ଅଦ୍ଭୁତ ନିଶା, ସାପଙ୍କୁ ପାଖରେ ଶୁଆଇବା ସହିତ ବିଭିନ୍ନ ପ୍ରକାର ଗୀତ ଶୁଣାଇ ଥାଆନ୍ତି ଏହି ବ୍ୟକ୍ତି

ହରଦୋଇ: ସାପ ସହିତ ସାଙ୍ଗ ହେବା ତ ଦୂରର କଥା ସାପର ନାମ ଶୁଣିଲେ ଲୋମମୂଳ ଟାଙ୍କୁରି ଉଠିଥାଏ। କିନ୍ତୁ ହରଦୋଇରେ ବସବାସ କରୁଥିବା ଜଣେ ଶିକ୍ଷକ ବିଷଧର ସାପମାନଙ୍କୁ କ୍ଷଣିକ ଭିତରେ ନିଜର ସାଥୀ ବନାଇ ଦେଇଥାଆନ୍ତି। ଏହି ଶିକ୍ଷକ ଯେ କେବଳ ସାପମାନଙ୍କ ସହିତ ଖେଳନ୍ତି ତାହା ନୁହେଁ ସେ ଗୀତ ଶୁଣାଇବାଠାରୁ ଆରମ୍ଭ କରି ସାପମାନଙ୍କ ସହିତ ବସାଉଠା ବି କରିଥାଆନ୍ତି ।

ଉତ୍ତରପ୍ରଦେଶର ହରଦୋଇର କୋରିୟା ଗ୍ରାମରେ ବସବାସ କରୁଥିବା ଶିକ୍ଷକ ଶୈଳେନ୍ଦ୍ର ରାଠୋର୍‌ ସାପମାନଙ୍କୁ ନିଜର ସାଥୀ ବନାଇ ଦେଇଛନ୍ତି। ସେ ସାପମାନଙ୍କ ସଂରକ୍ଷଣ ପାଇଁ ଯୋଜନା ମଧ୍ୟ କରୁଛନ୍ତି। ଶୈଳେନ୍ଦ୍ରଙ୍କ ପ୍ରାକୃତିକ ସନ୍ତୁଳନ ରକ୍ଷା କରିବା ପାଇଁ ସାପମାନଙ୍କୁ ପାଳିବାକୁ ପସନ୍ଦ କରୁଛନ୍ତି। ହରଦୋଇ ଗ୍ରାମରେ ଲୋକମାନେ ସାପକୁ ଦେଖିବା ପରେ ତୁରନ୍ତ ଶୈଳେନ୍ଦ୍ରକୁ ଡାକି ଥାଆନ୍ତି। ଶୈଳେନ୍ଦ୍ର ଘଟଣାସ୍ଥଳରେ ପହଞ୍ଚି ସାପକୁ ସେଠାରୁ ଧରି ନିଜେ ଘରେ ଆଣି ପାଳିବା ପରେ ସୁରକ୍ଷିତ ସ୍ଥାନରେ ଛାଡ଼ି ଦେଇ ଥାଆନ୍ତି।

ଶୈଳେନ୍ଦ୍ରଙ୍କ ସାପ ପାଳିବା ରୁଚି ପିଲାଟି ବେଳରୁ ରହିଛି। ଯେତେବେଳେ ଗ୍ରାମରେ ତାଙ୍କ ଘର ପାଖରେ ଦୁଇଟି ସାପ ବୁଲୁଥିବାର ଦେଖି ଗ୍ରାମବାସୀ ଗୋଟିଏକୁ ମାରି ଦେଇଥିଲେ। ଅନ୍ୟ ସାପଟି ସେହି ମୃତ ସାପ ପାଖରେ ସେମିତି ଜଗି ରହିଥିଲା। ଏହି ସାପକୁ ଦେଖି ଶୈଳେନ୍ଦ୍ରଙ୍କ ମନରେ ସାପ ପାଳିବା  ପ୍ରତି ଦୁର୍ବଳତା ଆସିଥିଲା। ୧୨ବର୍ଷ ବୟସରେ ପ୍ରଥମ ସାପ ଧରିଥିଲେ ଶୈଳେନ୍ଦ୍ର ଓ ପରିବାର ଲୋକଙ୍କୁ ନଜଣାଇ ସେ ସେହି ସାପକୁ ନିଜ ପାଖରେ ରଖି ଦେଇଥିଲେ।

ସମ୍ବନ୍ଧିତ ଖବର