାଗୁଛି କି ଯେମିତି କୁମ୍ଭୀର ମୁଣ୍ଡରେ କାମର ବହୁତ ଚାପ ରହିଛି। ସେ କାମ ଉପରେ ନିଜର ପୂରାପୂରି ଧ୍ୟାନ ଦେଇ ଦେଇଛି।

ଏହି ଫଟୋକୁ ଦେଖି ସୋସିଆଲ ମିଡିଆ ବ୍ୟବହାରକାରୀ ବିଭିନ୍ନ ପ୍ରକାର ପ୍ରତିକ୍ରିୟା ଦେଇଛନ୍ତି। ଲୋକମାନେ କୁମ୍ଭୀରକୁ ଦେଖି ଖୁବ୍‌ ସୁନ୍ଦର ଦେଖା ଯାଉଥିବା ପ୍ରତିକ୍ରିୟା ଦେଇଛନ୍ତି। ତେବେ ଏହି ଦୃଶ୍ୟଟି ଫ୍ଲୋରିଡାର। କାରଣ ସେଠାକାର ସଡ଼କରେ ସର୍ବଦା କୁମ୍ଭୀର ବୁଲୁଥିବା ଦେଖିବାକୁ ମିଳିଥାଏ। କିନ୍ତୁ ଭାରତ ସଡ଼କରେ କୁମ୍ଭୀର ବୁଲିବା ବହୁତ କମ୍‌ ଖବର ସାମ୍ନାକୁ ଆସିଛି। କିନ୍ତୁ ଫ୍ଲୋରିଡାର ଲୋକମାାନଙ୍କ ପାଇଁ ଏହା ବହୁତ ସାଧାରଣ କଥା ହୋଇଥାଏ।

ତେବେ ଏହି ଫଟୋ ଓ ଭିଡିଓ ବାସ୍ତବ ନା ତାକୁ ଅନିମେସନ୍‌ କରାଯାଇଛି ତାହା ସ୍ପଷ୍ଟ ହୋଇପାରି ନାହିଁ।

ସମ୍ବନ୍ଧିତ ଖବର