ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ଫଙ୍କ ଟୁଇଟର ଆକାଉଣ୍ଟ ଡିଆକ୍ଟିଭେଟ କରିଥିଲେ ଏହି ବ୍ୟକ୍ତି

ନ୍ୟୁୟର୍କ : ଆପଣମାନଙ୍କର ମନେଥିବ କିଛି ମାସ ଆଗରୁ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ଫଙ୍କ ଟୁଇଟର ଆକାଉଣ୍ଟ କିଛି ସମୟ ଲାଗି ଅଚଳ ହୋଇଯାଇଥିଲା। ପରେ ଜଣାପଡ଼ିଥିଲା କି ଟୁଇଟରର ଜଣେ ପୂର୍ବତନ କର୍ମଚାରୀ ଚାକିରିରେ ତାଙ୍କ ଶେଷ ଦିନରେ ଏପରି ଏକ କାମ କରିଥିଲେ, ଯାହା କରିବା ପାଇଁ କେହି ଚିନ୍ତା କି ସାହସ ମଧ୍ୟ କରିବେ ନାହିଁ । ସେ ପ୍ରାୟ ୧୧ ମିନିଟ ଆମେରିକାର ରାଷ୍ଟ୍ରପତି ଡ଼ୋନାଲଡ଼ ଟ୍ରମ୍ଫ ଟୁଇଟର ଆକାଉଣ୍ଟ ଡ଼ିଆକ୍ଟିଭେଟ କରିଦେଇଥିଲେ ସେ । ପରେ ଟୁଇଟର ଘଟଣାଟି ଭୁଲରେ ହୋଇଯାଇଥିବା କହି କ୍ଷମା ମାଗି ଆକାଉଣ୍ଟକୁ ଆକ୍ଟିଭେଟ କରିଥିଲା।

ଟ୍ରମ୍ଫଙ୍କ ଆକାଉଣ୍ଟ ଡ଼ିଆକ୍ଟିଭେଟ କରିଥିବା ବ୍ୟକ୍ତିଙ୍କର ପରିଚୟ ସାମ୍ନାକୁ ଆସିଛି । ସେ ବ୍ୟକ୍ତି ଜଣକ ଜର୍ମାନର ବହତିୟାର ଡୟସ୍କି । ସେ ଟୁୁଇଟରରେ ଠିକାସଂସ୍ଥା ପ୍ରୋ ଅନଲିମିଟେଡ଼  ତରଫରୁ କଣ୍ଟ୍ରାକ୍ଟଚୁଆଲ କଣ୍ଟ୍ରାକ୍ଟର ଭାବେ କାମ କରୁଥିଲେ। ସେ ଏହି ଘଟଣା ପଛର କାରଣ ବର୍ତ୍ତମାନ ସମସ୍ତଙ୍କ ସମ୍ମୁଖରେ କହିଛନ୍ତି।

‘ମୋର କୌଣସି ଖରାପ ଭାବନା ନ ଥିଲା । ମୁଁ କେବେ ମଧ୍ୟ ଭାବି ନ ଥିଲି ମୋ ଦ୍ୱାରା ଟ୍ରମ୍ଫଙ୍କ ଆକାଉଣ୍ଟ ଡ଼ିଆକ୍ଟିଭେଟ ହୋଇଯିବ,ଏହା ଭୁଲରେ ହୋଇଯାଇଛି। ମୁଁ ଆମେରିକାରେ ବହୁତ ଖରାପ ସମୟରେ ଗତି କରୁଥିଲି। ମୁଁ ଆଉ କିଛି କରିବାକୁ ଚାହୁଁଥିଲି କିନ୍ତୁ ଭୁଲରେ ମୋ ଦ୍ୱାରା ଏହି ଘଟଣା ଘଟିଗଲା,’ କହନ୍ତି ବହତିୟାର ଡୟସ୍କି।

ପ୍ରକୃତରେ ଟୁଇଟରରେ ତାଙ୍କ ଶେଷ ଦିନ ତାଙ୍କୁ ଟୁଇଟରରେ ଟ୍ରମ୍ଫଙ୍କର ଗାଳିକୁ ନେଇ ଜଣେ ରିପୋର୍ଟ କରିଥିଲେ । ଏହାପରେ ସେ ଟୁଇଟର ଆକାଉଣ୍ଟ ମୁଁ ଡ଼ିଆକ୍ଟିଭେଟ ପାଇଁ ମୋସନ ଆରମ୍ଭ କରିଥିଲି କିନ୍ତୁ ପରେ ସେ କମ୍ପୁଟର ବନ୍ଦ କରି ସେଠାରୁ ବାହାରି ଅାସିଥିଲେ। ସେ କେବେ ମଧ୍ୟ ଭାବି ନଥିଲେ ଯେ ଟ୍ରମ୍ଫଙ୍କ ଆକାଉଣ୍ଟ ଡ଼ିଆକ୍ଟିଭେଟ ହୋଇଯିବ। ଏକ ଇଣ୍ଟରଭ୍ୟୁରେ ଏ କଥା କହିଛନ୍ତି  ଡୟସ୍କି ।

ଏହି ଘଟଣା ପରେ, ‘ମୋ ଆକାଉଣ୍ଟ ଜଣେ ବେକାର କର୍ମଚାରୀଙ୍କ ପାଇଁ ୧୧ ମିନିଟ ବନ୍ଦ ହୋଇଯାଇଥିଲା । ମୋ ଆଶା ଟୁଇଟର ଅାଗକୁ ଏ  କଥା ଉପରେ ଧ୍ୟାନ ଦେବ ବୋଲି ଟୁଇଟ କରିଥିଲେ  ଡୋନାଲ୍ଡ ଟ୍ରମ୍ଫ ।

ସମ୍ବନ୍ଧିତ ଖବର